/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649594599.jpg)
Drowning Case
କଟକ: ମା' ତୁ ଶୋଇଥା। ମୁଁ ମସଜିଦ୍ରୁ ଯାଇ ଫେରିଆସିବି। କିନ୍ତୁ ମାଆକୁ ମିଛ କହି ପୁଅ ଚାଲିଆସିଲା ମହାନଦୀର ପଠାକୁ। ମହାନଦୀରେ ସାଙ୍ଗଙ୍କ ସହ ଗାଧୋଇବା ବେଳେ ଅକାତକାତ ପାଣି ଭିତରକୁ ଟାଣିନେଲା ଚୋରାବାଲି। ଆଉ ଏପଟେ ପୁଅର ଫେରିବା ବାଟକୁ ଅନେଇ ବସିଛି ମା। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଯୋବ୍ରା ନିକଟ ମହାନଦୀରେ।
ଯୋବ୍ରା ଚାରିଘରିଆ ଅଞ୍ଚଳର ଛାତ୍ର ସାହିଲ ଦିନ ସାଢେ ଗୋଟାଏ ସମୟରେ ଘରୁ ବାହାରି ଆସିଥିଲା। ବାହାରି ଆସିବା ସମୟରେ ମାକୁ ମସଜିଦ ଯାଉଛି କହିଥିଲା। ହେଲେ ସେ ସାଙ୍ଗମାନଙ୍କ ସହିତ ଚାଲିଆସିଥିଲା ମହାନଦୀର ପଠାକୁ। ସେଠାରେ ସାଙ୍ଗମାନଙ୍କ ଗାଧୋଇବା ସମୟରେ ୩ ଜଣ ଚୋରାବାଲିରେ ଫସିଗଲେ। ବିପଦ ମୁହଁରୁ ବର୍ତ୍ତିବା ପାଇଁ ସବୁ ଚେଷ୍ଟା କରିଥିଲେ ସତ କିନ୍ତୁ ଗଭୀର ନଦୀ ଭିତରକୁ ଚାଲିଗଲେ। ଆଉ ଫେରିବାର ବାଟ ସତେ ଯେମିତି ବନ୍ଦ ହୋଇଯାଇଥିଲା।
ସୌଭାଗ୍ୟବଶତଃ ଜଣଙ୍କୁ ଉଦ୍ଧାର ସାହିଲଙ୍କୁ ଉଦ୍ଧାର କରାଯାଇଥିଲା କିନ୍ତୁ ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ପିଲାଦିନେ ସାହିଲ ତାଙ୍କ ବାପାଙ୍କୁ ହରାଇଥିଲେ। ଆଉ ସେ ଏବେ ଜୀବନଯୁଦ୍ଧରେ ହାରିଯାଇଛନ୍ତି। ତାଙ୍କ ସହିତ ଅନ୍ୟ ୨ ଜଣ ସାଜିଦ ଓ ଆୟୁର୍ ଏବେବି ନିଖୋଜ ଅଛନ୍ତି। ଏହି ୩ ଜଣ ଘରେ ମିଛ କହି ମହାନଦୀକୁ ଗାଧୋଇବାକୁ ଆସିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)