• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନିକା(ଦିଲ୍ଲୀପ କୁମାର ସାହୁ) : ଘର ଭିତରେ ପାଣି, ଘର ବାହାରେ ପାଣି । ୨୦ ଦିନ ହେଲା ପାଣି ଘେରରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଲାଟୀର ଆଦିବାସୀ ପରିବାର । ଘରେ ପଶିଛି କେନାଲ ପାଣି । ଚାରିଆଡ଼େ ଆଣ୍ଠୁଏ ଉଚ୍ଚର ପାଣି । ଏମିତି ସ୍ଥିତିରେ ଘରେ ରହିବା କଷ୍ଟକର ହେଉଥିବା ବେଳେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡିଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏପରି ସମସ୍ୟା ହୋଇଥିବା କହିଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାରେ ସମାଧାନ ହେଉନାହିଁ ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଲାଟୀ ଗାଁର ହାଇସ୍କୁଲ ସମ୍ମୁଖରେ ଦିର୍ଘ ୩୦ ବର୍ଷରୁ ଉର୍ଦ୍ଧ ଦିନଧରି ରହୁଛନ୍ତି ଆଦିବାସୀ ପରିବାର । ଲଘୁଚାପ ଜନିତ ବର୍ଷାଯୋଗୁଁ କେନାଲ ପାଣି ବଢିଯିବାରୁ ଏଭଳି ସ୍ଥିତି ଉପୁଜିଛି । ପାଣି ନିଷ୍କାସନର ବ୍ୟବସ୍ଥା ନଥିବାରୁ ହିନସ୍ତା ହେଉଛନ୍ତି । କେନାଲ ପାଣି ବଢି ଯିବାରୁ ସ୍ଥିତି ବେହାଲ । ଘର ବାହାର ଓ ଭିତରେ ଆଣ୍ଠୁଏ ଉଚ୍ଚର ପାଣି । ଘରେ ପଶୁଛି କେନାଲ ପାଣି । ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡୁଛି । ଦିନରେ ଗଛତଳେ ଆଶ୍ରୟ ନେଉଥିବା ବେଳେ ରାତିରେ ଘର ଭିତରେ ରହୁଛନ୍ତି । ସେମାନଙ୍କ ପାଇଁ ସରକାର ଆଜି ପର୍ଯ୍ୟନ୍ତ ପକ୍କାଘର କି ଜମିପଟ୍ଟା ପରି କୈାଣସି ସୁବିଧା କରିନାହାନ୍ତି । ଯେଉଁଥିପାଇଁ ପ୍ରତ୍ୟେକ ବର୍ଷ ଏମାନେ ପାଣି ଘେରରେ ରହୁଥିବା କହିଛନ୍ତି । ଛଅଟି ପରିବାରର ପ୍ରାୟ ୩୦ଜଣ ଲୋକ ଝାଟିମାଟି କୁଡିଆ ଘରେ ଅତି ଦୟନୀୟ ଅବସ୍ଥାରେ ବସବାସ କରୁଛନ୍ତି ।

ଦିନେ କି ଦୁଇଦିନ ନୁହଁ ଦୀର୍ଘ ୨୦ରୁ ଅଧିକ ଦିନ ହେଲା ସେମାନେ ପାଣି ଘେରରେ ରହିଛନ୍ତି । ସେମାନଙ୍କ ସମସ୍ୟା ଏବର ନୁହେଁ ଦୀର୍ଘ ବର୍ଷ ହେଲାଣି ବର୍ଷା ଦିନ ଆସିଲେ ଏମିତି ଅବସ୍ଥା ଭୋଗନ୍ତି । ଜଳ ନିସ୍କାସନ କରିବା ସହ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭକରି ନେତାମନ୍ତ୍ରୀ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ହେଲେ ସମସ୍ୟାର ସମାଧାନ ହୋଇନି । ଅପରପକ୍ଷରେ ଏନେଇ ବିନିକା ବିଡିଓଙ୍କୁ ପଚାରିବାରୁ ନିହାତି ଭାବେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।