Advertisment

ହଳଦିଆ ତରଭୁଜ ଚାଷ ଦେଖାଇଲା ରୋଜଗାରର ବାଟ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବୈରାଟପୁର ଗ୍ରାମର ସ୍ବରୁପ୍ ମହାପାତ୍ର! ଜଣେ ସଫଳ ଚାଷୀ ଭାବେ ସେ ଏ ଅଞ୍ଚଳରେ ବେଶ ପରିଚିତ। ପୂର୍ବରୁ ସ୍ୱରୂପ ନାଲି ତରଭୁଜ ଚାଷକରି ବେଶ କିଛି ଅର୍ଥ ରୋଜଗାର କରିଥିଲେ। କିନ୍ତୁ ଏ ବର୍ଷ ସେ ହଳଦିଆ ତରଭୁଜ ଚାଷ କରିବାପାଇଁ ମନ ବଳାଇଛନ୍ତି। କୋରୋନା କାଳରେ ସେ ଅନେକ କ୍ଷତି ସହିଥିଲେ, କିନ୍ତୁ ଚଳିତ ବର୍ଷ ଭଲ ଲାଭ ପାଇବାକୁ ଆଶା ରଖିଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
Yellow WaterMilion

Yellow WaterMilion

‘ଚାଷ ଅଛି ଯାହାର, କି ଆନନ୍ଦ ତାହାର। ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର।’ ଆଠଟି ପରିବାରକୁ ଆହାର ଯୋଗାଉଛି ତରଭୁଜ। ତରଭୁଜ ଚାଷ କରି କେବଳ ଚାଷୀ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ତାହା ନୁହଁ, ସାତଟି ପରିବାରକୁ ମଧ୍ୟ ସେ ରୋଜଗାର ଦେଇଛନ୍ତି। ପୂର୍ବରୁ ନାଲି ତରଭୁଜ ଚାଷ କରିଥିଲେ ଆଉ ଏବର୍ଷ ହଳଦିଆ ତରଭୁଜ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାର ଆଶା ରଖିଛନ୍ତି!

Advertisment

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବୈରାଟପୁର ଗ୍ରାମର ସ୍ବରୁପ୍ ମହାପାତ୍ର! ଜଣେ ସଫଳ ଚାଷୀ ଭାବେ ସେ ଏ ଅଞ୍ଚଳରେ ବେଶ ପରିଚିତ। ପୂର୍ବରୁ ସ୍ୱରୂପ ନାଲି ତରଭୁଜ ଚାଷକରି ବେଶ କିଛି ଅର୍ଥ ରୋଜଗାର କରିଥିଲେ। କିନ୍ତୁ ଏ ବର୍ଷ ସେ ହଳଦିଆ ତରଭୁଜ ଚାଷ କରିବାପାଇଁ ମନ ବଳାଇଛନ୍ତି। କୋରୋନା କାଳରେ ସେ ଅନେକ କ୍ଷତି ସହିଥିଲେ, କିନ୍ତୁ ଚଳିତ ବର୍ଷ ଭଲ ଲାଭ ପାଇବାକୁ ଆଶା ରଖିଛନ୍ତି।

ଅଧିକ ପଢ଼ନ୍ତୁ: ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଘାସ: ଦେଶବିଦେଶରେ ବଢ଼ୁଛି ଚାହିଦା

ବାହାରୁ ମଞ୍ଜି କିଣି ସ୍ୱରୂପ ତାଙ୍କ ତିନି ଏକର ଜମିରେ ହଳିଦିଆ ତରଭୁଜ ଚାଷ କରିଛନ୍ତି! ତରଭୁଜ ଅମଳ ହେବାକୁ ପ୍ରାୟ ତିନିମାସ ସମୟ ଲାଗେ। ପୂର୍ବରୁ ନାଲି ତରଭୁଜ ଚାଷ କରି ବେଶ୍ ସ୍ବାବଲମ୍ବୀ ହୋଇଥିବା ବେଳେ ଏ ବର୍ଷ ମଧ୍ୟ ହଳଦିଆ ତରଭୁଜ ବିକ୍ରି ପାଇଁ ଆଶାବାଦୀ ଅଛନ୍ତି!

Advertisment

ନିଜର ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ପାଇଁ ଆଜି ସ୍ୱରୂପ ଜଣେ ସଫଳ ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି! ସେ ନିଜେ ସ୍ୱବଲମ୍ବୀ ହେବା ସହ ଯୁବ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଯଦି ସ୍ୱରୂପଙ୍କୁ ସରକାରୀ ପ୍ରୋତ୍ସାହନ ମିଳେ, ତେବେ ସେ ଆଗକୁ ବଢିବାରେ ସହାୟକ ହୋଇ ପାରିବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି!

(ରିପୋର୍ଟ- ମାନସ ପାଣି, ଉଦଳା)

Farming Yellow Watermelon Farming
Advertisment
Advertisment