ଡମଣା ଓ ପଟିଆ ଅଞ୍ଚଳରେ BMC ର ଉଚ୍ଛେଦ ବିରୋଧରେ ଶହ ଶହ ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଛି । ବିନା ଥଇଥାନ ଓ କ୍ଷତିପୂରଣରେ ବିଏମସିଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରୁଛନ୍ତି । ଡମଣା ଛକଠାରୁ ଉଠା ଦୋକାନୀମାନେ ରାଲି କରି ପ୍ରତିବାଦ କରିଛନ୍ତି ଉତ୍ତର ବିଏମସି କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
Published: Sarbeswar
Last updated: 23 December 2022, 10:12 PM IST
କରୋନାର ନୂଆ ଭ୍ୟାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍। ୨୮ ନଭେମ୍ବରରୁ ରାଜ୍ୟରେ ସରକାରୀ ଟୀକାକାରଣ ବନ୍ଦ ଥିବାବେଳେ ଟିକା ଯୋଗାଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ। ତାସହ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ କୋଟି ୧୪ ଲକ୍ଷ ଡୋଜ୍ ଟିକା ଦିଆସରିଛି। ଯେଉଁମାନେ ପ୍ରିକସନ ଡୋଜ ନେଇଛନ୍ତି, ସେମାନେ ସୁରକ୍ଷିତ। ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ ହର୍ଡ ଇମ୍ୟୁନିଟି ଅଧିକ ରହିଛି। ଓଡ଼ିଶାରୁ ଯେତିକି ସାମ୍ପଲ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି, ସେଥିରେ BF.7 ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ।