Advertisment

ମହଙ୍ଗା ପଡିଲା ବହୁପତ୍ନୀ ବିବାହ; ୩ ପତ୍ନୀ ମିଶି ଛେଚି ପକେଇଲେ

ଜଣେ ବ୍ୟକ୍ତି ଏକରୁ ଅଧିକ ବିବାହ କରି ସମସ୍ତଙ୍କ ଆଗରେ ଛେଚା ଖାଇଛନ୍ତି। ଏହି ବ୍ୟକ୍ତିଙ୍କର ୪ଟି ପତ୍ନୀ ଅଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେ ପୂର୍ବରୁ ବିବାହ କରିଥିବା ଅନ୍ୟ ୩ ଜଣ ପତ୍ନୀ ଏହା ଜାଣି ନଥିଲେ ଯେ ସେ ୪ର୍ଥ ବିବାହ କରିଛନ୍ତି ବୋଲି। ଯେତେବେଳେ ଜାଣିଲେ…

author-image
Pramod Behera
ଅଦ୍ୟତନ ହୋଇଛି
Husband Beaten By His Three Wives in Court

Husband beaten by his three wives in court premises

ବିବାହକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ଭିନ୍ନ ଭିନ୍ନ ଚିନ୍ତାଧାରା ଥାଏ। କିଛି ଲୋକ ଗୋଟିଏ ବିବାହରେ ନିଜର ସମସ୍ତ ଜୀବନ କାଟି ଦେଉଥିବା ବେଳେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଜୀବନ ସାରା ବିବାହ କରିଚାଲନ୍ତି। ତେବେ ଅନେକ ଏହା କରି ନିଜ ଜୀବନକୁ ବିପଦରେ ମଧ୍ୟ ପକେଇ ଥାନ୍ତି। ବିବାହ ଏବଂ ବିପଦ ସହ ଜଡିତ ଏହିପରି ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ ଏଭଳି କରିବା ଅନେକ ସମୟରେ ବିପଦପୂର୍ଣ୍ଣ ହୋଇଥାଏ। ଭାଇରାଲ୍ ହେଉଥିବା ଏହି ଭିଡିଓ ଏହାର ଉଦାହରଣ। ଜଣେ ବ୍ୟକ୍ତି ଏକରୁ ଅଧିକ ବିବାହ କରି ସମସ୍ତଙ୍କ ଆଗରେ ଛେଚା ଖାଇଛନ୍ତି। ଏହି ବ୍ୟକ୍ତିଙ୍କର ୪ଟି ପତ୍ନୀ ଅଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେ ପୂର୍ବରୁ ବିବାହ କରିଥିବା ଅନ୍ୟ ୩ ଜଣ ପତ୍ନୀ ଏହା ଜାଣି ନଥିଲେ ଯେ ସେ ୪ର୍ଥ ବିବାହ କରିଛନ୍ତି ବୋଲି।

ଯେତେବେଳେ ଯୁବକଙ୍କ ଏହି ସତ ୩ଜଣ ପତ୍ନୀଙ୍କ ସାମ୍ନାକୁ ଆସିଲା ତାଙ୍କୁ ଏହା ଭାରି ପଡିଲା। ୩ଜଣ ମିଶି ତାଙ୍କୁ ସର୍ବସାଧାରଣରେ କୁଟି ପକେଇଲେ।

Advertisment

ଅଧିକ ପଢ଼ନ୍ତୁ: ରଂଗିଲା ଟ୍ୟୁସନ ମାଷ୍ଟରଙ୍କୁ ମହଙ୍ଗା ପଡ଼ିଲା ପ୍ରେମପାଠ, ଝିଆରୀକୁ ଧରି ଫେରାର୍

ଏହି ଘଟଣା ୟୁପିର ଜୌନପୁର ଜିଲ୍ଲାରେ ଘଟିଛି। ଅଭିଯୋଗ ହୋଇଛି ଯେ ଏହି ବ୍ୟକ୍ତି ଜଣକ ୪ଟି ବିବାହ କରିଛନ୍ତି। ସେଥିମଧ୍ୟରୁ ସେ ୩ ପତ୍ନୀଙ୍କୁ ଛାଡି ଦେଇଛନ୍ତି। ସେ ପ୍ରଥମ ପତ୍ନୀଙ୍କ ପିଲାଙ୍କୁ ମଧ୍ୟ ତାଙ୍କୁ ଭେଟିବାକୁ ଅନୁମତି ଦେଉ ନାହାଁନ୍ତି।

ଏହି ବ୍ୟକ୍ତିଙ୍କ ନାମ ଫଜଲୁର ରହମାନ ଏବଂ ସେ ବାରାଣାସୀର ପଠାନିଟୋଲାର ରହୁଥିବା ବେଳେ ତାଙ୍କର ପ୍ରଥମ ପତ୍ନୀ ଶାହଗଞ୍ଜର ବାସିନ୍ଦା। ସେହିପରି ଦ୍ୱିତୀୟ ପତ୍ନୀ କାନପୁରରେ ଏବଂ ତୃତୀୟ ପତ୍ନୀ ଆଜମଗଡରେ ରୁହନ୍ତି। ସମସ୍ତ ୩ ଜଣ ମହିଳା ଅଭିଯୋଗ କରିଛନ୍ତି ଯେ ଫଜଲୁର ରହମାନ ସନ୍ତାନ ଜନ୍ମ ପରେ ସେମାନଙ୍କୁ ପରିତ୍ୟାଗ କରିଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କର ଚତୁର୍ଥ ପତ୍ନୀଙ୍କ ସହ ରହୁଛନ୍ତି।

ଏହି ବ୍ୟକ୍ତିଙ୍କ ପ୍ରଥମ ପତ୍ନୀ ଅଭିଯୋଗ କରିଛନ୍ତି ଯେ ତାଙ୍କର ଏକ ୧୩ ବର୍ଷର ପୁଅ ଅଛି, ଯାହାକୁ ସେ ତାଙ୍କ ମା’ଙ୍କୁ ଭେଟିବାକୁ ଅନୁମତି ଦେଉ ନାହାନ୍ତି। ଏହି ମାମଲାରେ ପତ୍ନୀ କୋର୍ଟରେ ଆବେଦନ କରିଥିଲେ। ଏହା ପରେ ତାଙ୍କୁ ପୁଅକୁ ଭେଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହା ସତ୍ତ୍ୱେ ତାଙ୍କ ସ୍ୱାମୀ ତାଙ୍କୁ ପୁଅକୁ ଭେଟିବାକୁ ଦେଉ ନାହାନ୍ତି। ଏହି ମାମଲାର ବିଚାର ପାଇଁ ସେଦିନ ଏକ ତାରିଖ ଥିଲା। ସେଠାରେ ସେ ପହଞ୍ଚିବା ମାତ୍ରେ ୩ ପତ୍ନୀ ତାଙ୍କୁ ଧରି ପିଟି ପକେଇଥିଲେ। ଏହା ପରେ ଲୋକମାନେ ସେହି ବ୍ୟକ୍ତିଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଏହାକୁ ପାରସ୍ପରିକ ବିବାଦ ବୋଲି କହିଛି ଏବଂ ଉଭୟ ପକ୍ଷଙ୍କୁ ଡକାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Polygamy Ajab Gajab Ajab Gajab News
Advertisment
Advertisment