• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

missing’ man
ମରିଗଲା ଭାବି ଶୁଦ୍ଧିକ୍ରିୟା କରିଥାନ୍ତେ, ହଠାତ୍ ଆସି ପହଞ୍ଚିଲେ ସ୍ୱାମୀ

ହଜିଯାଇଥିଲେ.. ବହୁତ ଖୋଜା ଖୋଜି ପରେ ବି ପତ୍ତା ମିଳୁ ନଥିଲା.. କେତେ ଆଉ ଅପେକ୍ଷା କରିଥାନ୍ତେ.. ଶୁଦ୍ଧିକ୍ରିୟା କରିବାକୁ ନିଷ୍ପତ୍ତି ନେଲେ..ହେଲେ ସ୍ୱପ୍ନ ଦେଖି ଘରକୁ ଫେରିଆସିଲେ ସ୍ୱାମୀ.. ସବୁ ଆଶ୍ଚର୍ଯ୍ୟ

Fitness of this 73 YO coach
୭୩ ବର୍ଷର ଭେଣ୍ଡିଆ କୋଚ୍.. ଜୋସ୍ ଦେଖିଲେ ହୋସ୍ ଉଡିଯିବ

ସକାଳ ୭ଟା ହେଲେ ଘରୁ ବାହାରି ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଗ୍ରାଉଣ୍ଡକୁ ଚାଲିଆସନ୍ତି ସୁରେନ୍ଦ୍ର । ସେଠାରେ ଓ୍ୱାର୍ମ ଅପ୍‌ କରିବା ପରେ ଡିସକସ୍‌, ଜାଭେଲିନ୍‌, ପୋଲ ଭୋଲ୍ଟ ପ୍ରାକ୍‌ଟିସ୍‌ ଆରମ୍ଭ କରିଦିଅନ୍ତି ।କେବଳ ନିଜେ ପ୍ରାକ୍‌ଟିସ୍‌ କରନ୍ତି ତାହା ନୁହେଁ ଯୁବ କ୍ରୀଡାବିତଙ୍କୁ ଟ୍ରେନିଂ ମଧ୍ୟ ଦିଅନ୍ତି । ଦୀର୍ଘ ୧୫ବର୍ଷ ହେଲା ଯୁବକଯୁବତୀଙ୍କୁ ମାଗଣାରେ ଟ୍ରେନିଂ ଦେଇଆସୁଛନ୍ତି ସୁରେନ୍ଦ୍ର । ସୁରେନ୍ଦ୍ରଙ୍କଠାରୁ ଟ୍ରେନିଂ ପାଇ ଅନେକ କ୍ରୀଡାବିତ୍ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଅନେକ ଆର୍ମୀ, ପୋଲିସ ତଥା ଅନ୍ୟାନ୍ୟ ସରକାରୀ କ୍ଷେତ୍ରରେ ଚାକିରି ବି ପାଇସାରିଛନ୍ତି ।

poor irrigation facility
କୋମାରେ ବୌଦ୍ଧ ସାଲୁଙ୍କି ଜଳସେଚନ ପ୍ରକଳ୍ପ...ଚାଷୀକୁଳ ମୁଣ୍ଡରେ ହାତଦେଲେଣି

ବୌଦ୍ଧ ଜିଲ୍ଲାର ସାଲୁଙ୍କି ମଧ୍ୟମ ଜଳ ସେଚନ ପ୍ରକଳ୍ପ ପ୍ରାୟ ୨୩ ଗୋଟି ପଞ୍ଚାୟତର ୨୧୬ ଗୋଟି ଗ୍ରାମର ୨୦,୯୧୭ ହେକ୍ଟର ଜମିକୁ ଜଳ ସେଚନର ସୁବିଧା ଯୋଗଇଦେବା ଲକ୍ଷ ରଖାଯାଇ ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା । କିନ୍ତୁ ମୁଖ୍ୟ ସାଲୁଙ୍କି ଆନ୍ନିକଟ ଶଯ୍ୟା ପୋତି ହେବା ଫଳରେ ଜଳ ଧାରଣ କ୍ଷମତା ଦିନକୁ ଦିନ କମିବାରେ ଲାଗିଛି । ସେପଟେ ଆନ୍ନିକଟର ଉଭୟ ପାର୍ଶ୍ଵର ମୁଖ୍ୟ କେନାଲ ପୋତି ହେବା ସହ ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ସବୁ ଭାଙ୍ଗିରୁଜି ଗଲାଣି ।

