• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାରିଖ ପରେ ତାରିଖ ଗଡ଼ାଇ ବାର୍ଷିକ ସଂପତ୍ତି ବିବରଣୀ ଦେଉନାହାନ୍ତି ସରକାରୀ ଅଧିକାରୀ । ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ପ୍ରପର୍ଟି ଷ୍ଟେଟମେଣ୍ଟ ଦେବା ନିୟମ ରହିଥିଲେ ବି ଏଥର ଏହି ଡେଡଲାଇନ୍ ଦୁଇ ଦୁଇଥର ବଢ଼ିଲାଣି । ପ୍ରଥମେ ମାର୍ଚ୍ଚ ୩୧, ପରେ ଏପ୍ରିଲ୍ ୩୦ ଯାଏଁ ବଢ଼ାଇଛି ସାଧାରଣ ପ୍ରଶାସନ ବିଭାଗ, ଯାହାକୁ ନେଇ ଉଠଛି ପ୍ରଶ୍ନ । କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ସରକାର ତାରିଖ ଗଡ଼ାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି ।

ନିୟମ ଅନୁସାରେ ପ୍ରତିବର୍ଷ ଜାନୁଆରୀ ୧ରୁ ଡିସେମ୍ବର ୩୧ ତାରିଖ ଅବଧି ଯାଏଁ ସମସ୍ତ ସରକାରୀ କର୍ମଚାରୀ ସଂପତ୍ତି ବିବରଣୀ ଦାଖଲ କରିବା କଥା କିନ୍ତୁ ଅନେକ ସମୟରେ ସେଥିରେ ବ୍ୟତିକ୍ରମ ହେଉଛି । ୨୦୨୧ର ପ୍ରଥମ ଡେଡଲାଇନ୍ ଥିଲା ଡିସେମ୍ବର ୩୧ ପରେ ଏହାକୁ ମାର୍ଚ୍ଚ ୩୧କୁ ବଢ଼ାଗଲା । ତେବେ ସେଇ ତାରିଖ ସୁଦ୍ଧା ବି ଅନେକ ନିଜର ସଂପତ୍ତି ତାଲିକା ଦାଖଲ କରିନାହାନ୍ତି । ଏଥିପାଇଁ ପଂଚାୟତ ଓ ପୌର ନିର୍ବାଚନକୁ ଆଳ କରାଗଲା । ଖାସ୍ ସେଥିପାଇଁ ଡେଡଲାଇନକୁ ପୁଣିଥରେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି ।

ଧାର୍ଯ୍ୟ ତାରିଖ ସୁଦ୍ଧା କର୍ମଚାରୀମାନେ ଯେପରି ସଂପତ୍ତି ତାଲିକା ଦାଖଲ କରିବେ, ସେଥିପାଇଁ ସବୁ ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ସାଧାରଣ ପ୍ରଶାସନ ବିଭା ।ଗ ସଂପତ୍ତି ତାଲିକା ସଠିକ୍ ସମୟରେ ଦେଉନଥିବାରୁ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ । ଦୁର୍ନୀତି, ଭ୍ରଷ୍ଟାଚାର ବଢୁଥିବା ବେଳେ ଏହା କେବଳ ଧର୍ମକୁ ଆଖିଠାର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ସର୍ଭିସ୍ କଣ୍ଡକ୍ଟ ରୁଲ୍ ଅନୁସାରେ ସରକାରୀ କର୍ମଚାରୀମାନଙ୍କୁ ପ୍ରତିବର୍ଷ ସଂପତ୍ତି ବିବଣୀ ଦାଖଲ କରିବାକୁ ପଡ଼ିବ । ତେବେ ରାଜ୍ୟ ସରକାର ଏହି ତାଲିକା ସାର୍ବଜନୀନ କରିବାକୁ ଘୋଷଣା କରିଥିଲେ । ଏପରିକି ଜନ ପ୍ରତିନିଧିମାନେ ବି ସେମାନଙ୍କ ବାର୍ଷିକ ସଂପତ୍ତି ବିବରଣୀ ସାର୍ବଜନୀନ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା । ସେ ଅନୁସାରେ ସାଧାରଣ ପ୍ରଶାସନ ବିଭାଗ ୨୦୨୧ ଫେବ୍ରୁଆରୀରେ ଏକ ସଂକଳ୍ପ ଆଣିଥିଲା । ହେଲେ ବିଭିନ୍ନ ବାହାନା ଦେଖାଇ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଥିବା କୁହାଯାଉଛି ।

ସେପଟେ ଗତ କିଛି ସପ୍ତାହ କଥା ଦେଖିଲେ, ପ୍ରତିଦିନ କୌଣସି ନା କୌଣସି ସରକାରୀ ବାବୁଙ୍କୁ ଭିଜିଲାନ୍ସ ଧରୁଛି ବିଡା ବିଡା ନୋଟ୍ ସହ ଆଖି ଖୋସି ହୋଇଗଲା ଭଳି ଆୟ ବହିର୍ଭୁତ ସଂପତ୍ତି ଠାବ ହେଉଛି । ଏଭଳି କ୍ଷେତ୍ରରେ ନିୟମକୁ କଡ଼ାକଡ଼ି ଲାଗୁ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ । ଭିଜିଲାନ୍ସ ଧରପଗଡ଼ରେ କେବଳ ଛୋଟ ମାଛ ପଡୁଥିବା ବେଳେ ବଡ଼ ବଡ଼ ମାଛ କେବେ ଜାଲରେ ପଡ଼ିବେ, ଦୁର୍ନୀତିଖୋର ବଡ଼ବଡ଼ଇାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାକୁ ଅପେକ୍ଷା ।

ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

OTV is now on Whatsapp

Join and get latest news update delivered to you via whatsapp

Join Now