ଭାଇ ଭଉଣୀ ଏଭଳି କରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଠାରେ ଯେଉଁମାନେ ବିବାହ କରୁଥିଲେ, ସେମାନଙ୍କୁ ୫୧ ହଜାର ଟଙ୍କା ସହାୟତା ଦିଆଯାଉଥିଲା ।
PDS ଚାଉଳ ବସ୍ତାରେ ପ୍ଲାଷ୍ଟିକ ଚାଉଳ ମିଶୁଥିବା ଅଭିଯୋଗ । ଯୋଗାଣ ଅଧିକାରୀ କହିଛନ୍ତି, ଏହା ପ୍ଲାଷ୍ଟିକ ଚାଉଳ ନୁହେଁ । ଏହା ଭିଟାମିନ ଯୁକ୍ତ ଚାଉଳ । ଶରୀରରେ ଆଇରନ ଡେଫିସିଏନସିକୁ କମାଇବା ପାଇଁ ଯୋଗାଉଛନ୍ତି ସରକାର ।
ପେଷା ଗ୍ୟାରେଜ ମିସ୍ତ୍ରୀ, ନିଶା ଅଦରକାରୀ ସଢ଼େଇରୁ ଘର କରଣା ସାମଗ୍ରୀ ତିଆରି କରିବା । ଆଖିରେ ସଢ଼େଇ ପଡ଼ିଗଲେ କଥା ସରିଲା, ସଙ୍ଗେ ସଙ୍ଗେ ନେଇଆସି ନୂଆରୂପରେ ସଜେଇ ଦିଅନ୍ତି । ମୟୂରଭଞ୍ଜ ଉଦଳା ଏନଏସି ୭ ନମ୍ବର ୱାର୍ଡର ବିଜୟ କୁମାର କମିଳା । ତାଙ୍କ ହାତ ଲାଗିଲେ ଅଦରକାରୀ ସାମଗ୍ରୀ ପାଲଟିଯାଉଛି ଘରସଜ୍ଜା ସାମଗ୍ରୀ ।
କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ । ବେଆଇନ ମାଛ ମାରୁଥିବା ଲୋକେ ଏହି ଆକ୍ରମଣ କରିଛନ୍ତି । ବନବିଭାଗର ୧୧ ଜଣିଆ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ଏହି ଆକ୍ରମଣ ହୋଇଛି ।
ଚାଷ କାମ ଯାହାର କି ଆନନ୍ଦ ତାହାର ? ଏହି ଉକ୍ତିଟି ଯେମିତି ଏବେ ଓଲଟି ଯାଇଛି । ଚାଷ କାମ ଯାହାର, ସବୁ ଦୁଃଖ ତାହାର । ଚାଷୀଙ୍କ ପାଇଁ ସରକାରଙ୍କ ଦରଦ ଏମିତି ଯେ, ଚାଷରୁ ମୁଁହ ଫେରାଇ ଦାଦନ ମୁଁହା ହେଲେଣି ଚାଷୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସାମ୍ନାକୁ ଆସିଛି ଚାଷୀଙ୍କ ଦୟନୀୟ ସ୍ଥିତି ।
ବିଦ୍ୟାଳୟ କାନ୍ଥରେ ଲେଖାଯାଇ ଲେଖାଯାଇଛି ନିରାପଦ କିନ୍ତୁ କାନ୍ଥରୁ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି କଂକ୍ରିଟ । ବିଦ୍ୟାଳୟକୁ ପିଲାଙ୍କୁ ପଠାଇବାକୁ ଭୟ କଲେଣି ଅଭିଭାବକ । ଛାତରୁ ପ୍ଲାଷ୍ଟର ଖସି ଭିତରୁ ରଡ୍ ଦିଶିଲାଣି, ଛାତରୁ ଅଧିକାଂଶ ଭାଗ ଖସି ତଳେ ପଡ଼ିଛି ବାକି ଯାହା ଅଛି, ଖସିବା ଅପେକ୍ଷାରେ । ଯେଉଁଠି ଦେଖିବେ କାନ୍ଥ ସାରା ଖାଲି ଫାଟ
ବୟସ ୬୦ ଟପିଲାଣି, ଚମ ଧୁଡୁଧୁଡୁ ହେଲାଣି । କିନ୍ତୁ ହାତରେ ପଡିଛି ହାତଗଣ୍ଠି ଓ ବେକରେ ପଡିଛି ବରଣମାଳା ବାଜୁଛି ଯୋଡ଼ି ମହୁରୀ । ବ୍ରାହ୍ମଣ ପଢ଼ୁଛନ୍ତି ବିବାହ ମନ୍ତ୍ର । ଧୂମଧାମରେ ଚାଲିଛି ବିବାହ । କିନ୍ତୁ ବେଦୀରେ ବସିଥିବା ବରକନ୍ୟା ବରିଷ୍ଠ ନାଗରିକ ।
ଦୀର୍ଘ ବର୍ଷେ ହେଲା ସୁନ୍ଦରଗଡ଼ରେ ମହାବଳ ଥିବା ସଂକେତ ମିଳୁଥିଲା କିନ୍ତୁ କ୍ୟାମେରା ଟ୍ରାପରେ ଆସୁନଥିଲା। ତେବେ ବାଘ ଥିବା ସ୍ପଷ୍ଟ ହେବା ପରେ ସୋସିଆଲ ମିଡ଼ିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।
