ପ୍ରଶ୍ନପତ୍ର ଲିକ୍ ମାମଲାରେ OSSC କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ୫୫ ପରୀକ୍ଷାର୍ଥୀଙ୍କୁ OSSCର ସୋ’ କଜ୍ ନୋଟିସ୍ କରିଛି।
ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ପାଲଟିଛି। ଏହାସତ୍ତ୍ୱେ ଶିମିଳିପାଳ ଅଭୟାରଣ୍ୟରେ କମି ଚାଲିଛି ବାଘଙ୍କ ସଂଖ୍ୟା।
ଜନ୍ମ ନିୟନ୍ତ୍ରଣ ପାଇଁ ଅପରେସନ କରାଇଲେ, ହେଲେ ଚାଲିଗଲା ମହିଳାଙ୍କ ଜୀବନ। ଭଦ୍ରକ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି।
କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଏବେ ନଈକୂଳିଆ ଲୋକଙ୍କ ପାଇଁ ପାଲଟିଛି ମୃତ୍ୟୁଯନ୍ତା । କାରଣ ବ୍ରାହ୍ମଣୀ ନଦୀରେ କୁମ୍ଭୀର ହାଉଯାଉ । କେବଳ ବ୍ରାହ୍ମଣୀ ନୁହେଁ- ଖରସ୍ରୋତା, କାଣୀ, ଗୋବରି ନଈ କୂଳରେ ରହୁଥିବା ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ଏହାକୁ ନେଇ ତେଜୁଛି ଜନଅସନ୍ତୋଷ
ଶ୍ରାବଣରେ ଆମିଷଠୁ ଦୂରରେ ଥିବା ମଣିଷର ସ୍ୱାଦ ବଢ଼ାଉଛି କୋରାପୁଟର ଶ୍ରାବଣ ଛତୁ । ବଜାରରେ ଏବେ ବିଭିନ୍ନ ଭେରାଇଟିର ଛତୁ ପସରା ମେଲିଛି । ଚାହିଦା ଯେମିତି ଦର ବି ସେମିତି । କିଲୋ ପିଛା ଦୁଇ ହଜାରରେ ବିକ୍ରି ହେଉଥିବା ଏହି ସବୁ ଛତୁ, ଘଡ଼ଘଡ଼ି ଯେତେ ମାରେ ସେତେ ଫୁଟେ ବୋଲି କୁହାଯାଏ
ଜିମ୍ ଯାଉଥିବା ଯୁବପିଢ଼ି ଅନ୍ଧାଧୁନିଆ ପ୍ରୋଟିନ ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ନଚେତ୍ ହୃଦଘାତ ଭଳି ସ୍ଥିତିର ସାମ୍ନା କରି ଜୀବନକୁ ବିପଦରେ ପକାଇ ପାରନ୍ତି । କାହିଁକି ନା ଜିମ୍ ସହ ତାଳ ଦେଇ ରାଜ୍ୟର ଛୋଟ ବଡ଼ ସହରରେ ପ୍ରୋଟିନ୍ ଷ୍ଟୋର ଖୋଲିବାରେ ଲାଗୁଛି । ଅଧିକାଂଶ କ୍ଷେତ୍ରରେ ଜିମରେ ଥିବା ଟ୍ରେନରମାନେ ସେମାନଙ୍କ ରୋଜଗାର ପାଇଁ ପ୍ରୋଟିନ୍ ଖାଇବାକୁ ପରାମର୍ଶ ଦେଇ ବିପଦକୁ ଠେଲି ଦେଉଥିବା ଅଭିଯୋଗ ହେଉଛି।
ବାଲେଶ୍ୱର ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆକ୍ସନ ମୋଡରେ ପୋଲିସ୍ । ଲିକ୍ ପ୍ରଶ୍ନ ପତ୍ରରେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଆଜୀବନ ବ୍ୟାନ୍ ଲାଗି ଓଏସ୍ଏସସିକୁ ସୁପାରିଶ କରିଛନ୍ତି ବାଲେଶ୍ୱର ଏସପି । ସେପଟେ OSSCକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯିବନି ବୋଲି ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ ଓ ପୂର୍ବତନ ପୋଲିସ୍ ଅଧିକାରୀ ।
ଗାଁରେ ନେଟୱର୍କର ସାଙ୍ଘାତିକ ସମସ୍ୟା । ଜେଜେଙ୍କ ଦେହ ଖରାପ ହେବା ପରେ ୧୦୮ କୁ ଫୋନ୍ କରୁଥିଲେ ନାତି । ହେଲେ ଫୋନ୍ ଲାଗିଲାନି ବରଂ ଜେଜେଙ୍କ ଜୀବନ ପଳେଇଗଲା
ଯେଉଁମାନେ ମହିଳାଙ୍କୁ ବାରଣ କରୁଥିବେ, ଇ-ଚାଲାଣ କଟାଯିବ। ବସ୍ ମାଲିକଙ୍କ ନାଁରେ ଚାଲାଣ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ।
ବିଲ୍ ମିଳିନି ବୋଲି ନୂଆ ଘର ତିଆରି ପରେ ବି ତାଲା ଖୋଲୁନି ଠିକାଦାର । ଘର ସରିବାର ୩ ବର୍ଷ ପୂରିଲାଣି ହେଲେ ଏଯାଏଁ ଆରମ୍ଭ ହେଲାନି ପଢା...ଭଙ୍ଗାଦଦରା ମାଟି ଘରେ ବର୍ଷାରେ ଓଦା ହୋଇ ପିଲା ପଢୁଛନ୍ତି ପାଠ।
ମାସେ କି ବର୍ଷେ ନୁହେଁ ୧୦ ବର୍ଷ ହେଲାଣି ରାସ୍ତା ତିଆରି ପାଇଁ କହୁଛନ୍ତି ଲୋକେ । ପ୍ରଶାସନ ଶୁଣିନି କି ରାସ୍ତା ତିଆରି ହେଉନି । ଏପଟେ ଲୋକେ କହିଲେଣି ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ।
ମନେରେଗା ଯୋଜନାର ଟଙ୍କାକୁ ଖାଇବାକୁ ବାଟ ଖୋଜୁଥିଲେ ବାବୁ । ଜାଣିଶୁଣି ବର୍ଷା ଦିନରେ କାମ ଆରମ୍ଭ ହେଲା ..ଆଉ ଏବେ ପହିଲି ବର୍ଷାରେ ଧୋଇଗଲା ଗାଡୱାଲ..ପାଣିରେ ପଡିଲା ଲକ୍ଷଲକ୍ଷ ଟଙ୍କା
ଆପଣ କେବେ ଭୁବନେଶ୍ୱରର ସାହି ରାସ୍ତାରେ ଯାଇଛନ୍ତି ? ମୁଖ୍ୟ ରାସ୍ତା ଚକାଚକ୍ କିନ୍ତୁ ଏଠି ସାହି ଭିତରକୁ ପଶିଲେ ଅସଲ ସ୍ମାର୍ଟ ସିଟିର ଚେହେରା ପଦାରେ ପଡ଼ିଯିବ। କେଉଁଠି ଖାଲଖମା ତ ପୁଣି କେଉଁଠି ପାଚେରି ଉପରେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି ଲୋକେ।
ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ
ସଂପର୍କର ମାନେ ମଣିଷ ବୁଝିନି ବାଦୁଡ଼ି ବୁଝିଛି । ୧୨ ବର୍ଷ ହେଲାଣି ଅମୂଲ୍ୟଙ୍କ ସହ ମିତ ବସିଛି । ଖୁଆଇ ଦେଲେ ଖାଉଛି...ପୁଣି ଘର ସାରା ବୁଲୁଛି । ମଣିଷ ନଦେଖିଲେ ବୋବେଇ ବାୟା କରିଦେଉଛି...ଗାଁଟା ଯାକର ଲୋକ ଅମୂଲ୍ୟଙ୍କ ଘରେ ଜମାଉଛନ୍ତି ଭିଡ଼
ପରିବାରରେ କେହି ନାହାନ୍ତି କି ସରକାରୀ ସହାୟତା କିଛି ମିଳୁନି । ରୋଗ ମାଡ଼ିବସିବା ପରେ ଅସହାୟ ଟୁକୁଲୁ । ଗାଁ ଲୋକେ କେତେବେଳେ କଣ ଖାଇବାକୁ ଦେଉଛନ୍ତି, ନହେଲେ ଭୋକ ଉପାସରେ ବିତୁଛି ଦିନ । କି ଖରା? କି ବର୍ଷା? ବାଉଁଶ ବୁଦାରେ ଦିନ କାଟୁଛନ୍ତି ଏଇ ବୃଦ୍ଧ
