ହେଇ ଗଲା ଗଲା ଗଲା...ଧର ଧର ଧର...ଘରେ ପଶିଗଲା ଲୋ...ସକାଳୁ ସଞ୍ଜ ଯାଏଁ ପୂରା ଗାଁଟା ସାରା ଲୋକଙ୍କ ମୁହଁରେ ଏମିତି କଥା। ମାସେ ହେଲାଣି ଦୁଇ ମାଙ୍କଡ ଯାହାକୁ ଦେଖୁଛନ୍ତି ତାଙ୍କୁ କାମୁଡୁଛନ୍ତି...ବିନା ବାଟୁଳିଖଡା କି ଠେଙ୍ଗାରେ ଗାଁରୁ ବାହାରୁନାହାନ୍ତି ଲୋକ
ସବାଇ ଘାସର ସୌନ୍ଦର୍ଯ୍ୟ...ଏଥିରେ ତିଆରି ହୋଇଥିବା ସାମଗ୍ରୀର ବଢୁଛି ଚାହିଦା। ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା
ଗୋଟିଏ ପଟେ ଭାଇ ଭଉଣୀଙ୍କୁ ମଣିଷ କରିବାର ବୋଝ ଓ ଆଉ ଗୋଟିଏ ପଟେ ଆର୍ଥିକ ଅନଟନ ଅନନ୍ତଙ୍କୁ ଆଉ ଆଗକୁ ବଢ଼ିବାକୁ ଦେଉନାହିଁ।
ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରୁଛି ବିଏମ୍ସି। ବିନା ଥଇଥାନ ଓ କ୍ଷତିପୂରଣରେ ବିଏମ୍ସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରିଛନ୍ତି। ସେଥିପାଇଁ ଆଜି ବିଏମ୍ସିର ନର୍ଥ ଜୋନ୍ ଅଫିସକୁ ଘେରାଉ କରିଥିଲେ। ଏପରିକି ଉଠାଦୋକନୀମାନେ ବିଏମ୍ସି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ
ଡମଣା ଓ ପଟିଆ ଅଞ୍ଚଳରେ BMC ର ଉଚ୍ଛେଦ ବିରୋଧରେ ଶହ ଶହ ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଛି । ବିନା ଥଇଥାନ ଓ କ୍ଷତିପୂରଣରେ ବିଏମସିଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରୁଛନ୍ତି । ଡମଣା ଛକଠାରୁ ଉଠା ଦୋକାନୀମାନେ ରାଲି କରି ପ୍ରତିବାଦ କରିଛନ୍ତି ଉତ୍ତର ବିଏମସି କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ଆଜି ଅପରାହ୍ଣ ୧ଟା ବେଳେ ଗାଁର କିଛି ପିଲା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ପାଣିରେ ବୁଡ଼ି ଯାଇଥିଲେ।
କାଲିଠୁ ଉଚ୍ଛେଦ ହେବନି କହିଲେ ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର
ରାଜଧାନୀରେ ତାତିଲେ ଉଠା ଦୋକାନୀ । ବିଏମ୍ସିର ଉଛେଦକୁ ବିରୋଧ ।
ନାରୀ ସଶକ୍ତିକରଣରେ ଓଡିଶାର ଜୀବିକା ମିଶନ ଆଉ ପାଦେ ଆଗେଇଛି। ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଅଭିନବ ପ୍ରୟାସ ଜାରି ରଖିଛି। ଯାହାର ଜ୍ୱଳନ୍ତ ଉଦାହରଣ ଢେଙ୍କାନାଳ ରୋଡ଼ ଗାଁର ମା ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ। କଠିନ ପରିଶ୍ରମ ଓ ଇଛାଶକ୍ତି ବଳରେ ମହିଳାମାନେ ଆଜି ସ୍ୱୟଂ ସମ୍ପୂର୍ଣ୍ଣା...
ଭଳିକି ଭଳି ରଙ୍ଗବେରଙ୍ଗର ଫୁଲ ଫୁଟିଛି। ଚାଷୀ କହୁଛନ୍ତି ମିଳୁନି ସରକାରୀ ସହାୟତା। ଅଧିକାରୀ କହୁଛନ୍ତି ସରକାରଙ୍କୁ ସହଯୋଗ କରୁନାହାଁନ୍ତି ଚାଷୀ। ସରକାରଙ୍କର କୌଣସି ଯୋଜନାରେ ସାମିଲ ହେବାପାଇଁ ଆବେଦନ ବି କରୁ ନାହାଁନ୍ତି ଚାଷୀ....
ଏଠାରେ ଟଙ୍କା ଡିପୋଜିଟ୍ କଲେ, ଗର୍ଲଫ୍ରେଣ୍ଡ ଠାରୁ ଆରମ୍ଭ କରି ବାପା-ମା-ଭାଇ-ଭଇଣୀ ସମସ୍ତ ପ୍ରକାର ସମ୍ପର୍କକୁ ଆପଣ ଭଡ଼ାରେ ନେଇ ପାରିବେ । ଟଙ୍କା ଅନୁସାରେ ଆପଣଙ୍କ ଅବଧି ମଧ୍ୟ ସରିଯିବ ।
ବିଦେଶୀ ମୋହ ସହରୀ ଚାକଚକ୍ୟକୁ ଛାଡ଼ି ଗାଁରେ ଚାଷ କରୁଛନ୍ତି ରାୟଗଡ଼ାର ସଫ୍ଟୱେର ଇଂଜିନିୟର ସତ୍ୟ ପ୍ରବୀନ....