ସାମାନ୍ୟତମ ମୌଳିକ ସୁବିଧା ବି ଅପହଂଚ । ସରକାରୀ ଯୋଜନା ପହଁଚିବା ସାତ ସପନ ।
ସ୍ବାଧୀନତାର ୭୫ ବର୍ଷ ପରେ ବି ଅଛି କି, ନାହିଁ ନାହିଁର ଗାଁ। ରହିବାକୁ ଖଣ୍ଡିଏ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାଣି ଆଉ ସରକାରଙ୍କ ଯୋଜନା ପହଁଚିବାକୁ ପକ୍କା ରାସ୍ତା, ଏବେବି ଅନେକ ଗାଁ ପାଇଁ ସାତସପନ। ନିର୍ବାଚନ ଆସିଲେ ନେତାଙ୍କ ଗାଁ କଥା ମନେ ପଡ଼େ।
ଧଳା, କଳା, ନାଲି, ମାଟିଆ ବିଭିନ୍ନ ରଙ୍ଗ ଓ ପ୍ରଜାତିର ବିଲେଇ। କିଏ ବେକରେ ସ୍କାର୍ଫ ପିନ୍ଧିଛି ତ ଆଉ ମୋତି ହାର ପିନ୍ଧିଛି। ପୁଣି କିଏ ମୁଣ୍ଡ ଆଉଁସି ଦେଉଛି, କାଖେଇ ପକାଉଛି।
ମେଣ୍ଢା ମାଂସ ଖାଇବାକୁ ଦେଲେ ଶବ ଉଠିବ, ସାହି ଭାଇ କେହି ଶବ ଉଠାଇବା ପାଇଁ ମନା କରିଦେଲେ ।
ଲୋକଙ୍କଠୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର। ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ।
ନଦୀ ଶଯ୍ୟାରେ ପଥର ଉପରେ ଥିବା ଏକ ପାଦଚିହ୍ନକୁ ସ୍ଥାନୀୟ ବାସିନ୍ଦା ଭୀମାଖୋଜ ବା ଭୀମାରାଣୀଙ୍କ ପାଦ ଭାବେ ମାନ୍ୟତା ଦେଇ ପୂଜାର୍ଚ୍ଚନା କରୁଛନ୍ତି ।
ବାଲେଶ୍ୱର ଜିଲ୍ଲାରେ କିଛି ସ୍କୁଲରେ ଗାର୍ଡେନ ଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ଆଉ କିଛି ସ୍କୁଲକୁ ସହାୟତା ରାଶି ମିଳିନି । ସ୍କୁଲ୍ରେ କିଚେନ୍ ଗାର୍ଡେନର ଅସ୍ତିତ୍ୱ ନଥିବା ବେଳେ ନିଜସ୍ୱ ଚେଷ୍ଟାରେ ଗଛ ଲଗାଇବାକୁ ଉଦ୍ୟମ କରୁଛନ୍ତି ଅନେକ ସ୍କୁଲ୍ ।
୧୨ ତାରିଖରୁ ନୂଆ ବସଷ୍ଟାଣ୍ଡ ଉଦଘାଟନ ସରିଲାଣି ହେଲେ ଘରୋଇ ବସ୍ ମାଲିକ ସଂଘ ପାଖରେ ଖବର ନାହିଁ । ପାର୍କିଂ ଫି ସହିତ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଜାଣିନଥିବା ଅଭିଯୋଗ ମଧ୍ୟ କରିଛନ୍ତି ବସ୍ ମାଲିକ ।
ମୃତ୍ୟୁ ସାର୍ଟିଫିକେଟ ଦେଖାଇ ସେ ଜୁଲାଇ ମାସରେ ଇନ୍ସୁରାନ୍ସ କମ୍ପାନୀଠାରୁ ଏକ କୋଟି ଟଙ୍କା କ୍ଲେମ୍ କରିଥିଲେ ।
ଉଦଘାଟନ ପରେ ଗେଟ୍ ବନ୍ଦ ! ନୂଆ ବସଷ୍ଟାଣ୍ଡ ଉଦଘାଟନ ସରିଛି, ହେଲେ ବସଷ୍ଟାଣ୍ଡ ଭିତରକୁ ଯାଉନି ବସ୍ । ଘରୋଇ ବସ୍ ମାଲିକ ସଂଘ ପାଖରେ ଖବର ନାହିଁ । ରାସ୍ତା ଉପରେ ଲୋକେ ବସରେ ଚଢ଼ୁଛନ୍ତି ଆଉ ଓହ୍ଲାଉଛନ୍ତି । ଅସମ୍ଭବ ଭିଡ଼, ଖରାରେ ଯାତ୍ରୀ ହନ୍ତସନ୍ତ । OSRTC ଓ ବସ୍ ମାଲିକ ସଂଘ ମଧ୍ୟରେ ଟଣାଓଟରା, ଭୋଗୁଛନ୍ତି ସାଧାରଣ ଲୋକେ ।
ନଦୀ ଶଯ୍ୟାରେ ପଡ଼ିଥିବା ପଥର ଉପରେ କାହାର ଏହି ପାଦଚିହ୍ନ ? କାହାର ପାଦପଡ଼ି ଲୁହା ଭଳି ପଥରରେ ହୋଇଯାଇଛି ଚିହ୍ନ ? ବର୍ଷା ହେବା ପାଇଁ ପାଦକୁ କରାଯାଉଛି ପୂଜା...
ମାଳ ମାଳ ଯୋଜନା ଭିତରେ ହଜି ଗଲାଣି କି ପିଲାଙ୍କ ପାଇଁ ହୋଇଥିବା କିଚେନ ଗାର୍ଡେନ ? ଯୋଜନାକୁ ୩ ବର୍ଷ ନ ପୁରୁଣୁ ନା ଅଛି ଗାର୍ଡେନ ନା ଅଛି ଯୋଜନା । ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ମିଳୁନଥିବା ଅଭିଭାବକଙ୍କ ଅଭିଯୋଗ । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା କିଚେନ୍ ଗାର୍ଡେନ ଯୋଜନା ।
ନିଆରା ବାହାଘର । ଅତିଥିଙ୍କ ଠାରୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର । ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ..
ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା.... ଦୁଇ ମାସରେ ଶ୍ରୀମନ୍ଦିର ଏସି ବ୍ୟାରିକେଡ୍ର ବିଦ୍ୟୁତ୍ ବାବାଦକୁ ବିଲ୍ ଆସିଛି ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ।
ଆପଣ ବାହାଘର ତ ଦେଖିଥିବେ..କିନ୍ତୁ ଏଠି ଟିକେ ଭିନ୍ନ ଏହି ବାହାଘର। ଭଦ୍ରକ ରାଣୀତାଲ ଅଂଚଳର ରତ୍ନାକର ଓ ବନଲତା ନିଜ ବିବାହ ଭୋଜିରେ ସମାଜକୁ ଦେଇଛନ୍ତି ଏକ ନିଆରା ସନ୍ଦେଶ। ଲୋକଙ୍କ ପାଇଁ ରକ୍ତଦାନ ଶିବିର ଆୟୋଜନ କରିବା ସହ ଭୋଜିକୁ ଆସିଥିବା ଅତିଥିଙ୍କୁ ଉପହାରରେ ଦେଇଛନ୍ତି ବୃକ୍ଷଚାରା।
ହୋମ ଯଜ୍ଞ ଚାଲିଛି...ମଙ୍ଗଳ ଧ୍ବନି ବାଜୁଛି,,, ବର କନ୍ୟା ମନ୍ତ୍ର ପାଠ ସହ ପରସ୍ପରକୁ ବାହା ହେଉଛନ୍ତି। ସାଧାରଣ ଭାବେ ଗଣ ବିବାହ ଏଇଭଳି ହିଁ ହୁଏ। ତେବେ ଏଠିକାର ବିଶେଷତ୍ବ ଏୟା ଯେ... ଏଠି କେବଳ ୬୦ ବର୍ଷରୁ ଉର୍ଦ୍ଧ୍ବ ଦଂପତି ହିଁ ପୁନର୍ବାର ବାହା ହେଉଛନ୍ତି । ତା ବି ସେମାନଙ୍କ ପିଲାମାନେ ହିଁ ବାହାଘର କରାଉଛନ୍ତି ।
ରାଜ୍ୟରେ ଆଗକୁ ଉତ୍କଟ ହେବ କି ଭୂତଳ ଜଳସ୍ତର ? ବାଙ୍ଗାଳୁରୁ ଭଳି ଭୁବନେଶ୍ବରବାସୀ ବି ଭୋଗିବେନି ତ ଜଳସଙ୍କଟ ସ୍ଥିତି ? କାରଣ ରାଜଧାନୀରୁ ରାଜ୍ୟବ୍ୟାପି ଦ୍ରୁତଗତିରେ ଭୂତଳ ଜଳସ୍ତର ଖସୁଛି। ମାଟି ଯେତିକି ଶୋଷୁଛି ତାର ୮୬ ପ୍ରତିଶତ ଜଳ ଉତ୍ତୋଳନ ହେଉଥିବାବେଳେ ରାଜ୍ୟର ୯ଟି ବ୍ଲକର ଭୂତଳ ଜଳସ୍ତର ସ୍ଥିତି ସେମି-କ୍ରିଟିକାଲ ସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢ଼ିଛି।...