• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  •  ଆନ୍ତର୍ଜାତିକ ସ୍ତରରେ ସଫଳତା ପାଇବାରେ ପ୍ରଥମ ଓଡ଼ିଆ ହେଲେ ବନୀତା

  • ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ  ଉଲକା ପିଣ୍ଡ ଖୋଜି ବାହାର କରି ପାରିଛନ୍ତି 

ନବରଙ୍ଗପୁର(ନବଘନ ବିଷୋୟୀ) : ପ୍ରଥମ ଓଡ଼ିଆ ଭାବେ ସଫଳତା ସାଉଁଣ୍ଟିଲେ । ଓଡ଼ିଶାର ଏକ ମାତ୍ର ଛାତ୍ରୀ ତଥା ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ନବରଙ୍ଗପୁର ଝିଅ ବନୀତା ଦାସ l ସେ ମହାକାଶରେ ଥିବା ଏକ ଉଲାକା ପିଣ୍ଡକୁ ଆବିଷ୍କାର କରି ନବରଙ୍ଗପୁର ଜିଲ୍ଲାକୁ ସାରା ଦେଶରେ ନୂଆ ପରିଚୟ ଦେଇଛନ୍ତି । ଆଉ ଜଣେ ପ୍ରତିଭା ଓଡ଼ିଶା ମାଟିକୁ ସମଗ୍ର ଦେଶରେ ଗୌରବାନ୍ୱିତ କରିଛି ।

ନବରଙ୍ଗପୁର ସହର ଗାଦବାଗୁଡା ସାହିର ବନ ବିହାରୀ ଦାସ ମହାପାତ୍ର ଓ ତୃପ୍ତିରାଣୀ ଦାସ ମହାପାତ୍ରଙ୍କ ବଡ଼ ଝିଅ ବନିତା ଦାସ । ବାପା ବନ ବିହାରୀ ଦାସ ନବୋଦୟ ବିଦ୍ୟାଳୟରେ ଚାକିରୀ କରୁଥିବାରୁ ତାଙ୍କସାଙ୍ଗେ ସେ ମଧ୍ୟ ବିଭିନ୍ନ ନବୋଦୟ ବିଦ୍ୟାଳୟରେ ଅଧୟନ କରିଛନ୍ତି । ବନୀତା ଏବେ ମଧ୍ୟପ୍ରଦେଶ ସ୍ଥିତ ଅନୁପୁରର ଜବାହାର ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି  । ଏହା ପୂର୍ବରୁ ସେ ମାଲକାନଗିରିର ଜବାହାର ନବୋଦୟ ବିଦ୍ୟାଳୟରେ ପଢ଼ୁଥିଲେ । ବିଦ୍ୟାଳୟ ସ୍ତରରେ ପିଲାଙ୍କ ଉଲକା ପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ଭାଗ ନେଇ ଆନ୍ତର୍ଜାତିକ ସ୍ତରରେ ସେ ସଫଳତା ହାସଲ କରିଛନ୍ତି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବନୀତାଙ୍କ ଏହି ଆବିଷ୍କାରକୁ ନେଇ ମହାକାଶ ସଂସ୍ଥା ନାସା ଓ ଅର୍ନ୍ତରାଷ୍ଟ୍ରୀୟ ଜୋତିର୍ବିଜ୍ଞାନ ପରିଷଦ ପରୀକ୍ଷା କରିବା ପରେ ଅନୁମୋଦନ କରିଛନ୍ତି । ସମଗ୍ର ବିଶ୍ୱରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଅଭିଯାନ ଆୟୋଜିତ ହୋଇଥିଲା । ହାୱାଇରେ ଥିବା ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ସେ ଉଲକା ପିଣ୍ଡ ଖୋଜି ବାହାର କରିବାରେ ସକ୍ଷମ ହୋଇ ପାରିଛନ୍ତି । ଆଗକୁ ଏହି ଉଲାକା ପିଣ୍ଡର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ ବୋଲି ସୂଚନା ମିଳିଛି । ସେ ଆବିଷ୍କାର କରିଥିବା ଉଲକା ପିଣ୍ଡର ଗତିବିଧିକୁ ବିଶ୍ଳେଷଣ କରି ଆଗାମୀ ୬ବର୍ଷ ମଧ୍ୟରେ ଏହାର ଗତିପଥ ଜାଣିହେବ ବୋଲି ସେ କହିଛନ୍ତି । ଏଥିପାଇଁ ମହାକାଶ ଗବେଷଣା ସଂସ୍ଥା ଗତ ଜାନୁଆରୀ ମାସରେ ତାଙ୍କୁ ଏକ କଠିନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏପରି ମହାକାଶ ଗବେଷଣାରେ ଯୋଗ ଦେଇଥିବା ସେ ପ୍ରଥମ ଓଡିଆ ଛାତ୍ରୀ । ତେବେ ବନୀତା ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ।