Advertisment

ପାଦେ ପାଦେ ବିପଦ, ଟିକିଏ ଏପଟ ସେପଟ ହେଲେ ଚାଲି ଯାଇପାରେ ଜୀବନ

ପାଦେ ପାଦେ ବିପଦ। ଟିକିଏ ଏପଟ ସେପଟ ହେଲେ ଚାଲି ଯାଇପାରେ ଜୀବନ। ଜଳାଶୟ ଉପରୁ ଯିବାକୁ ଏକମାତ୍ର ସାହାରା ବାଉଁଶ ପୋଲ। ନଦୀ ନାଳ ପାର ହେବାକୁ ଏକମାତ୍ର ସାହାରା ବାଉଁଶ ପୋଲ।

author-image
Rajalaxmi Sahoo
Bamboo Bridge

Bamboo Bridge

ପାଦେ ପାଦେ ବିପଦ। ଟିକିଏ ଏପଟ ସେପଟ ହେଲେ ଚାଲି ଯାଇପାରେ ଜୀବନ। ଜଳାଶୟ ଉପରୁ ଯିବାକୁ ଏକମାତ୍ର ସାହାରା ବାଉଁଶ ପୋଲ। ନଦୀ ନାଳ ପାର ହେବାକୁ ଏକମାତ୍ର ସାହାରା ବାଉଁଶ ପୋଲ। ଆଉ ସେହି ରାସ୍ତା ଦେଇ ପିଲାଠୁ ବୃଦ୍ଧ ଜୀବନକୁ ବାଜି ଲଗାଇ ଯିବା ଆସିବା କରନ୍ତି। ଦିନେ ଅଧେ ନୁହେଁ ନିଇତି ଜୀବନକୁ ପାଣି ଛଡ଼ାଇ ଏହି ବାଉଁଶ ପୋଲ ଦେଇ ଯାଉଛନ୍ତି ଲୋକେ। ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ବୋଦୁଆଁ ଓ ଜଳେଶ୍ୱର ଇକଡ଼ା ଗାଁଲୋକେ ଏମିତି ଯାଆସ କରନ୍ତି।

Advertisment

ବାଉଁଶ ପୋଲ ଦେଇ ଲୋକମାନେ ଦିନ ବେଳା ଯା’ଆସ କରି ଦିଅନ୍ତି। ହେଲେ ରାତି ଅନ୍ଧାରରେ ବଢ଼ିଯାଏ ସମସ୍ୟା ଓ ଦୁର୍ଦ୍ଦଶା। ସ୍ଥାନୀୟ ତନ୍ତିଘାଇ ନାଳ ଉପରେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ ହୋଇଛି। ପ୍ରାୟ ୧୦ ହଜାର ଲୋକ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏହି ବାଉଁଶ ପୋଲ ଦେଇ ଯାଉଛନ୍ତି। ବର୍ଷ ବର୍ଷ ଧରି ଲୋକମାନେ ଏମିତି ହଇରାଣ ହେବା ପରେ ବି କାହାରି ନିଘା ନାହିଁ। ଏନେଇ ପ୍ରଶାସନଠୁ ଆରମ୍ଭ ଜନପ୍ରତିନିଧିଙ୍କୁ ଦାବି କଲେ ବି ଫଳ ଶୂନ। ା

ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ବ୍ଲକର ଇକଡ଼ା ଗାଁକୁ ରାସ୍ତା ନଥିବାରୁ ନାଳ ଉପରେ ଗାଁଲୋକେ ବାଉଁଶ ପୋଲ କରିଛନ୍ତି। ଏହି ବାଉଁଶ ପୋଲ ଦେଇ ଲୋକମାନେ ଯା’ଆସ କରିଥାନ୍ତି। ପିଲାଏ ସ୍କୁଲ୍‌ ବି ଯାଆନ୍ତି ଆଉ ସହରକୁ ଯିବାକୁ ହେଲେ ବାଉଁଶ ପୋଲ ଦେଇ ସାଇକେଲ ଧରି ବିପଦ ସଙ୍କୁଳ ଅବସ୍ଥାରେ ପୋଲ ପାର୍‌ ହୁଅନ୍ତି ଲୋକେ। ଖରା ଦିନେ ଯେଭଳି ପ୍ରକାରରେ ପୋଲ ଦେଇ ଯାଇ ହୁଏ। ହେଲେ ବର୍ଷା ଦିନେ ଏହି ଅବସ୍ଥା ବିଗିଡ଼ି ଯାଏ। କହିବାକୁ ଗଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି ଗାଁଲୋକେ।

Advertisment

ରାସ୍ତା ନିର୍ମାଣ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ବିନିଯୋଗ ହୁଏ। ନିର୍ବାଚନ ଆସିଲେ ନେତା ବି ଅନେକ ପ୍ରତିଶ୍ରୁତି ଦିଅନ୍ତି। ହେଲେ ଯାଜପୁର ଓ ବାଲେଶ୍ୱରର ଉପାନ୍ତ ଗାଁର ଲୋକଙ୍କ ପାଖରେ ଯୋଜନା କେତେ ପହଞ୍ଚୁଛି ତାହା ଏଦୃଶ୍ୟ ଦେଖିଲେ ସହଜେ ଅନୁମେୟ।

(ଯାଜପୁରରୁ ସଞ୍ଜୀବ ନାୟକ ଓ ଜଳେଶ୍ୱରରୁ ଅଜିତ ଦାସଙ୍କ ରିପୋର୍ଟ)

Bamboo Bridge
Advertisment
Advertisment