• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋବାଇଲ୍ ପାଇଁ ହତ୍ୟାକାଣ୍ଡ । ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଛତାବେଡ଼ା ଗାଁରେ । ମୃତ ବ୍ୟକ୍ତିଙ୍କ ନାଁ ସୁକଲାଲ ରାଉତ । ବର୍ତ୍ତମାନ ସୁକଲାଲଙ୍କ ସାଙ୍ଗ ତଥା ଗିରଫ ଅଭିଯୁକ୍ତ ଘନଶ୍ୟାମ ମାଝୀକୁ ଗିରଫ କରାଯାଇଛି ।

ଛତାବେଡ଼ା ଆଦିବାସୀ ଗ୍ରାମର ସୁକଲାଲ ରାଉତ ଏବଂ ତାଙ୍କ ସାଙ୍ଗ ଘନଶ୍ୟାମ ମାଝୀ ଗତ ୭ ତାରିଖ ରାତିରେ ମିଶି ମଦ୍ୟପାନ କରିଥିଲେ । ନିଶାଶକ୍ତ ଅବସ୍ଥାରେ ଏକ ମୋବାଇ କୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ମାରପିଟ୍ ଆରମ୍ଭ ହୋଇଥିଲା । ସୁକଲାଲ୍ ମୋବାଇଲ ନେଇ ଯାଇଥିବା ଅଭିଯୋଗ କରିଥିଲେ ଘନଶ୍ୟାମ, ଆଉ ନିଜ ମୋବାଇଲ ମାଗିଥିଲେ । ପରେ ଉତ୍ତ୍ୟକ୍ତ ହୋଇ ଘନଶ୍ୟାମ ନିକଟରେ ଥିବା ଏକ ପୋଡ଼ା ଇଟା ସାହାଯ୍ୟରେ ସୁକଲାଲଙ୍କ ମୁଣ୍ଡରେ ଆଘାତ ଦେବାରୁ ସୁକଲାଲ ଘଟଣା ସ୍ଥଳରେ ଅଚେତ ହୋଇ ପଡିଥିଲେ ।

ତେବେ ମଦ ପିଇଥିବାରୁ ପରିବାର ଲୋକ ଏକଥା ଜାଣିପାରି ନଥିଲେ । ମଦ ପିଇ ସୁକଲାଲ ଏଭଳି ଶୋଇଥିବ ଭାବି ଘରକୁ ନେଇ ଯାଇଥିଲେ । ଫଳରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି । ଘଟଣାର ଖବର ପାଇ ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହାସହ ହତ୍ୟାକାରୀ ଘନଶ୍ୟାମ ମାଝୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ ଫୋନ୍ ଯୋଗେ ସୂଚନା ଦେଇଛନ୍ତି ।

କାର୍ତ୍ତିକ ମଲ୍ଲିକ, ଉମରକୋଟ