watermelon farming
ହଳଦିଆ ତରଭୁଜ ଚାଷ କରିଛି ସ୍ବାବଲମ୍ବୀ

ତରଭୁଜ ଚାଷ କଲେ, ୮ ପରିବାର ମୁହଁରେ ଦାନା ଦେଲେ । ଭଲ ଲାଭ ଦେଉଛି ହଳିଦିଆ ତରଭୁଜ...ଯେତେ ଖଟିବ ସେତେ ଟଙ୍କା ଲାଭ ହେବ

Retd Army officer runs e-rickshaw
ଯବାନ ଚଲାଉଛନ୍ତି ଅଟୋ.. ମାଗଣାରେ କରୁଛନ୍ତି ରୋଗୀ ସେବା

ଏଇ ଅଟୋରେ ମାଗଣାରେ ହସ୍ପିଟାଲ ଯାଆସ କରନ୍ତି ଅସହାୟ ରୋଗୀ.. ଦୂର ଦୂରାନ୍ତକୁ ଗାଡି ଭଡ଼ା କରି ଯାଇ ନପାରୁଥିବା ଗରୀବ ଲୋକଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ମାଗଣାରେ ପହଞ୍ଚାଇ ଦିଅନ୍ତି ଏ ବ୍ୟକ୍ତିଜଣଙ୍କ..

After 22 Yrs
ମରିଗଲେ ଭାବି ଶୁଦ୍ଧିକ୍ରିୟା କରିଥାଆନ୍ତେ, ହଠାତ୍ ଆସି ପହଞ୍ଚିଲେ ସ୍ୱାମୀ

ଦାଦନ ଯିବା ଆଗରୁ ବିଶ୍ୱମ୍ବର ଘରେ ରହି ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ହଠାତ ତାଙ୍କର ଦେହ ଅସୁସ୍ଥ ହୋଇପଡିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବଡଭାଇ ତାଙ୍କୁ କଟକ ନେଇ ଅସ୍ତ୍ରୋପଚାର କରାଇଥିଲେ ।  ଭଲ ହେବା ପରେ କିଛି ବର୍ଷ ପାଇଁ ଭାରି କାମ ନକରିବାକୁ ଡାକ୍ତର ପରମର୍ଶ ଦେଇଥିଲେ, କିନ୍ତୁ କାମଧନ୍ଦା ନକରି ଘରେ ବସି ରହିବା ଫଳରେ ସ୍ତ୍ରୀ ଓ ୪ଟି ଛୋଟ ପିଲା ଖାଇବାକୁ ହଇରାଣ ହେଲେ।

News Fuse
କଣ କଲ ହେ ନବୀନ.. ଏମପି କ୍ୱାର୍ଟର୍ସରୁ ସିଧା ବସ୍ତି ବିଛଣା

ଲୋକଟା ଉପାସରେ ଆଉ ଶୋଇପଡିନାହାନ୍ତି ତ ? ବିଚରା ଟିକିଏ ଶାନ୍ତିରେ ଶୁଅନ୍ତୁ..

Yellow WaterMilion
ହଳଦିଆ ତରଭୁଜ ଚାଷ ଦେଖାଇଲା ରୋଜଗାରର ବାଟ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବୈରାଟପୁର ଗ୍ରାମର ସ୍ବରୁପ୍ ମହାପାତ୍ର! ଜଣେ ସଫଳ ଚାଷୀ ଭାବେ ସେ ଏ ଅଞ୍ଚଳରେ ବେଶ ପରିଚିତ। ପୂର୍ବରୁ ସ୍ୱରୂପ ନାଲି ତରଭୁଜ ଚାଷକରି ବେଶ କିଛି ଅର୍ଥ ରୋଜଗାର କରିଥିଲେ। କିନ୍ତୁ ଏ ବର୍ଷ ସେ ହଳଦିଆ ତରଭୁଜ ଚାଷ କରିବାପାଇଁ ମନ ବଳାଇଛନ୍ତି। କୋରୋନା କାଳରେ ସେ ଅନେକ କ୍ଷତି ସହିଥିଲେ, କିନ୍ତୁ ଚଳିତ ବର୍ଷ ଭଲ ଲାଭ ପାଇବାକୁ ଆଶା ରଖିଛନ୍ତି।

