• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅନ୍ଧାରରେ କୁନି ପୁଅର ଭବିଷ୍ୟତ

  • ଅଜଣା ରୋଗରେ ପୀଡ଼ିତ ହୋଇ ଚାଲି ପାରୁନି

  • ସାହାଯ୍ୟ କର ସରକାର

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) : ମୁଁ ଭଲ ହେବାକୁ ଚାହେଁ । ମୋତେ ସହଯୋଗ କରନ୍ତୁ । ଭଲ ହେଲେ ପୁଣି ପାଠ ପଢିବି । ଚାକିରି କରିବି ଏବଂ ବାପା ମାଙ୍କ ସେବା କରିବି । ହାତଯୋଡି ସମସ୍ତଙ୍କୁ ଅନୁରୋଧ କରୁଥିବା କୁନି ପିଲାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଡମାଳ ଗାଁର ୧୧ ବର୍ଷୀୟ ଅଜିତ ପୃଷ୍ଟି । ଗାଁର ରମାକାନ୍ତ ପୃଷ୍ଟି ଏବଂ ମାନସୀ ପୃଷ୍ଟିଙ୍କର ବଡ ସନ୍ତାନ ହେଉଛି ଅଜିତ । ଜନ୍ମବେଳେ ଅଜିତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ଅନ୍ୟ ସାଧାରଣ ପିଲାଙ୍କ ପରି ସାଙ୍ଗ ମାନଙ୍କ ସହ ଖେଳୁଥିଲା ,ବୁଲୁଥିଲା ଏବଂ ପାଠ ମଧ୍ୟ ପଢୁଥିଲା । ହେଲେ ତାକୁ ଯେତେବେଳେ ୫ ବର୍ଷ ହେଲା, ସେ ଆଉ ଚାଲିପାରିଲେ ନାହିଁ । ଧିରେ ଧିରେ ପୁରା ଚାଲିବା ବୁଲିବା ବନ୍ଦ ହୋଇଗଲା । ଏବେ ଏଭଳି ଅବସ୍ଥା ହୋଇଛି ଯେ ଯୁଆଡେ ଗଲେ ଅନ୍ୟ ଜଣେ ବୋହିକି ନେବା ଆଣିବାକୁ ପଡୁଛି ।

ବାପା ମା ସୁସ୍ଥ ସବଳ ସନ୍ତାନଟିଏ ପାଇବାକୁ ଭଗବାନଙ୍କ ପାଖରେ କେତେ ପୁଜାବ୍ରତ କରନ୍ତି । ଆଉ ଛୁଆ ଟିଏ ଜନ୍ମ ହେଲେ ବହୁତ ଖୁସି ହୋବ ସହ ତାର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି । ହେଲେ ପିଲା ବଡ ହେଲା ପରେ ଯେତେବେଳେ ଅଜଣା ବ୍ୟାଧିରେ ପଡେ, ସେତେବଳେ ବାପାମାଁଙ୍କ ଦୁଃଖ କହିଲେ ନସରେ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ପିଲାକୁ ଭଲ ନକରିପାରିଲେ ଅସହାୟ ଅନୁଭବ କରିବା ସହ ବାପାମାଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଏ । 

ଅଜିତର ବାପା ରମାକାନ୍ତ ଜଣେ ନିହାତି ଗରିବ ଲୋକ । ତଥାପି ପୁଅକୁ ଭଲ କରିବା ପାଇଁ ସବୁ ଡାକ୍ତରଖାନା ଦେଖା ସାରିଲେଣି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଲେ ସୁଦ୍ଧା କରିସାରିଲେଣି । ପାଖରେ ଥିବା ସବୁତକ ଧନ ସମ୍ପତି ସାରି ସେ ଏବେ ହତାସ । ଆଉ ଅଧିକ ଚିକିତ୍ସା କରିବାକୁ ତାଙ୍କ ପାଖରେ ସମ୍ବଳ ନାହିଁ । ଏଣୁ ଏବେ ସରକାରୀ କିମ୍ବା ବେସରକାରୀ ସ୍ତରରେ ସହୟାତା କରିବାକୁ ସେ ଏବଂ ଗ୍ରାମବାସୀ ଦାଦି କରିଛନ୍ତି । ଅପରପକ୍ଷରେ ଅଜିତର ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସହଯୋଗ କରାଯିବବୋଲି ଜିଲ୍ଲାପାଳ କହିଛନ୍ତି ।