ରାସ୍ତାରେ ପ୍ଲେନ୍ କମ୍ ଖାଲଖମା ଅଧିକ । ଗାଡି ଗଲା ବେଳେ ଏମିତି ଝୁଲୁଛି ଯେ କେତେବେଳେ ଓଲଟି ପଡିବ କିଏ କହିବ? ପ୍ରଶାସନଠୁ ନେତା...ସମସ୍ତଙ୍କୁ ଗୁହାରି କରିବା ପରେ ବି ଠିକ୍ ହେଉନି ରାସ୍ତା ଅବସ୍ଥା
ଆଜିର ଦିନରେ ରାଷ୍ଟ୍ରର ମୁଖ୍ୟ ଭାବେ ଅବସ୍ଥାପିତ ହୋଇ ଗୌରବ ପାଲଟିଛନ୍ତି ଓଡ଼ିଆ ଝିଅ । ଏପଟେ କିନ୍ତୁ ରାଜ୍ୟରେ ଆଜି ବି ଲୋପ ପାଇନି ମହିଳା ବିରୋଧୀ କୁତ୍ସିତ ପ୍ରଥା । ବସ୍ ଯାତ୍ରା ଆରମ୍ଭ ବେଳେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ୍ ଭିତରକୁ ପ୍ରବେଶ ଅନୁମତି ପାଇଁ ଏବେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।
ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣର କୁତ୍ସିତ ପ୍ରଥା ଉଚ୍ଛେଦ ହେଉ ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ । ସରକାରୀ ଓ ଘରୋଇ, ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ । ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଚଢାଇ ନଦେବାର କଳଙ୍କିତ ପ୍ରଥା ଉପରେ ବ୍ରେକ୍ ଦେବାକୁ ପରିବହନ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।
ଇଲୋ ବୋଉ ମହୁ ଭାବିକି କଣ ଚିରେଇତା ପାଟିରେ ପୁରେଇଦେଲୁ କି !
ମାସେ କି ବର୍ଷେ ନୁହେଁ ୧୦ ବର୍ଷ ହେଲାଣି ରାସ୍ତା ତିଆରି ପାଇଁ କହୁଛନ୍ତି ଲୋକେ । ପ୍ରଶାସନ ଶୁଣୁନି କି ରାସ୍ତା ତିଆରି ହେଉନି । ଏପଟେ ଲୋକେ କହିଲେଣି ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ
ବସ୍ କର୍ମଚାରୀଙ୍କ ଅନ୍ଧବିଶ୍ୱାସ ଯୋଗୁଁ ବସ୍ ଯାତ୍ରା ଆରମ୍ଭ ବେଳକୁ କୌଣସି ମହିଳା ଯାତ୍ରୀଙ୍କୁ ପ୍ରଥମେ ବସ୍ରେ ଚଢାଇ ଦିଆଯାଏ ନାହିଁ। ଏହି ପରମ୍ପରା ଆଜି ସଭ୍ୟ ଓ ଶିକ୍ଷିତ ସମାଜ ଆଡ଼କୁ ଅଙ୍ଗୁଳି ଦେଖାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନ। ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି।
ଆମ୍ବ ଚାଷ ଦେଇଛି ପରିଚୟ । ପରିବେଶ ସନ୍ତୁଳନ ପାଇଁ ସେ ବାଡିରେ ଲଗେଇଛନ୍ତି ଶହଶହ ଗଛ । ଏବେ ଜାପାନୀ ମିଆକାଜି ଆମ୍ବ ଫଳାଇ ଚର୍ଚ୍ଚାରେ ଶିକ୍ଷକ ରକ୍ଷାକର ।
ସମ୍ବଲପୁରରେ ମହାନଦୀକୁ ଡେଇଁ ଯୁବକ ନିଖୋଜ ସନ୍ଦେହ । ଚାଉଁରପୁର ବ୍ରିଜରୁ ଡେଇଁପଡ଼ିଥିଲେ ।