/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646709773.jpg)
Special Story
ପଶୁଙ୍କ ପାଇଁ ଦେବଦୂତ । ନିରୀହ ପ୍ରାଣୀଙ୍କ କଷ୍ଟ ଦେଖିପାରନ୍ତିନି । ଯନ୍ତ୍ରଣାରେ ଛଟପଟ୍ ହେଉଥିବା ଜନ୍ତୁଙ୍କୁ ଦେଖିଲେ ହୃଦୟ ବିଳପି ଉଠେ । ବାହାରେ ବୁଲୁଥିବା ଗୃହପାଳିତ ପଶୁଙ୍କ ପାଇଁ ମାଆ ପାଲଟିଛନ୍ତି ଦୁଇ ଭଉଣୀ । ଦୁର୍ଘଟଣାଗ୍ରସ୍ତ କିମ୍ବା ରୋଗଗ୍ରସ୍ତ ଜୀବଜନ୍ତୁଙ୍କ ଆ ଅଂଚଳର ଦୁଇ ଭଉଣୀ ତପସ୍ୱୀ ଏବଂ ତନୁଶ୍ରୀଙ୍କ କାହାଣୀ ସତରେ ଖୁବ ପ୍ରେରଣାଦାୟୀ ।
କଟକର ତ୍ରିଶୁଳିଆ ଅଞ୍ଚଳର ତପଶ୍ୱୀ ଏବଂ ତନୁଶ୍ରୀ । ଉଭୟ ଗୋଟେ ରେଷ୍ଟୁରାଣ୍ଟର ମାଲିକ । ତନୁଶ୍ରୀ ବୃତ୍ତିରେ ଜଣେ ଫ୍ୟାସନ ଡିଜାଇନର କିନ୍ତୁ ବୁଲା ଜୀବଜନ୍ତୁଙ୍କ କଷ୍ଟ ଦେଖିଲେ ସହି ପାରନ୍ତିନି । ଦୁର୍ଘଟଣା କିମ୍ବା ଅନ୍ୟ କିଛି ବ୍ୟାଧିରେ ଆକ୍ରାନ୍ତ ବୁଲା ଷଣ୍ଢ, ଗାଈ, କୁକୁରଙ୍କ ପାଖରେ ପହଂଚି ସେବା କରିଥାନ୍ତି । କିଛି କହି ପାରୁନଥିବା ଏହି ଜୀବଙ୍କ ପାଇଁ ଦୁଇ ଭଉଣୀ ସାଜିଛନ୍ତି ଦେବଦୂତ । ରାସ୍ତାରେ ଷଣ୍ଢକୁ ଦେଖିଲେ ଲୋକେ ରାସ୍ତା ବଦଳାଇ ପଳାଇ ଯାଇଥାନ୍ତି । କିନ୍ତୁ ଦୁଇ ଭଉଣୀ ରାସ୍ତାରେ ବୁଲୁଥିବା ଆହତ ଷଣ୍ଢକୁ ସେବା କରନ୍ତି ।
କେବଳ ବୁଲା ଜୀବଜନ୍ତୁଙ୍କ ସେବା ନୁହଁ ସେମାନଙ୍କ ଲାଗି ଦୁଇ ଭଉଣୀ ମାଆ ସଦୃଶ ପାଲଟିଛନ୍ତି । ନିଜ ଛୁଆ ଠାରୁ ବି ପଶୁଙ୍କୁ ସ୍ନେହ ଓ ଭଲ ପାଇବା ଦେଇଥାନ୍ତି । ଅନେକ ଜୀବଙ୍କୁ ନିଜ ଘରେ ରଖି ସେମାନଙ୍କୁ ଖାଦ୍ୟ ଦେବା ସହ ଅନ୍ୟ ସୁବିଧା କରିଛନ୍ତି । ନିଜ ମାଆଙ୍କ ସ୍ନେହରେ ଅନୁପ୍ରାଣିତ ହୋଇ ପଶୁଙ୍କ ଲାଗି ପିଲାଟିବେଳରୁ ଭଲ ପାଇବା ରହିଛି ବୋଲି କହିଛନ୍ତି ୨ ଭଉଣୀ ।
ଅନେକ ପଶୁପ୍ରେମୀ ଘରେ ଦାମିକା କୁକୁର ଓ ବିଲେଇ ରଖିଥାନ୍ତି । ହେଲେ ବୁଲା ଜୀବଜନ୍ତୁଙ୍କୁ ଦେଖିଲେ ଘୃଣା କରିଥାନ୍ତି । ତେବେ ଏହି ଦୁଇ ଭଉଣୀଙ୍କ ମତ, ପଶୁପ୍ରେମୀଙ୍କ ସମସ୍ତ ଜୀବ ପ୍ରତି ସମାନ ଭାବ ରହିବା ଉଚିତ ।
ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)