Advertisment

ମାଟ୍ରିକ୍‌ ପରୀକ୍ଷାରେ ତ୍ରୁଟି: ଅଭିଯୋଗକୁ ସ୍ୱୀକାର କଲେ ସ୍କୁଲ କର୍ତ୍ତୃପକ୍ଷ

ତେବେ ଅସନ୍ତୁଷ୍ଟଙ୍କ ପାଇଁ ଏହା ଶେଷ ସୁଯୋଗ କୁହାଯାଉଛି । ୩୦ ଜୁଲାଇରୁ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି

author-image
Sarbeswar
ମାଟ୍ରିକ୍‌ ପରୀକ୍ଷାରେ ତ୍ରୁଟି: ଅଭିଯୋଗକୁ ସ୍ୱୀକାର କଲେ ସ୍କୁଲ କର୍ତ୍ତୃପକ୍ଷ

matric exam

କଟକ: ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ପରୀକ୍ଷାରେ ତ୍ରୁଟି ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରେଗୁଲାର ପିଲାଙ୍କୁ ୨୦୧୪ର ଏକ୍ସରେଗୁଲାର ପିଲାଙ୍କ ପ୍ରଶ୍ନ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ। ତେବେ ପିଲାଙ୍କୁ ପ୍ରଶ୍ନପତ୍ର ଦେବା ପରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ମିଳିଥିବାରୁ ସଂଶୟରେ ପଡ଼ିଥିଲେ ପରୀକ୍ଷାର୍ଥୀ। ତେବେ ସତ୍ୟସାତ୍ୟ ଜଣାପଡ଼ିବା ପରେ ପରୀକ୍ଷା ଚାଲିବାର ଦୀର୍ଘ ସମୟ ପରେ ପିଲାଙ୍କୁ ପୁଣି ଥରେ ନୂଆ ପ୍ରଶ୍ନ ପତ୍ର ଦିଆଯାଇଥିଲା। ହେଲେ ପିଲାଙ୍କ ଭୁଲ ପ୍ରଶ୍ନପତ୍ର ଦିଆଯାଇଥିବା ସ୍ୱୀକାର କରିଛନ୍ତି ବୋର୍ଡ଼ ହାଇସ୍କୁଲ କର୍ତ୍ତୃପକ୍ଷ। ଭୁଲରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିବା କହିଲେ ପ୍ରଧାନ ଶିକ୍ଷକ।

Advertisment

ତେବେ ଅସନ୍ତୁଷ୍ଟଙ୍କ ପାଇଁ ଏହା ଶେଷ ସୁଯୋଗ କୁହାଯାଉଛି । ୩୦ ଜୁଲାଇରୁ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା ଆରମ୍ଭ ହୋଇଛି । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ ନିୟୋଜିତ ଶିକ୍ଷକଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଅବଜର୍ଭର ମଧ୍ୟ ସବୁ କେନ୍ଦ୍ରରେ ନିୟୋଜିତ ହୋଇଛନ୍ତି ।

Advertisment

ପରୀକ୍ଷା ପାଇଁ ପ୍ରସ୍ତୁତି ବି ଜୋରଦାର କରିଛନ୍ତି ଛାତ୍ରଛାତ୍ରୀ । ସିଲାବସ୍ ସାରିବାକୁ ଶେଷ ମୁହୂର୍ତ୍ତରେ ବି ପ୍ରୟାସ ଜାରି ରହିଥିଲା । କାରଣ ଏହା ହେଉଛି ସେମାନଙ୍କ ପାଇଁ ଫାଇନାଲ୍ ସୁଯୋଗ । ପରୀକ୍ଷା କେନ୍ଦ୍ରଗୁଡିକ ବି ପୁରା ତୟାର ରହିଛନ୍ତି । ହଲ୍ ଗୁଡିକରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସିଟିଂ ଆରେଞ୍ଜମେଣ୍ଟ ହୋଇଛି । କ୍ୟାମ୍ପସ୍‌କୁ ମଧ୍ୟ ବିଶୋଧନ କରାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ରରେ ପ୍ରସ୍ତୁତ କରାଯାଇଛି ଆଇସୋଲେସନ୍ ରୁମ୍ । ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜ୍ କରି ପରୀକ୍ଷାର୍ଥୀମାନେ ହଲ୍ ଭିତରକୁ ଯିବେ । ପରୀକ୍ଷା ଦେବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି।

Odisha 10th Exam
Advertisment
Advertisment