Nayagarh Farmer Issue
ନୟାଗଡ଼ରେ ଚାଲିଛି କୃଷିମେଳା...ଚାଷୀ କହୁଛନ୍ତି ଆମେ ଜାଣିନୁ...

ଛୋଟ କାଟିଆ ନୁହଁ ଆଜ୍ଞା ୟେ.. ପୂରା ବଡ଼ ଧରଣର ମାନେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା.. ରାଜ୍ୟ ମୁଖିଆଙ୍କ ହୋଡିଂ ମଧ୍ୟ ଲାଗିଚି..ଏଣ୍ଟ୍ରି ପୂରା ଶାନଦାର..।

fire station in dilapidated condition
ବିପଦରେ ସାହା ହେଉଛି ଯେଉଁ ବିଭାଗ, ଭଙ୍ଗା ଘରେ କାମ କରୁଛନ୍ତି ସେଇ ବିଭାଗର କର୍ମଚାରୀ

ସରକାରଙ୍କ ପକ୍ଷରୁ ୨୦୨୨ ମସିହା ଜାନୁୟାରୀ ୨୪ ତାରିଖରେ ଅଗ୍ନିଶମ କେନ୍ଦ୍ରର ମରାମତି ପାଇଁ ୪ ଲକ୍ଷ ଟଙ୍କା ଏବଂ ସରକାରୀ ବାସଗୃହ ମରାମତି ପାଇଁ ୧୪ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମାନମନି ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ବର୍ତ୍ତମାନ ଟଙ୍କା ଫେରିବାକୁ ବସିଲାଣି । ଯାହାକୁ ନେଇ କର୍ମଚାରୀ ମାନେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

Bhubaneswar Traffic
ଭିଡ଼ରେ ଫସିଯାଉଛି କି ଭୁବନେଶ୍ୱର ? ଘଣ୍ଟା ଘଣ୍ଟା ଜାମ୍ ରହୁଛି ରାଜଧାନୀ

ଭୁବନେଶ୍ୱର ବାଣୀବିହାର ଛକରୁ ଆପଣ ଯଦି କଟକ ଅଭିମୁଖେ ଯାଉଛନ୍ତି ତାହେଲେ ପ୍ରଥମେ ସତସଙ୍ଗ ବିହାରଠୁ ହଂସପାଳ ଯାଏଁ ପ୍ରବଳ ଭିଡ଼ । କାରଣ-କେଉଁଠି ଓଭରବ୍ରିଜ୍ କାମ ପାଇଁ, କେଉଁଠି ରାସ୍ତା ଉପରେ ଅନିୟନ୍ତ୍ରିତ ଭାବେ ବସ୍ ପାର୍କିଂ ତ ପୁଣି କେଉଁଠି, କେତେବେଳେ ଯାତାୟତ କରୁଥିବା ଗାଡ଼ିର ବ୍ରେକଫେଲ୍ କି ଅନ୍ୟ ସମସ୍ୟା ପାଇଁ ।

Gold Mines Found In Three Districts Of Odisha
ଓଡ଼ିଶାର ଏହି ୩ ଜିଲ୍ଲାରେ ସୁନା ଖଣିର ସନ୍ଧାନ

ଓଡ଼ିଶାରେ ରହିଛି ସୁନା ଖଣି। ଗୋଟିଏ କିମ୍ବା ଦୁଇଟି ନୁହେଁ ୩ଟି ଜିଲ୍ଲାରେ ସୁନା ପଥର ଖଣିର ସନ୍ଧାନ ମିଳିଛି। 

OTV Impact
ଅଙ୍ଗନବାଡ଼ି କେନ୍ଦ୍ରରେ ପଡିଲା ତାଲା.. ଏବେ ସୁରକ୍ଷିତ କୁନି କୁନି ପିଲା

ଓଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା..ଏବେ ସୁରକ୍ଷିତ କୁନି କୁନି ପିଲା.

