• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜାଲରେ ପଡ଼ିଲା ଅଜବ ମାଛ । ସାଧାରଣ ମାଛ ଠାରୁ ଦେଖିବାକୁ ପୂରାପୁରି ଭିନ୍ନ । ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତେରୁଣ୍ଡିଆ ଗ୍ରାମର ଏକ ପୋଖରୀରେ ଅଜବ ପ୍ରକାରର ମାଛ ଦେଖାଯାଇଛି । ଏହି ମାଛକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଯେତିକି ଉତ୍କଣ୍ଠା ରହିଛି ,ସେତିକି ଭୟ ମଧ୍ୟ ଦେଖାଯାଇଛି । ତେବେ ଏହା Sucker catfish ବା ornamental catfish ବୋଲି କୁହାଯାଉଛି ।

ତେରୁଣ୍ଡିଆ ଗ୍ରାମର ସୁବାଷ ନାୟକ ଗତକାଲି ନିଜ ବଗିଚାରେ ଥିବା ଏକ ପୋଖରୀରେ ମାଛ ମାରିବା ପାଇଁ ଜାଲ ପକାଇଥିଲେ । ଜାଳରେ ଏହି ବିରଳ ମାଛ ପଡ଼ିଥିଲା । ଆଗରୁ କେବେ ଏଭଳି ମାଛ ଦେଖିନଥିବା ସୁବାଷ ଏହି ମାଛ ଦେଖି ଭୟଭୀତ ହୋଇଯାଇଥିଲେ । ମାଛ ସମ୍ପର୍କରେ ଖବର ପ୍ରଚାର ପରେ ମାଛ ଦେଖିବାକୁ ଆଖପାଖ ଗାଁଲୋକଙ୍କ ଭିଡ଼ ଲାଗିଥିଲା । ମାଛଟିର ଲମ୍ବ ୬ ରୁ ୮ ଇଞ୍ଚ ହୋଇଥିବା ବେଳେ ଦେହ ସାରା ଚିତ୍ରିତ ଚିହ୍ନ ରହିଛି ଓ ପେଟ ପଟେ ତାର ପାଟି ରହିଛି ।

ଗତ ବନ୍ୟା ରେ ଏଭଳି ମାଛ କେଉଁଆଡ଼ୁ ଚାଲି ଆସିଥିବା ସନ୍ଦେହ କରାଯାଉଛି । ତେବେ ଏହି ମାଛ ଖାଇବା ଯୋଗ୍ୟ ନୁହେଁ। ଏହାକୁ ଆକ୍ୱାରିୟମ୍ ରଖାଯାଇଥାଏ ବୋଲି ଜଣାପଡ଼ିଛି ।