/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671784363.jpg)
No eviction from tomorrow
ଆସନ୍ତାକାଲି ଠାରୁ ବିଏମସିର ଉଚ୍ଛେଦ ବନ୍ଦ । ଏଣିକି ଦୋକାନ ଉଚ୍ଛେଦ ପୂର୍ବରୁ ସଂଘ ସହିତ ଆଲୋଚନା କରାଯିବ । ଭୁବନେଶ୍ୱର ଉଠା ଦୋକାନୀଙ୍କ ଜୋରଦାର ଆନ୍ଦୋଳନ, ବିରୋଧ ଓ ପ୍ରତିବାଦ ପରେ ନରମିଛନ୍ତି BMC ଅଧିକାରୀ । କାଲିଠୁ ଉଚ୍ଛେଦ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କା । ପରବର୍ତ୍ତୀ ପର୍ଯ୍ୟାୟରେ କିପରି ଉଠା ଦୋକାନୀ ମାନଙ୍କୁ ଥଇଥାନ କରାଯିବ, ସେନେଇ ନିଷ୍ପତ୍ତି ନିଆଯିବ ।
ସେହିପରି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଯେଉଁଠି ଟ୍ରାଫିକ୍ ଇସ୍ୟୁ ଅଛି, ସେଠାରୁ ଅନୁମତିରେ ଉଚ୍ଛେଦ ହୋଇଛି । ତେବେ ବିନା କାରଣରେ କୌଣସି ଉଠାଦୋକାନୀଙ୍କୁ ବିଏମସି ହାତ ଲଗାଉନାହିଁ ବୋଲି ମଧ୍ୟ ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ‘ସରକାର ଆମର ବାପା ହୋଇଛନ୍ତି, ହେଲେ ଦୋକାନ ଭାଙ୍ଗି ପିଲାଙ୍କୁ ଦାଣ୍ଡରେ ବସାଇଦେଲେ’
ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରୁଛି ବିଏମସି । ବିନା ଥଇଥାନ ଓ କ୍ଷତିପୂରଣରେ ବିଏମସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରୁଛନ୍ତି । ଏନେଇ ଆଜି ଉତ୍ତର ବିଏମସି ଅଫିସ୍ ଘେରାଉ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)