GI tag demand for Chhena Poda
ଆୟୁଷ୍ମାନଙ୍କ ଟ୍ୱିଟ୍ ପରେ ଟେନସନରେ ନୟାଗଡ଼ିଆ..

ବଲିଉଡ ଷ୍ଟାର୍ ଆୟୁଷ୍ମାନ୍ ଖୁରାନାଙ୍କ ଛେନାପୋଡ ଟ୍ୱିଟ୍ ପରେ ଚାରିଆଡେ ଛେନାପୋଡକୁ ନେଇ ଜୋରଦାର ଚର୍ଚ୍ଚା.. ହେଲେ ଏସବୁ ଭିତରେ ଚିନ୍ତାରେ ପଡିଛନ୍ତି ନୟାଗଡ଼ ବାସୀ..

  • Monday, 27 February 2023
  • GI Tag
Fitness of this 73 YO
୭୩ ବର୍ଷର ଭେଣ୍ଡିଆ କୋଚ୍.. ଜୋସ୍ ଦେଖିଲେ ହୋସ୍ ଉଡିଯିବ

ଦେଖୁଛନ୍ତି ତ ଜୋଶ୍..କିଏ କହିବ ୟାଙ୍କୁ 73 ବର୍ଷ ବୟସ ବୋଲି..ଏବେ ବି ଜିତୁଛନ୍ତି ସ୍ୱର୍ଣ୍ଣ ପଦକ

News Fuse
ମିଛ କହିଦେଲେ ନରଂସିହ ମିଶ୍ର ! ଏଟା ପିଟାପିଟି ନା ପ୍ରେମ ?

ହଇରେ ନାରଣ.. ଏଇଠି ଫିତା କଟା ହେଉଛି..ମନ୍ତ୍ରୀ, ବିଧାୟକ ଅଛନ୍ତି..ଏଭଳି ଏକ ପବିତ୍ର ମାହୋଲରେ ତୁ କାହିଁକି ପାଣି ପକାଉଛୁ ରେ..ନାରଣ?

Mysterious loud sound was heard across Baripada and Balaswar districts
ବାରିପଦା ଓ ବାଲେଶ୍ୱରରେ ପ୍ରଚଣ୍ଡ ଶବ୍ଦ, ଭୟରେ ଘର ବାହାରକୁ ପଳାଇ ଆସିଲେ ଲୋକେ...

ବାରିପଦା ଓ ବାଲେଶ୍ୱରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ପ୍ରଚଣ୍ଡ ଶବ୍ଦ ଯୋଗୁ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ।

  • Monday, 27 February 2023
Woman constable turns mother and takes care of baby as aspirant takes test
ପରୀକ୍ଷାର୍ଥୀଙ୍କ ଝିଅର ଯତ୍ନ ନେଲେ କନଷ୍ଟେବଲ୍, ସ୍ତନ୍ୟପାନ ବି କରାଇଲେ

ପୋଲିସ କନେଷ୍ଟବଲ ବାସନ୍ତୀ ଚୌଧୁରୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କର୍ତ୍ତବ୍ୟ ତୁଲାଇବା ସହ ଜଣେ ମହିଳା ଚାକିରି ଆଶାୟୀଙ୍କୁ ସାହାଯ୍ୟ କରି ସେ ପ୍ରଶଂସାର ପାତ୍ର ସାଜିଛନ୍ତି।

  • Monday, 27 February 2023
Husband beaten by his three wives in court premises
ମହଙ୍ଗା ପଡିଲା ବହୁପତ୍ନୀ ବିବାହ; ୩ ପତ୍ନୀ ମିଶି ଛେଚି ପକେଇଲେ

