• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ସେଇଥିପାଇଁ ତ ଜଳକୁ ଜୀବନ କୁହାଯାଏ । ସରକାର ମଧ୍ୟ ଜଳ ଆଉ ଜଳ ସ୍ରୋତର ଗୁରୁତ୍ୱକୁ ଉପଲବ୍ଧି କରି ନଦୀ ଗୁଡିକୁ ସଂଯୋଗ କରିବା ସହ ଅତ୍ୟାଧୁନିକ ଜଳସେଚନ ବ୍ୟବସ୍ଥା ପାଇଁ ବିଭିନ୍ନ ଯୋଜନାରେ ଖର୍ଚ୍ଚ କରୁଛନ୍ତି କୋଟ କୋଟି ଟଙ୍କା । ହେଲେ ଏବେ ବି ନଈ ମରୁଛି । ଆଉ ତାର ଉଭୟ ପାର୍ଶ୍ୱର ଲକ୍ଷାଧିକ ଲୋକେ ହନ୍ତସନ୍ତ ହେଉଛନ୍ତି । କଟକ ଜିଲ୍ଲା ନେମାଳରେ ଏପରି ଅଛି ଏକ ମଲା ନଈ ।

ନେମାଳର ଚିତ୍ରୋତ୍ପାଳା ନଦୀ । ନଦୀ ଅଛି ହେଲେ ପାଣି ନାହିଁ । ଲାଗୁଛି ସତେ ଯେମିତି କୌଣସି ଏକ ଟାଙ୍ଗରା ଓ ଗୋଚର ଭୂମି । ନଦୀରେ ପାଣି ନାହିଁ ବୋଲି ଶୁଖିଲା ପଡ଼ିଛି କ୍ଷେତ । ମରିବାକୁ ବସିଲାଣି ଖରାଦିନିଆ ଫସଲ । ନଦୀର ଦୃଶ୍ୟ ତ ଦେଖିଲେ ନଦୀ ତ ନୁହେଁ ଏବେ ଲୋକେ ୟାକୁ ମଲା ନଈ ବୋଲି କହୁଛନ୍ତି । ଗାଁରେ ବି ସ୍ଥିତି ସମାନ, ନଳକୂପ ଅଛି ହେଲେ ନଈ ସୁଖିଲା ପଡ଼ିଥିବାକୁ ପାଣି ପହଞ୍ଚିପାରୁନି । କେଉଁଠି ତ ନଦୀବାଲିରେ ପୋତି ହୋଇଗଲାଣି ନଳକୂପ । ହେଲେ ଦୁଃଖିଙ୍କ ଦୁଃଖ ଶୁଣିବାକୁ ସତେ ଯେମିତି କେହି ନାହାନ୍ତି । ଗ୍ରାମବାସୀ କୁହନ୍ତି, ନଈ ଶୁଣା ପଡ଼ିନି ଯେ, ଗାଁ ପ୍ରତି ଆଗକୁ ବଡ଼ ବିପଦ ଆସୁଛି ।

କଟକ ଜିଲ୍ଲାର ଏହି ସ୍ଥାନ, ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ । ଏଠାରୁ ପାଖାପାଖି ୪୮ କଲୋମିଟର ଅତିକ୍ରମ କରି ଏହି ନଦୀ କେନ୍ଦ୍ରାପଡ଼ା ଜିଲ୍ଲାର ନାରାୟଣପୁରରେ ପୁଣି ଲୁଣା ନଦୀରେ ମିଶିବା କଥା । ହେଲେ ନଦୀଟି ଏଇଠୁ ହିଁ ମରିଯାଇଛି । ଫଳରେ ନଦୀକୂଳିଆ ଜନବସତି ଉପରେ ଏହାର ଗଭୀର ପ୍ରଭାବ ପଡୁଛି । ମୁହାଣ ସଫା କରିବା ସହ ନଦୀ ସ୍ରୋତକୁ ଆଗଭଳି ନିର୍ବାହ କରିପାଇଁ ସରକାରୀ ସ୍ତରରୁ ବ୍ୟବସ୍ଥା ହେଲେ ଚିତ୍ରୋତ୍ପଳା ପୁଣି ଥରେ ପୁନଃ ଜୀବନ୍ତ ହୋଇପାରନ୍ତା ବୋଲି ଲୋକେ କହିଛନ୍ତି ।

ମନୋଜ ଆଚାର୍ଯ୍ୟ, ସାଲେପୁର ,