ଦାବି ପୂରଣ ନହେଲେ ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ବନ୍ଦ ନିଷ୍ପତ୍ତି । ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି ।
ଯେଉଁମାନେ ମହିଳାଙ୍କୁ ବାରଣ କରୁଥିବେ, ଇ-ଚାଲାଣ କଟାଯିବ। ବସ୍ ମାଲିକଙ୍କ ନାଁରେ ଚାଲାଣ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ।
ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । ସେମ୍ବେର ୨୮ରୁ ଆଜି ସୁଦ୍ଧା ପ୍ରାୟ ୨୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ୫୦ ପଇସା ଓ ଡିଜେଲ ୫ ଟଙ୍କା ୪୯ ପଇସା ମହଙ୍ଗା ହେଲାଣି । ଏପ୍ରିଲ ପହିଲାରୁ ହିସାବକୁ ନେଲେ ସାଢ଼େ ୬ ମାସରେ ଉଭୟ ପେଟ୍ରୋଲ ଓ ଡିଜେଲ ୧୫ଟଙ୍କାରୁ ଅଧିକ ବଢ଼ି ସାରିଲାଣି । ଏଭଳି ସ୍ଥିତିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ବସଯାତ୍ରୀ ।