ଜଣେ ବ୍ୟକ୍ତି ଏକରୁ ଅଧିକ ବିବାହ କରି ସମସ୍ତଙ୍କ ଆଗରେ ଛେଚା ଖାଇଛନ୍ତି। ଏହି ବ୍ୟକ୍ତିଙ୍କର ୪ଟି ପତ୍ନୀ ଅଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେ ପୂର୍ବରୁ ବିବାହ କରିଥିବା ଅନ୍ୟ ୩ ଜଣ ପତ୍ନୀ ଏହା ଜାଣି ନଥିଲେ ଯେ ସେ ୪ର୍ଥ ବିବାହ କରିଛନ୍ତି ବୋଲି। ଯେତେବେଳେ ଜାଣିଲେ…

Vehicle tracker installation
ପାନିକ୍ ବଟନ୍ ଲଗାଇବାକୁ ଆଉ ୩ମାସ ମହଲ

ପୂର୍ବରୁ ୨୦୨୩ ଜାନୁୟାରୀରୁ ନୂଆ ଗାଡ଼ି ପାଇଁ ବାଧ୍ୟତାମୂଳକ ଥିଲା, ଏଥର ଆସନ୍ତା ଏପ୍ରିଲ ପହିଲାରୁ ପଞ୍ଜିକରଣ ହେବାକୁ ଥିବା ସବୁ ନୂଆ ଯାନବାହନ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବା ବାଧ୍ୟତାମୂଳକ । ପୁରୁଣା ଯାନବାହନଗୁଡ଼ିକ ୨୦୨୩ ଜୁନ୍ ୩୦ ସୁଦ୍ଧା ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବେ ।

Pradeep Jena
ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ

୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର । ଫେବ୍ରୁଆରୀ ୨୮ ଅର୍ଥାତ ଦିନକ ପରେ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ, ମାର୍ଚ୍ଚ ୧ରେ ନୂଆ ଚିଫ୍ ସେକ୍ରେଟାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ।

Vehicle tracker installation
ପାନିକ୍ ବଟନ୍ ଲଗାଇବାକୁ ଆଉ ୩ମାସ ମହଲତ

ପୂର୍ବରୁ ୨୦୨୩ ଜାନୁୟାରୀରୁ ନୂଆ ଗାଡ଼ି ପାଇଁ ବାଧ୍ୟତାମୂଳକ ଥିଲା, ଏଥର ଆସନ୍ତା ଏପ୍ରିଲ ପହିଲାରୁ ପଞ୍ଜିକରଣ ହେବାକୁ ଥିବା ସବୁ ନୂଆ ଯାନବାହନ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବା ବାଧ୍ୟତାମୂଳକ । ପୁରୁଣା ଯାନବାହନଗୁଡ଼ିକ ୨୦୨୩ ଜୁନ୍ ୩୦ ସୁଦ୍ଧା ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ୍ ଲଗାଇବେ ।

Pradeep Jena
ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ

୧୯୮୯ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର । ଫେବ୍ରୁଆରୀ ୨୮ ଅର୍ଥାତ ଦିନକ ପରେ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ, ମାର୍ଚ୍ଚ ୧ରେ ନୂଆ ଚିଫ୍ ସେକ୍ରେଟାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ।

Beautiful household items are being made from polythene
ଜରିରୁ ତିଆରି କରୁଛନ୍ତି ସୁନ୍ଦର ଘରକରଣା ଜିନିଷ; କମଳାଙ୍କୁ ମୋଦିଙ୍କ ପ୍ରଶଂସା

ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍‌ରେ ତିଆରି ସୁନ୍ଦର କଳାକୃତି ପାଇଁ କେନ୍ଦ୍ରାପଡ଼ାର ଜଣେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କିଏ ସେହି ମହିଳା ଏବଂ କ’ଣ ତାଙ୍କ ନିଆରା ଉଦ୍ୟମ, ଆସନ୍ତୁ ଜାଣିବା।

Suresh Mohapatra
ସୁରେଶ ମହାପାତ୍ରଙ୍କୁ OERC ଅଧ୍ୟକ୍ଷ ଦାୟିତ୍ୱ

ଆସନ୍ତା ୨୮ ତାରିଖରେ ସେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ । ଏହା ପରେ ସୁରେଶ ମହାପାତ୍ର ଓଇଆରସି ଅଧ୍ୟକ୍ଷ ପଦର ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି ।