ମା’ଙ୍କ ଠାରେ ଲାଗିହୁଏ ମଦ ମଦ ଭୋଗ । ମନୋକାମନା ପୂରଣ ହେଲେ ଭକ୍ତ ମା’ଙ୍କ ପାଖରେ ଦେଶୀ ଓ ବିଦେଶୀ ମଦ ଭୋଗ ଲଗାଇ ଥାଆନ୍ତି ।
ଆଗକୁ ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ ।
ଯେଉଁ ବୟସରେ ଖେଳିବୁଲି ସମୟ କାଟିବା କଥା, ଏ ଦୁଇଝିଅ ନିଜ ଶଯ୍ୟାଶାୟୀ ବାପାର ସେବା କରୁଛନ୍ତି। ମାଆ ଆରିପାରିକୁ ଚାଲିଯିବା ପରେ ଏମାନେ ଏବେ ଘର ଚଳାଉଛନ୍ତି। କାରଣ, ବାପା ତ ରୋଗାଗ୍ରସ୍ତ। ଓଟିଭି କ୍ୟାମେରା ଆଗରେ ଝିଅଟି କୋହରେ କହିଛି- ‘ଆମକୁ କିଏ ସାହାର୍ଯ୍ୟ କର, ନହେଲେ ଆମର ମୃତ୍ୟୁ ସୁନିଶ୍ଚିତ’
ତାଙ୍କୁ ଦେଖିଲେ ଜଙ୍ଗଲର ପଶୁପକ୍ଷୀ ମଧ୍ୟ ଡରୁଥିଲେ। କିଲୋମିଟର କିଲୋମିଟର ଜଙ୍ଗଲ କାଟି ସଫା କରିଦେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଲା। ଧ୍ୱଂସକାରୀରୁ ସେ ପାଲଟି ଗଲେ ରକ୍ଷାକାରୀ। ଏବେ ଦିନରାତି ସେ ଜଙ୍ଗଲ ଜଗୁଛନ୍ତି। ପଶୁପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି।
କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଦେଖନ୍ତୁ କେମିତି ବିରାଟକାୟ ଅହିରାଜ ମଥାରେ ଚୁମ୍ୱନ ଦେଉଛନ୍ତି ଏ ଯୁବତୀ ଜଣକ। ଆଉ ସାପଟି କିଛି ନ କରି ଚୁପ୍ ହୋଇ ରହିଛି।
କିଲୋମିଟର କିଲୋମିଟର ଜଙ୍ଗଲ କାଟି ସଫା କରିଦେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଲା। ଧ୍ୱଂସକାରୀରୁ ସେ ପାଲଟି ଗଲେ ରକ୍ଷାକାରୀ। ଏବେ ଦିନରାତି ସେ ଜଙ୍ଗଲ ଜଗୁଛନ୍ତି। ପଶୁପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି।
ସ୍କୁଲ୍ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍ବସ୍ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ବଲାଙ୍ଗିର ଜିଲ୍ଲା ପାଟ୍ଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲରେ ରହି ପାଠଶାଳା ଖୋଲିଛନ୍ତି।
ବାଲେଶ୍ୱର ରେମୁଣାରେ ହେକ୍ଟର୍ ହେକ୍ଟର୍ ଜମିରେ ହୋଇଛି ଲଙ୍କା ଚାଷ। ହେଲେ ବାହାରେ ଲଙ୍କାର ଚାହିଦା ନଥିବାରୁ ଚିନ୍ତାରେ ଚାଷୀ।
କଟକ ମହାନଦୀରେ ନିଖୋଜ ୨ ନାବାଳକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଆୟୁର୍ ଖାନ୍। ଗତକାଲି ୩ ସାଙ୍ଗ ଯୋବ୍ରା ବ୍ୟାରେଜ ନିକଟରେ ଗାଧୋଉ ଥିବାବେଳେ ମହାନଦୀରେ ବୁଡ଼ି ଯାଇଥିଲେ।
ଦିନରାତିକୁ ଏକ କରି ଡଙ୍ଗରରେ ଚାଷ କରୁଥିଲେ। ଖରା ହେଉକି ବର୍ଷା ଯେତେ ଖଟିଲେ ବି ପଇସା ମିଳୁନଥିଲା। ଏବେ କଫି ଦେଇଛି ସେମାନଙ୍କୁ ରୋଜଗାର। ଏବେ କଫି ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି କିନ୍ଦିରିଗୁଡା ଗାଁଲୋକେ...
ଯେଉଁ ବୟସରେ ଖେଳିବୁଲି ସମୟ କାଟିବା କଥା, ଏ ଦୁଇଝିଅ ନିଜ ଶଯ୍ୟାଶାୟୀ ବାପାର ସେବା କରୁଛନ୍ତି। ମାଆ ଆରିପାରିକୁ ଚାଲିଯିବା ପରେ ଏମାନେ ଏବେ ଘର ଚଳାଉଛନ୍ତି।
କରୋନା ଭୟ କମିଥିଲେ ମଧ୍ୟ ଶତ ପ୍ରତିଶତ ପିଲା ସ୍କୁଲ ଆସୁ ନାହାଁନ୍ତି। ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ ନ ଯିବା ଯୋଗୁ ପିଲାଙ୍କ ମନରେ ଆଗ୍ରହ କମିବାରେ ଲାଗିଛି।
ଏ କି ଯୁଗ ହେଲାରେ ନାରଣ। ଯୁଆଡେ ଚାହିଁବ ଖାଲି ଶଙ୍ଖ। ଝୁମ୍ପୁଡି ଭୋଟ ସବୁକୁ ଶଙ୍ଖ ଟାଣି ଆଣିଛି। ସେଥି ପାଇଁ ଏ ମେୟରଙ୍କୁ କୁହାଯିବ...
ଭୁବେନେଶ୍ୱରରେ ଅନୁଷ୍ଠିତ NPC ଓପନ ବଡି ବିଲ୍ଡିଂ ଚାମ୍ପିୟନସିପରେ ଓଡ଼ିଆ ବଡି ବିଲ୍ଡିରଙ୍କୁ ମିଳିଛି ସଫଳତା । NPC ବଡି ବିଲ୍ଡିଂ ଚାମ୍ପିୟନସିପରେ ମିଷ୍ଟର ଓଡିଶା ହୋଇଛନ୍ତି ଜଗନ୍ନାଥ ଖୁଣ୍ଟିଆ। ସେପଟେ ମହିଳା ବର୍ଗରେ କମାଲ କରିଛନ୍ତି ଓଡ଼ିଆ ଝିଅ ଜ୍ୟୋସ୍ନାରାଣୀ ।
ୟୁକ୍ରେନ ଯୁଦ୍ଧରେ ଆରପାରିକି ଚାଲିଗଲା ମା’। ଭାବପ୍ରବଣ ହୋଇ କୁନି ଝିଅ ମା’ ପାଖକୁ ଲେଖିଲା ଚିଠି। କହିଲା, ମା, ମୁଁ ତୁମକୁ ଏବେ ସ୍ୱର୍ଗରେ ଭେଟିବି। ଜଣେ ଭଲ ମଣିଷ ହେବା ପାଇଁ ମୁଁ ଚେଷ୍ଟା କରିବି ଯାହାଦ୍ୱାରା ମୁଁ ସ୍ୱର୍ଗରେ ସ୍ଥାନ ପାଇବି।
ଲେମ୍ବୁର ଆକାଶଛୁଆଁ ଦର ପରେ କେମିତି ପଡ଼ିଛି ପ୍ରଭାବ, ନଦେଖିଲେ ଜାଣି ହେବନି। ହୋଟେଲ କି ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଏବେ ଲେମ୍ବୁ ଉଭାନ। ଗ୍ରାହକ ମାଗିଲେ, ଦୋକାନୀ ଶୁଣୁନାହାନ୍ତି।
ସଂପତ୍ତି ତାଲିକା ଦେବାକୁ କୁନ୍ଥୁକୁନ୍ଥୁ ବାବୁ। ତାରିଖ ପରେ ତାରିଖ ଗଡୁଛି, ହେଲେ ଦାଖଲ ହେଉନାହିଁ ସଂପତ୍ତି ବିବରଣୀ। ଯାହାକୁ ନେଇ ସାଧାରଣ ପ୍ରଶାସନ ବିଭାଗ ଚିଠି ପରେ ଚିଠି କରିଚାଲିଛି।
ଲେମ୍ବୁର ହଠାତ୍ ଆକାଶଛୁଆଁ ଦରକୁ ନେଇ କଣ କହୁଛନ୍ତି ବ୍ୟବସାୟୀ?
ନିୟମ ଅନୁସାରେ ପ୍ରତିବର୍ଷ ଜାନୁଆରୀ ୧ରୁ ଡିସେମ୍ବର ୩୧ ତାରିଖ ଅବଧି ଯାଏଁ ସମସ୍ତ ସରକାରୀ କର୍ମଚାରୀ ସଂପତ୍ତି ବିବରଣୀ ଦାଖଲ କରିବା କଥା କିନ୍ତୁ ଅନେକ ସମୟରେ ସେଥିରେ ବ୍ୟତିକ୍ରମ ହେଉଛି ।
ଆଉ ଫେରିବାର ବାଟ ସତେ ଯେମିତି ବନ୍ଦ ହୋଇଯାଇଥିଲା।
ମୋବାଇଲ୍ ପାଇଁ ବଇରୀ ସାଜିଲା ସାଙ୍ଗ । ଖଣ୍ଡିଆ ଇଟାରେ ଛେଚି ସାଙ୍ଗକୁ ହତ୍ୟା କଲା ।
ନେମାଳର ଚିତ୍ରୋତ୍ପାଳା ନଦୀ । ନଦୀ ଅଛି ହେଲେ ପାଣି ନାହିଁ । ଲାଗୁଛି ସତେ ଯେମିତି କୌଣସି ଏକ ଟାଙ୍ଗରା ଓ ଗୋଚର ଭୂମି । ନଦୀରେ ପାଣି ନାହିଁ ବୋଲି ଶୁଖିଲା ପଡ଼ିଛି କ୍ଷେତ ।
ସବୁଦିନ ଭଳି ଗତକାଲି ମଧ୍ୟ ପୋଖରିକୁ ମାଛ ଧରିବାକୁ ଜାଲ ପକାଇଥିଲେ ପୁରୀ ନିମାପଡ଼ା ବ୍ଲକ ତେରୁଣ୍ଡିଆ ଗାଁର ସୁବାସ ନାୟକ..ହେଲେ ଜାଲରେ ପଡ଼ିଲା ୟେ ଅଜବ ମାଛ.
ଖୋଜିବା ପାଇଁ ଓଡ୍ରାଫ ଟିମର ପ୍ରୟାସ