• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଇଣ୍ଟରନେଟ୍ ଏପରି ଏକ ସ୍ଥାନ, ଯାହା ରାତାରାତି କାହାକୁ ବି ଲୋକପ୍ରିୟ କରିଦେଇପାରେ। ଏହାର ପ୍ରମାଣ ପାଇଁ ଇଣ୍ଟରନେଟ୍ ରାନୁ ମଣ୍ଡଳ, ବଚପନ କା ପ୍ୟାର୍ ବୟ ସହଦେବ ଦିର୍ଦୋ ବା କାଚ୍ଚା ବାଦାମ ଗାୟକ ଭୁବନ ବାଦ୍ୟକରଙ୍କୁ ଉଦାହରଣ ଭାବେ ନିଆଯାଇପାରେ, ଯେଉଁମାନେ ରାତାରାତି ଲୋକପ୍ରିୟ ହୋଇଛନ୍ତି।

ବର୍ତ୍ତମାନ, ଏହି ତାଲିକାରେ ଆଉ ଏକ ନାମ ଯୋଡି ହୋଇଯାଇଛି। କେରଳର ଜନଗହଳି ପୂର୍ଣ୍ଣ ସ୍ଥାନରେ ବେଲୁନ୍ ବିକ୍ରି କରୁଥିବା ଜଣେ ଝିଅ ଏବେ ଇଣ୍ଟରନେଟ୍‌ ତାରକା ପାଲଟିଯାଇଛନ୍ତି। ଏକ ବିବାହ ଫଟୋଗ୍ରାଫରଙ୍କ ଦ୍ୱାରା କରାଯାଇଥିବା ଫଟୋସୁଟ୍‌ ପାଇଁ ସେ ମଡେଲ ହୋଇ ଏଭଳି କ୍ଷାତି ଅର୍ଜନ କରିଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by PHOTO MAN (@photoman_official)

ଅର୍ଜୁନ କୃଷ୍ଣନ ନାମକ ଜଣେ ଫଟୋଗ୍ରାଫର କେରଳର ଆଣ୍ଡାଲୁର କାଭୁ ଫେଷ୍ଟିଭାଲ୍‌ରେ ଏହି ଝିଅକୁ ଦେଖିଥିଲେ। ସେ ତାଙ୍କର ଏକ ଫଟୋ ମଧ୍ୟ କ୍ଲିକ୍ କରିଥିଲେ। ଅର୍ଜୁନ ଏହି ଫଟୋକୁ ସେ ଝିଅ ଏବଂ ତାଙ୍କ ମା’ଙ୍କୁ ମଧ୍ୟ ଦେଖାଇଥିଲେ ଏବଂ ଏହି ଫଟୋ ଦେଖି ଦୁହେଁ ବହୁତ ଖୁସି ହୋଇଯାଇଥିଲେ। କିସ୍‌ବୁ ନାମକ ଏହି ଝିଅ ରାଜସ୍ଥାନୀ ପରିବାରର ହୋଇଥିବା ବେଳେ ସେ କେରଳରେ ବେଲୁନ୍ ବିକ୍ରି କରନ୍ତି।

ଅର୍ଜୁନ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ତାଙ୍କୁ ଯେଉଁ ପ୍ରତିକ୍ରିୟା ମିଳିଥିବା ତାହା ଖୁବ୍ ପ୍ରେରଣାଦାୟକ ଥିଲା। ତାଙ୍କ ବନ୍ଧୁ ଶ୍ରେୟସ୍ କିସ୍‌ବୁଙ୍କର ଏକ ଫଟୋ ମଧ୍ୟ ନେଇଥିଲେ ଯାହା କିଛି ସମୟ ଭିତରେ ଭାଇରାଲ୍ ହୋଇଥିଲା। ଏହି ଫଟୋକୁ ଜବରଦସ୍ତ ପ୍ରତିକ୍ରିୟା ପରେ, କେହି ଜଣେ କିସ୍‌ବୁଙ୍କ ପରିବାର ନିକଟକୁ ଯାଇ ସେମାନଙ୍କ ପାଇଁ ଏକ ମେକ୍ ଇନ୍ ଫଟୋସୁଟ୍ କରିବା ପାଇଁ ସମ୍ପର୍କ କରିଥିଲେ। ରେମ୍ୟା ନାମକ ଜଣେ ଷ୍ଟାଇଲିଷ୍ଟ୍‌ଙ୍କ ସହାୟତାରେ ଏହା ସତ ହୋଇଥିଲା।

କିସ୍‌ବୁଙ୍କୁ ଏକ ପାରମ୍ପରିକ ମେକଓଭର ମଧ୍ୟ ମିଳିଲା, ଯେଉଁଥିରେ ସେ ଏକ ଲାଲ୍ ବ୍ଲାଉଜ୍ ସହିତ ଏକ ସୁନ୍ଦର କାସାଭୁ ଶାଢୀ ପିନ୍ଧିଥିଲେ। ଫଟୋସୁଟ୍‌ ପାଇଁ ମିଳିଥିବା ପ୍ରତିକ୍ରିୟାରେ ଅର୍ଜୁନ ଅତ୍ୟନ୍ତ ଉତ୍ସାହିତ। ଅନ୍ୟର ଜୀବନରେ ସୁଖ ଆଣିଦେଇଥିବାରୁ ସେ ଅତ୍ୟନ୍ତ ଖୁସି ମଧ୍ୟ।