Advertisment

ଅସହାୟ ଜୀବନ ବିତାଉଛନ୍ତି ଜାତୀୟସ୍ତରର କୁସ୍ତି ଯୋଦ୍ଧା !

ଗୋଟିଏ ପଟେ ଭାଇ ଭଉଣୀଙ୍କୁ ମଣିଷ କରିବାର ବୋଝ ଓ ଆଉ ଗୋଟିଏ ପଟେ ଆର୍ଥିକ ଅନଟନ ଅନନ୍ତଙ୍କୁ ଆଉ ଆଗକୁ ବଢ଼ିବାକୁ ଦେଉନାହିଁ।

author-image
Chandan Shishu
ଅଦ୍ୟତନ ହୋଇଛି
National Level Wrestler

ରେସଲର୍ ଅନନ୍ତ ମଲ୍ଲିକ

ପଙ୍କରୁ ପଦ୍ମ ଫୁଟିଲା ଭଳି ଦୁର୍ଗମ ଅଞ୍ଚଳର ଜଣେ ୧୦ ଶ୍ରେଣୀର ଆଦିବାସୀ ଛାତ୍ର କୁସ୍ତିରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିଲେ ମଧ୍ୟ ସରକାରୀ ପ୍ରୋତ୍ସାହନ ଅଭାବରୁ ତାଙ୍କର ସ୍ୱପ୍ନ ଅଧାରେ ଅଟକିଛି। ସରକାରୀ ପ୍ରୋତ୍ସାହନ ମିଳିଲେ ରାଜ୍ୟ ତଥା ଦେଶ ପାଇଁ କୁସ୍ତି ଖେଳି ସୁନାମ ଅର୍ଜନ କରିବେ ବୋଲି ଆଶା ରଖିଛନ୍ତି।

Advertisment

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଲୁହାଗୁଡ଼ି ପଞ୍ଚାୟତ କନ୍ଧଗଣି ଗାଁର ଏ ହେଇଛନ୍ତି ଅନନ୍ତ ମଲ୍ଲିକ। ଲୁହାଗୁଡ଼ି ଆଦିବାସୀ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର। ଅନନ୍ତ ମଲ୍ଲିକ ନିଜ ଦୁଇ ଭଉଣୀ ଓ ସାନ ଭାଇକୁ ନେଇ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଗତ ୨୦୧୧ ମସିହାରେ ପ୍ରଥମେ ମାଆ ଚାଲିଯିବା ପରେ ତାର କିଛି ବର୍ଷ ପରେ ଅର୍ଥାତ୍ ୨୦୧୪ ମସିହାରେ ବାପାଙ୍କର ମୃତ୍ୟୁ ଘଟିଥିଲା। ବଡ଼ ପୁଅ ହିସାବରେ ଅନନ୍ତଙ୍କ ମୁଣ୍ଡ ଉପରେ ଭାଇ ଭଉଣୀଙ୍କର ଲାଳନ ପାଳନ ସହ ସେମାନଙ୍କ ଭବିଷ୍ୟତ ଗଢ଼ିବା ବୋଝ ପଡ଼ିଲା। ଅନନ୍ତ ଓ ଗୋଟିଏ ଭଉଣୀ ଏବେ ଲୁହାଗୁଡ଼ି ସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସାନ ଭାଇ ଭଉଣୀ ଗଞ୍ଜାମ ଜିଲ୍ଲା ଆସିକାରେ ଏକ ସରକାରୀ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି।

ଅଧିକ ପଢ଼ନ୍ତୁ: ଟେଲରିଂ କରି ଘର ଚଳାଉଥିଲେ ସୁରେନ୍ଦ୍ର, ଜ୍ୱରରେ ଚାଲିଗଲା ଜୀବନ ! ଏବେ ପୁରା ପରିବାର ଅସହାୟ

Advertisment

ପିଲାଟି ଦିନରୁ ଖେଳ ପ୍ରତି ଅନନ୍ତଙ୍କ ପ୍ରବଳ ଆଗ୍ରହ। ପୁରୀ ରେ ଋଷିକୂଲ୍ୟା ଆଶ୍ରମରେ ରହି ପାଠ ପଢିବା ସମୟରେ କୁସ୍ତି ଖେଳ ଦେଖି କୁସ୍ତି ପ୍ରତି ଆଗ୍ରହ ବଢିଥିଲା। ସେଠାରେ ଜଣେ ପ୍ରଶିକ୍ଷକ ତାଙ୍କୁ ସ୍ପୋର୍ଟର୍ସ ହଷ୍ଟେଲ ଜଏନ କରାଇଦେଇଥିଲେ। ସେଠାରେ ରହି କୁସ୍ତି ଅଭ୍ୟାସ କରି ରାଜ୍ୟ ସ୍ତରରେ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଥିଲେ। ତାପରେ ସେଠାରୁ ଜାତୀୟ ସ୍ତରରେ କୁସ୍ତି ଖେଳିବା ଜିଲ୍ଲା ଯାଇଥିଲେ। କିନ୍ତୁ ସେଠାରେ ସେ କୃତିତ୍ୱ ହାସଲ କରି ପାର ନଥିଲେ। ଗୋଟିଏ ପଟେ ଭାଇ ଭଉଣୀଙ୍କୁ ମଣିଷ କରିବାର ବୋଝ ଓ ଆଉ ଗୋଟିଏ ପଟେ ଆର୍ଥିକ ଅନାଟନ ଯୋଗୁଁ ଅନନ୍ତ ଆଉ ଆଗକୁ ବଢ଼ି ନ ପାରି ନିରାଶ ହୋଇ ଗାଁକୁ ଫେରି ଆସି ନିଜ ପଞ୍ଚାୟତ ହାଇସ୍କୁଲରେ ପାଠ ପଢ଼ୁଛନ୍ତି। ପରିସ୍ଥିତି ଆଗରେ କିନ୍ତୁ ଅନନ୍ତ ହାର ମାନିନାହାଁନ୍ତି, ପାଠ ପଢିବା ସହ ସକାଳ ସନ୍ଧ୍ୟା ନିଜେ କୁସ୍ତି ଅଭ୍ୟାସ କରିବା ସହ ନିଜ ଗାଁର ଯୁବକମାନଙ୍କୁ କୁସ୍ତି ତାଲିମ ଦେଉଛନ୍ତି।

ଅନନ୍ତ କୁସ୍ତି ଖେଳି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିବାକୁ ବହୁତ୍ ସ୍ବପ୍ନ ଦେଖୁଥିବା ବେଳେ ସରକାରୀ ପ୍ରୋତ୍ସାହନ ଅଭାବରୁ ବଣର ମଲ୍ଲି ବଣରେ ଫୁଟି ମଉଳି ଯିବାକୁ ବସିଲାଣି। ଅନ୍ୟପଟେ ଦୁର୍ଗମ ଅଞ୍ଚଳରେ କୁସ୍ତି କଣ ଲୋକେ ଜାଣି ନ ଥିବା ବେଳେ ଗାଁରେ ରହି ଅନନ୍ତ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ତାଲିମ ନ୍ଦେଉଛନ୍ତି। ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ଖୁବ୍ ଶୀଘ୍ର ସେମାନଙ୍କୁ ପାଠ ପଢ଼ିବା ସୁଯୋଗ ଯୋଗାଇ ଦେବା ସହ କିଭଳି ଅନନ୍ତ ଖେଳରେ ଆଗକୁ ବଢ଼ି ପାରିବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ।

ରିପୋର୍ଟ: ମିହିର ଜତି, ମୋହନା

Advertisment
Advertisment