/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646652181.jpg)
pritilata nayak
ପଙ୍କରୁ ଫୁଟିଲା ପଦ୍ମ । ପ୍ରତିକୂଳ ପରିସ୍ଥିତିକୁ ଆଡ଼େଇ ନାଁ କଲେ ଓଡ଼ିଶାର ଝିଅ । ପଛୁଆ ଅଞ୍ଚଳର ଝିଅ ପ୍ରୀତିଲତା ଏବେ ଭାରତୀୟ ମହିଳା ଟେନିସ କ୍ରିକେଟ ଦଳର ଜଣେ ଉଦୀୟମାନ ଖେଳାଳି । ନିକଟରେ ନେପାଳର ପୋଖ୍ରାଠାରେ ଖେଳାଯାଇଥିବା ପ୍ରଥମ ଦକ୍ଷିଣ ଏସିଆ ଟେନିସ କ୍ରିକେଟ ଚାମ୍ପିୟନସିପରେ ସେ ଭାଗ ନେଇଥିଲେ । ଭାରତ ଓ ନେପାଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତୀୟ ଦଳ ରନର୍ସଅପ୍ ହେବା ସହ ପ୍ରୀତିଲତାଙ୍କୁ ମିଳିଛି ସିଲଭର ମେଡାଲ ।
ବାଲିଗୁଡ଼ାର ସୁନାଝିଅ ପ୍ରୀତିଲତା ନାୟକ । ସେ ଜଣେ ଦିନ ମଜୁରିଆଙ୍କ ଝିଅ । ଅନେକ ସଂଘର୍ଷ କରି ଆଜି ସେ ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି । ଆଉ ଏବେ ସେ ଭାରତୀୟ ଦଳରେ ସାମିଲ ହୋଇ ଭାରତ ପାଇଁ ଗୌରବ ଆଣିଛନ୍ତି । ତେବେ ସେ ବାଲିଗୁଡା ଫେରିବା ପରେ ତାଙ୍କୁ ସାହି ପଡିଶାଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ହେଲେ ବିଡମ୍ବନାର ବିଷୟ ଯାଏ ବାଲିଗୁଡା ପ୍ରଶାସନ କିମ୍ଭା କନ୍ଧମାଳ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ତାଙ୍କୁ ସ୍ୱାଗତ ମଧ୍ୟ ଜଣାଇ ନାହାନ୍ତି । ପ୍ରଶାସନର ଏଭଳି ଅଣଦେଖାକୁ ନେଇ ପ୍ରୀତିଲତା ବେଶ ମର୍ମାହତ ହେବା ସହ ଦୁଃଖ ପ୍ରକାଶ କରିଛନ୍ତି । ଅଭାବ ଅନାଟନରେ ବଢିଥିବା ପ୍ରୀତିଲତା ଆର୍ଥିକ ସମସ୍ୟା ଯୋଗୁଁ କିଭଳି ଆଗକୁ ବଢିବେ ସେ ନେଇ ଏବେ ଚିନ୍ତାରେ ରହିଛନ୍ତି ।
ବାଲିଗୁଡ଼ାରୁ ଅଜିତ୍ ନାୟକଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)