Advertisment

ପିଲାଙ୍କ ଭବିଷ୍ୟତ ସହ ଖେଳ? ରେଗୁରାଲ୍‌ ପିଲାଙ୍କୁ କିଏ ଦେଲା ଏକ୍ସ-ରେଗୁରାଲ୍‌ ପ୍ରଶ୍ନପତ୍ର?

ପ୍ରଥମେ ପରୀକ୍ଷା ଫଳ, ପରେ ଆଡମିଟ୍ କାର୍ଡ ଆଉ ଏବେ ପ୍ରଶ୍ନପତ୍ର ବିଭ୍ରାଟ। ମହାମାରୀ ସମୟରେ ମାଧ୍ୟମିକ ଶିକ୍ଷା ବୋର୍ଡ ଆହୁରି ବିବାଦ ଭିତରକୁ ଠେଲି ହୋଇଯାଇଛି। ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଲାଗି କଟକ ବୋର୍ଡ ସ୍କୁଲକୁ ଯାଇଥିଲେ ପରୀକ୍ଷାର୍ଥୀ। ହେଲେ ବିଡମ୍ବନାର ବିଷୟ ହେଲା ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଳିଲା ଏକ୍ସରେଗୁଲାର ଓ ଏକ୍ସ ରେଗୁଲାରଙ୍କୁ ମିଳିଲା ରେଗୁଲାର ପ୍ରଶ୍ନପତ୍ର

author-image
Sarbeswar
ପିଲାଙ୍କ ଭବିଷ୍ୟତ ସହ ଖେଳ? ରେଗୁରାଲ୍‌ ପିଲାଙ୍କୁ କିଏ ଦେଲା ଏକ୍ସ-ରେଗୁରାଲ୍‌ ପ୍ରଶ୍ନପତ୍ର?

Matric Exam

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡର ପିଛା ଛାଡୁନି ବିବାଦ। ପୁଣି ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ। ଅଫଲାଇନ୍ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ବଣ୍ଟନରେ ସାଙ୍ଘାତିକ ତ୍ରୁଟି ଦେଖାଦେଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଖୋଦ୍ କଟକ ବୋର୍ଡ କାର୍ଯ୍ୟାଳୟରେ ଥିବା ବୋର୍ଡ ସ୍କୁଲର ତ୍ରୁଟିକୁ ସ୍ୱୀକାର ବି କରିଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ। ପୁରା ଘଟଣାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ପ୍ରଥମେ ପରୀକ୍ଷା ଫଳ, ପରେ ଆଡମିଟ୍ କାର୍ଡ ଆଉ ଏବେ ପ୍ରଶ୍ନପତ୍ର ବିଭ୍ରାଟ। ମହାମାରୀ ସମୟରେ ମାଧ୍ୟମିକ ଶିକ୍ଷା ବୋର୍ଡ ଆହୁରି ବିବାଦ ଭିତରକୁ ଠେଲି ହୋଇଯାଇଛି। ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଲାଗି କଟକ ବୋର୍ଡ ସ୍କୁଲକୁ ଯାଇଥିଲେ ପରୀକ୍ଷାର୍ଥୀ। ହେଲେ ବିଡମ୍ବନାର ବିଷୟ ହେଲା ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଳିଲା ଏକ୍ସରେଗୁଲାର ଓ ଏକ୍ସ ରେଗୁଲାରଙ୍କୁ ମିଳିଲା ରେଗୁଲାର ପ୍ରଶ୍ନପତ୍ର। ପୁଣି ରେଗୁଲାରଙ୍କୁ ମିଳିଥିବା ପ୍ରଶ୍ନପତ୍ର ଥିଲା ୨୦୧୪ ମସିହାର।

କେବଳ ପାର୍ଟ ଓ୍ୱାନ୍ ସବ୍‌ଜେକ୍‌ଟିଭ୍‌ ପେପରରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଥିଲା। ସକାଳ ୧୦ଟାରୁ ଭୁଲ୍ ପ୍ରଶ୍ନ ପତ୍ର ପାଇଥିବା କହିଥିଲେ ସୁଦ୍ଧା କେହି ଶୁଣିବାକୁ ନଥିଲେ। ସେମିତି ଚାଲିଲା ପରୀକ୍ଷା। ପରେ ହଠାତ ନିଷ୍ପତ୍ତି ହେଲା ସବଜେକ୍ଟିଭ୍ ପାଇଁ ପୁଣି ଥରେ ୧୨ ଟାରୁ ଗୋଟାଏ ଯାଏ ପରୀକ୍ଷା ହେବ। ପରୀକ୍ଷା ୧୨ଟାରେ ଶେଷ ହେଇଥିଲେ ସୁଦ୍ଧା ସ୍କୁଲ୍ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ପୁଣି ଅଧିକ ଘଣ୍ଟାଏ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ବୋର୍ଡ ହାଇସ୍କୁଲ ପ୍ରଧାନଶିକ୍ଷକ ଭୁଲକୁ ସ୍ୱୀକାର କରିଛନ୍ତି।

Advertisment

ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ରହିଛି ୯୭.୮୯ ପ୍ରତିଶତ। ମହାମାରୀ ଲାଗି ପରୀକ୍ଷା ବାତିଲ ହୋଇଥିଲା। ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ପିଲାଙ୍କୁ ମାର୍କ ମିଳିଛି। ତେବେ ମାର୍କରେ ଅସନ୍ତୁଷ୍ଟ ଥିବା ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଅଫ୍ ଲାଇନରେ ପରୀକ୍ଷା ଦେଉଛନ୍ତି। ଶେଷ ସୁଯୋଗ କୁହାଯାଉଥିବା ପରୀକ୍ଷାରେ ବି ତ୍ରୁଟି ଦେଖାଦେବା ପରିଚାଳନାଗତ ଅବ୍ୟବସ୍ଥାକୁ ପଦାରେ ପକାଇଛି।

ଏବେ ପ୍ରଶ୍ନ ଉଠୁଛି ମାଟ୍ରିକ୍ ବୋର୍ଡ ପରୀକ୍ଷା ସମୟରେ ଏଭଳି ତ୍ରୁଟି ସାମନାକୁ ଆସିବା ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେବ ନା ନାହିଁ ? ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶ ସହ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ୩୯୫.୪୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ଏନେଇ ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ-ରୁସାରେ ଏହି ଟଙ୍କା ରାଜ୍ୟକୁ ପ୍ରଦାନ କରାଯାଇଥିବା ସେ କହିଛନ୍ତି ....

ରାଜ୍ୟରେ ମହାବିଦ୍ୟାଳୟଗୁଡ଼ିକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ସହ କଲେଜ ଓ ୟୁନିଭର୍ସିଟିର ଭିତ୍ତିଭୂମି ବିକାଶରେ ଏହି ଟଙ୍କା ଖର୍ଚ୍ଚ କରାଯିବ ସେହିପରି ଏହି ଅନୁଦାନରେ ଡିଗ୍ରୀ କଲେଜକୁ ମଡେଲ କଲେଜ, ନୂଅା ମଡେଲ କଲେଜ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି ତେବେ ରାଜ୍ୟର ୩୦ଟି ଜିଲ୍ଲାରେ ୧୬୧ଟି ଶିକ୍ଷାନୁଷ୍ଠାନକୁ ଏହି ଅର୍ଥ ପ୍ରଦାନ କରାଯାଇଛି

Odisha Cuttack Matriculation Exam 2021
Advertisment
Advertisment