କୃଷ୍ଣପ୍ରସାଦ: ଘାଟ ବିବାଦ ଯୋଗୁଁ ଡଙ୍ଗାରେ ଫସିଛନ୍ତି ଶତାଧିକ ଯାତ୍ରୀ। ଚିଲିକାର ଜହ୍ନିକୁଦା ଘାଟରେ ଡଙ୍ଗା ଲାଗିବାକୁ ଅନୁମତି ଦିଆଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେବେ ସାତପଡ଼ାରୁ ଆସିଥିବା ୨୦ରୁ ଅଧିକ ଡଙ୍ଗାକୁ ଘାଟରେ ଲଗାଇ ଦିଆଯାଉନି। ଘାଟରେ ଲାଗିବାକୁ ଅନୁମତି ମିଳୁନଥିବାରୁ ଡଙ୍ଗାରେ ଫସିଛନ୍ତି ଶତାଧିକ ଯାତ୍ରୀ। ସାତପଡ଼ା ଓ ଜହ୍ନିକୁଦା ଘାଟ ବିବାଦ ଅନେକ ଦିନ ଧରି ଲାଗିରହିଛି। ଚଳିତ ବର୍ଷ ଦ୍ୱିତୀୟ ବାଲିଯାତ୍ରାକୁ ନେଇ ବିବାଦ ଆରମ୍ଭ ହୋଇଛି।
ପ୍ରକାଶଥାଉକି ପୂର୍ବରୁ ଲାଗିରହିଥିବା ଘାଟ ବିବାଦ ଆଜି ଖରାବେଳଠୁ ଅଧିକ ତେଜିବାରେ ଲାଗିଥିଲା। ଜହ୍ନିକୁଦାରୁ ସାତପଡ଼ା ଏଠାରେ ଯାତ୍ରୀଙ୍କୁ ନେଇ ଡଙ୍ଗା ଯାତାୟତ ଅଧିକ ଥାଏ। ତେବେ ଜହ୍ନିକୁଦାରୁ ଯେତେବେଳେ ସାତପଡ଼ା ଡଙ୍ଗା ଯାଇଥିଲା, ଯାତ୍ରୀଙ୍କୁ ଖାଲି କରିବା ପରେ କିଛି ଯାତ୍ରୀଙ୍କୁ ଆଣିବା ବେଳେ ଏହାକୁ ସାତପଡ଼ାର ଡଙ୍ଗା ଚାଳକ ବିରୋଧ କରିଥିଲେ।
ତେବେ ସେହି ପରିସ୍ଥିତି ଜହ୍ନିକୁଦାରେ ଦେଖାଦେଇଥିଲା। ଏହି ବିବାଦ ଉଗ୍ର ରୂପ ନେଇଥିଲା। ଉଭୟ ଘାଟରେ ଲାଗିବାକୁ ଅନୁମତି ନଦେବାରୁ ଯାତ୍ରୀମାନେ ପାଣି ଭିତରେ ଫସିରହିଛନ୍ତି।