Advertisment

OSSC ପ୍ରଶ୍ନପତ୍ର ଲିକ୍: ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ପ୍ରଶ୍ନପତ୍ର ଲିକ୍ ମାମଲାରେ OSSC କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ୫୫ ପରୀକ୍ଷାର୍ଥୀଙ୍କୁ OSSCର ସୋ’ କଜ୍‌ ନୋଟିସ୍‌ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
OSSC issues show cause notices to 55 candidates

OSSC issues show cause notices to 55 candidates

ପ୍ରଶ୍ନପତ୍ର ଲିକ୍ ମାମଲାରେ OSSC କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ୫୫ ପରୀକ୍ଷାର୍ଥୀଙ୍କୁ OSSC ସୋ’ କଜ୍‌ ନୋଟିସ୍‌ କରିଛି। OSSC ନିଯୁକ୍ତିରୁ କାହିଁକି ଆଜୀବନ ବାସନ୍ଦ କରାଯିବନି ସେନେଇ ସୋ' କଜ୍‌ ନୋଟିସ୍ କରାଯାଇଛି।

Advertisment

ସୂଚନାଥାଉ କି, ନିକଟରେ OSSC ଜେଇ ସିଭିଲ୍ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିଲା। ବିହାରରୁ ମାଷ୍ଟରମାଇଣ୍ଡକୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା। ଖାଲି ମାଷ୍ଟରମାଇଣ୍ଡ ନୁହେଁ ତା’ ସହିତ ଅନ୍ୟ ୭ ଅଭିଯୁକ୍ତଙ୍କୁ ମଧ୍ୟ ବିହାରରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ପୋଲିସ ଗିରଫ କରିଥିଲା।

ବଡ କଥା ହେଲା, ଓଏସ୍‌ଏସ୍‌ସି ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରୁଥିବା ବେଳେ କେମିତି ଦଲାଲ ପାଖକୁ ପ୍ରଶ୍ନପତ୍ର ଗଲା ତାର ଉତ୍ତର ବି ପୋଲିସ ପାଖରେ ନାହିଁ। ପ୍ରଶ୍ନପତ୍ର ଲିକ୍‌ର ସୋର୍ସ କ’ଣ, କେଉଁ ସ୍ତରରୁ ଲିକ ହୋଇଛି ତାର ବି ଟେର ପାଉନି ପୋଲିସ। 

Advertisment
OSSC
Advertisment
Advertisment