• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ସରକାର, ଆମର ବାପା ହୋଇଛି । ହେଲେ ଦୋକାନ ଭାଙ୍ଗି ଏବେ ଦାଣ୍ଡରେ ବସେଇ ଦେଲା । ଏବେ ଆମ ପିଲାମାନେ କ’ଣ ଖାଇବେ . ୧୫ ବର୍ଷ ହେଲାଣି ଦୋକାନ କରିଥିଲୁ । ଯେତିକି ରୋଜଗାର ହୁଏ, ସେତିକିରେ ପୂରା ପରିବାର ଚଳେ । ଦୋକାନା ଭାଙ୍ଗିବା ପର ଠାରୁ ଲୁଣ ପ୍ୟାକେଟ୍‌ ଗୋଟିଏ ବି କିଣି ପାରୁନୁ । କାନ୍ଦି କାନ୍ଦି କ୍ୟାମେରା ସାମ୍ନାରେ ନିଜ ଦୁଃଖ ବଖାଣିଲେ ମହିଳା ଉଠା ଦୋକାନୀ ।’ ଆଜି ରାଜଧାନୀ ଭୁବନେଶ୍ୱର ରେ ରାସ୍ତାକୁ ଓହ୍ଲାଇ ହଙ୍ଗାମା କରିଛନ୍ତି ଉଠା ଦୋକାନୀ ।

bmc(ଉଠା ଦୋକାନୀଙ୍କ ଦୁଃଖ ବୁଝିବ କିଏ ?)

ଡମଣା ଓ ପଟିଆ ଅଞ୍ଚଳରେ  BMC ର ଉଚ୍ଛେଦ ବିରୋଧରେ ଶହ ଶହ ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଛି । ବିନା ଥଇଥାନ ଓ କ୍ଷତିପୂରଣରେ ବିଏମସିଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରୁଛନ୍ତି । ଡମଣା ଛକଠାରୁ ଉଠା ଦୋକାନୀମାନେ ରାଲି କରି ପ୍ରତିବାଦ କରିଛନ୍ତି ଉତ୍ତର ବିଏମସି କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଅଧିକ ପଢ଼ନ୍ତୁ: କାଲିଠୁ ଉଚ୍ଛେଦ ବନ୍ଦ : ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନରମିଲା BMC

ଉଚ୍ଛେଦ ବେଳେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ବିନା ନୋଟିସରେ BMC ଉଚ୍ଛେଦ କରୁଥିବା କିଛି ଉଠା ଦୋକାନୀ କହିଛନ୍ତି । ତେବେ ପ୍ରତିବାଦ ବେଳେ ପୋଲିସ ଓ ଉଠା ଦୋକାନୀଙ୍କ ମଧ୍ୟରେ ଠେଲାପେଲା ହୋଇଛି । ନାଲକୋ ଛକ ବିଏମସି ନର୍ଥ ଜୋନ୍ ଅଫିସ ସାମ୍ନାରେ ଧସ୍ତାଧସ୍ତି ଦୃଶ୍ୟ ଦେଖିବାକୁ ମିଳିଛି ।