ରାଜଧାନୀ ଭୁବନେଶ୍ୱରରେ ଉଠା ଦୋକାନୀଙ୍କ ପାଇଁ କାଳ ହୋଇଛି ହକି ବିଶ୍ୱକପ୍। ବର୍ଷ ବର୍ଷର ବେଉସା ଆଉ ପେଟ ପାଟଣା ଉପରେ ପଡ଼ିଛି ଚଡ଼କ।
ମାଟିରେ ଧାଡିଧାଡ଼ି ହୋଇ କଣା, ବାହାରୁଛି ଦେଶୀ ପଣା, ଟିକେ ପିଇଲେ ପୁରା ବାଟବଣା...
ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଇନଜୀବୀଙ୍କ ଅନୁରୋଧ
ମାନବିକତାର ଶ୍ରେଷ୍ଠ ଉଦାହରଣ। ପ୍ରଖର ସ୍ରୋତରେ ଭାସିଯାଉଥିଲା କୁକୁର...ଜୀବନକୁ କେୟାର କଲେନି...ଦଉଡି ସାହାଯ୍ୟରେ ଡ୍ୟାମରେ ପଶିଲେ, କୁକୁରର ଜୀବନ ବଞ୍ଚାଇଦେଲେ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଓଡ଼ିଶାରେ ୫୧% ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।
ଇଏ କେମିତିକା ଗାଁ? ଯେଉଁ ଗାଁରେ କୌଣସି ପରିବାରକୁ ମିଳିନି ଆବାସ ଘର। ଜିଆରଏସ୍ଙ୍କଠୁ ଜିଲ୍ଲାପାଳ ସମସ୍ତଙ୍କୁ ଗୁହାରି କରିକରି ଥକିଗଲେଣି ହେଲେ କେହି ଶୁଣୁନାହାନ୍ତି। ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ଏଠିକା ଲୋକ
ବିବାହ ପରେ ଝିଅମାନେ ଶାଶୁ ଘରକୁ ଯିବା ଏକ ସାଧାରଣ କଥା। କିନ୍ତୁ କାଁ ଭାଁ ଯେଉଁଠି ବିବାହ ପରେ ପୁଅମାନେ ଆସି ଶଶୁର ଘରେ ରୁହନ୍ତି ତାଙ୍କୁ ‘ଘରଜ୍ୱାଇଁ’ ବୋଲି କୁହାଯାଏ। ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ‘ଘରଜ୍ୱାଇଁ’। ଏହି ପରମ୍ପରା କାହିଁକି ଆସନ୍ତୁ ଜାଣିବା।
ପେଗ୍ ବନେଇ ଦେ...ସାଙ୍ଗ ପେଗ୍ ବନେଇ ଦେ...ଆଲୋ ଆଲୋ ଇଏ କଣ? ଅଧା ରାସ୍ତାରେ ଡ୍ରାଇଭର କଣ ରୋଗୀଙ୍କୁ ମଦ ପିଆଇଲେଣି? ଇଏ ରୋଗୀ ନା ଭୋଗୀ ?
ରାଜଧାନୀରେ ହାଇଡ୍ରାମା । ନବୀନ ନିବାସଠୁ ମାତ୍ର ୫ ଶହ ମିଟର ଦୂର ଶିଶୁଭବନ ଛକରେ ବିଚଳିତ କଲାଭଳି ଦୃଶ୍ୟ । ସୁଉଚ୍ଚ ହୋର୍ଡିଂ ଉପରେ ଚଢ଼ି, ଜାତୀୟ ପତାକାକୁ ପାଖରେ ବାନ୍ଧି ଜଣେ ଯୁବକଙ୍କ ଚରମ ପ୍ରତିବାଦ । ପୁଣି ହାତରେ ଲାଇଟର, ପେଟ୍ରୋଲ ଭର୍ତ୍ତି ବୋତଲ । ହଁ ଇଏ ସେଇ ପ୍ରତିବାଦକାରୀ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ । ଯିଏ ରାଉରକେଲାରୁ, ମୁଖ୍ୟମନ୍ତ୍ରୀ ଦେଇଥିବା ୯ ବର୍ଷ ତଳର ପ୍ରତିଶ୍ରୁତିକୁ ମଡେଲ୍ର ଭାର ବନେଇ ୫ ଶହରୁ ଊର୍ଦ୍ଧ୍ୱ କିଲୋମିଟର ବାଟ ପାଦରେ ଚାଲିଚାଲି ନବୀନ ନିବାସ ଯାଏଁ ଆସିଥିଲେ ।
ତିତିଲି ବାତ୍ୟାରେ ଭାଙ୍ଗି ପଡ଼ିଥିଲା ଦୁର୍ମୂଲ୍ୟ ରକ୍ତ ଚନ୍ଦନ ଗଛ,ବ୍ରହ୍ମପୁରରେ ରକ୍ତ ଚନ୍ଦନ କାଠକୁ ସାଇତିଛି ଓଏଫଡିସି
ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଅଭିନବ ପ୍ରତିବାଦ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ରାଉରକେଲାରୁ ପାଦରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ।
ଓଡ଼ିଶାରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୭ ମିନିଟ୍ରେ ପ୍ରାୟ ୫/୬ ସେକେଣ୍ଡ ପାଇଁ ଗଜପତି ଜିଲ୍ଲା ମୋହନା ଓ ଆର. ଉଦୟଗିରି ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।
୫୦ ନଡ଼ିଆ ଧରି ତେଲ ବାହାର କରିବାକୁ ଲାଗିପଡ଼ିଛନ୍ତି ୩୫ଜଣ ମହିଳା..