Advertisment

ମଲ୍‌ରେ ସଠିକ୍ ଢଙ୍ଗରେ ପାଳନ ହେଉଛି ତ ଫାୟାର ସେଫ୍ଟି ଗାଇଡଲାଇନ୍ସ ?

ଅଗ୍ନିକାଣ୍ଡ ପରେ ଏହି ମଲ୍‌ରେ ଫାୟାର ସେଫ୍ଟିକୁ ଅଧିକ କଡାକଡି କରାଯାଇଛି।

author-image
Chandan Shishu
Fire Accident

Fire Accident

ରାଜଧାନୀବାସୀଙ୍କର ପ୍ରଶ୍ନ- କେତେ ସୁରକ୍ଷିତ ସପିଂ ମଲ୍ ? ସଠିକ୍ ଢଙ୍ଗରେ ପାଳନ ହେଉଛି ତ ଫାୟାର ସେଫ୍ଟି ଗାଇଡଲାଇନ୍ସ ? ଦୁର୍ଘଟଣାକୁ ଆୟତ୍ତ କରିବାକୁ କେତେ ପ୍ରଶିକ୍ଷିତ ମଲ୍ ସୁରକ୍ଷାକର୍ମୀ ? ଗତକାଲି ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ କେଶରୀ ମଲ୍‌ରେ ଅଗ୍ନିକାଣ୍ଡର କାରଣ ଯଦିଓ ଏଯାଏଁ ଅସ୍ପଷ୍ଟ, ତଥାପି ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଘାରିଛି। ଏଣେ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ସିଧା ସଖଳ ଅଭିଯୋଗ- ମେଣ୍ଟେନାନ୍ସ ବାବଦକୁ ମାସକୁ ମାସ ଟଙ୍କା ତ ନେଉଥିଲେ ହେଲେ ଢିଲା କାହିଁକି ? କିନ୍ତୁ ମଲ୍ ମ୍ୟାନେଜରଙ୍କ କହିବା କଥା ସବୁ କିଛି ଠିକ୍ ଅଛି ସପିଂ ମଲ୍‌ରେ ଅଗ୍ନି ସୁରକ୍ଷାକୁ ନେଇ ଅଗ୍ନିଶମ ବିଭାଗ ଅଧିକ ତତ୍ପର ହେବାକୁ ସାଧାରଣ ଲୋକେ ଦାବି କରୁଥିବା ବେଳେ ଭୁବନେଶ୍ୱରସ୍ଥିତ ଆସିଷ୍ଟାଣ୍ଟ ଫାୟାର ଅଫିସର କହିଛନ୍ତି, କେଶରୀ ମଲ୍‌ରେ ସବୁ ବ୍ୟବସ୍ଥା ଠିକ୍ ଥିଲା ଅନ୍ୟ ସପିଂ ମଲ୍ ଗୁଡିକୁ ମଧ୍ୟ ଆମେ ସଚେତନ କରାଉଛୁ। 

Advertisment

ତେଣେ ଗତକାଲି ରାତିରେ ରାଜଧାନୀର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କେଶରୀ ମଲ୍‌ରେ ଆକସ୍ମିକ ଅଗ୍ନିକାଣ୍ଡ ପରେ ହଠାତ୍ ଚେଇଁ ଉଠିଛି ଅଗ୍ନିଶମ ବିଭାଗ। କେମିତି ଅଛି ସପିଂ ମଲ୍‌ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ ଅତର୍କିତ ଯାଞ୍ଚ କରିବା ସହ ମକ୍ ଡ୍ରିଲ ବି କରିଛି। ତେଣେ କିଛି ଦିନ ତଳେ ଅଗ୍ନିକାଣ୍ଡ ଘଟିଥିବା କଟକର ଏକ ମଲ୍‌ରେ କେମିତି ରହିଛି ଅଗ୍ନି ନିର୍ବାପକ ଓ ଅଗ୍ନିକାଣ୍ଡ ସୁରକ୍ଷା ବ୍ୟବସ୍ଥା, ସ୍ଥିତି ପରଖିଛି ଓଟିଭି। ଦରଘା ବଜାର ସ୍ଥିତ ଏ ହେଉଛି ନେତାଜୀ ଆର୍କେଡ ସପିଂ ମଲ୍।

ଅଗ୍ନିକାଣ୍ଡ ପରେ ଏହି ମଲ୍‌ରେ ଫାୟାର ସେଫ୍ଟିକୁ ଅଧିକ କଡାକଡି କରାଯାଇଛି। ପର୍ଯ୍ୟାପ୍ତ ପରିମାଣର ଫାୟାର ଏକ୍ସଟିଙ୍ଗୁଇସର, ୧୦ ହଜାର ଲିଟର ପାଣି ଟ୍ୟାଙ୍କର ସହ ଗାଇଡଲାଇନ୍ସ ଅନୁଯାୟୀ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ହୋଇଛି। ତାସହ ପ୍ରତି ୬ ମାସରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଥିତି ଯାଞ୍ଚ ସହ ଏଠାକାର କର୍ମଚାରୀଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଉଥିବା ମଲ୍ ମ୍ୟାନେଜର କହୁଛନ୍ତି।

Advertisment

ରିପୋର୍ଟ: ଦେବାଶିଷ ମହାନ୍ତି, ମଧୂସୁଦନ ମିଶ୍ର, ସ୍ୱାତୀ ଜେନା ଓ ସୌମ୍ୟରଞ୍ଜନ ସାହୁ

Fire Safety In Mall
Advertisment
Advertisment