ଦାଦା ଦୋହରା ବିଷୋୟୀ ଜଣେ ସଂଗ୍ରାମୀ ହୋଇ ଇଂରେଜ ମାନଙ୍କ ସହ ଲଢୁଥିଲେ। ତାଙ୍କରି ଠାରୁ ଅନୁପ୍ରାଣିତ ହୋଇ ପିଲାଟି ବୟସରୁ ଯୁଦ୍ଧ ବିଦ୍ୟା ପ୍ରତି ଆକୃଷ୍ଟ ହୋଇଥିଲେ ଚକରା । ଧନୁଶର,ଫାର୍ଶା, ଖଣ୍ଡା,ତୀର ଚାଳନା ଭଳି ବହୁ ଯୁଦ୍ଧ ବିଦ୍ୟାରେ ପାରଦର୍ଶିତା ବି ଲାଭ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ଗିରଫଦାରୀ ପ୍ରତିବାଦରେ ଏବଂ ପ୍ରସ୍ତାବିତ ପ୍ରକଳ୍ପ କାମ ବନ୍ଦ ସହ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର ଦାବିରେ ଆଜି ଧାରଣା ଦେଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି।
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡିରେ ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଏହି ଅଘଟଣ ଘଟିଛି। ଖୁଣ୍ଟ ପୋତିବା ବେଳେ ତାହା ଇଲେଭେନ୍ କେଭି ବିଦ୍ୟୁତ ତାରରେ ଲାଗି ଯାଇଥିଲା।
ଦୁଇ ଦୁଇଟି ଜଟିଳ ଅସ୍ତ୍ରୋପଚାର କରି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆକୁ ଅଲଗା କରାଯାଇଥିଲା। ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିବା ପରେ ଉଭୟଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା।
ଅଦମ୍ୟ ସାହସ ଓ ବୀରତ୍ୱ ପ୍ରଦର୍ଶନ କରିଥିବା ପୋଲିସର ଯବାନଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥାଏ। ଓଡ଼ିଶା ପୋଲିସର ୨ କମାଣ୍ଡୋଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରିଥିବାରୁ ପୋଲିସ ଡିଜି ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଓଡ଼ିଶାର ୬ ଅଗ୍ନିଶମ କର୍ମଚାରୀଙ୍କୁ ମେଡାଲ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ସାହସିକତା ପାଇଁ ଜୟନ୍ତ ନାୟକ, ଅକ୍ଷୟ ବେହେରା ମେଡାଲ ପାଇବେ। ଶ୍ରୀଚନ୍ଦନ ପରିଡ଼ା ଓ ତପନ ବେହେରା ମଧ୍ୟ ସାହସିକତା ମେଡାଲ ପାଇବେ। ଉଲ୍ଲେଖନୀୟ ସେବା ପାଇଁ ୨ ଅଗ୍ନିଶମ କର୍ମଚାରୀ ମେଡାଲ ପାଇବେ।
କେନ୍ଦ୍ରାପଡ଼ା ଭାରିଗଦା ଗଣ୍ଡଗୋଳ ପରେ ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷାରେ ଆଜିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି।ପ୍ରକଳ୍ପ କାମ ଆଗେଇ ନେବା ପାଇଁ ସେଠାରେ ୨୨ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।
ନୂଆ ରୂପ ନେବ ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟ। ଭଙ୍ଗାଦଦରା ଭାବେ ଥିବା ମୟୂରଭଞ୍ଜ ରାଜତନ୍ତ୍ର ଅମଳର ରେଳ ଇଞ୍ଜିନ ଓ ଡବା ନୂଆ ରୂପ ନେବାକୁ ଯାଉଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟର ଏହି ରେଳ ଇଞ୍ଜିନ ଓ ରେଳ ଡବାର ପୁନରୁଦ୍ଧାର କରି ଏକ ନୂତନ ରେଳ ମ୍ୟୁଜିୟମ ନିର୍ମାଣ ହେବ।
ଏବେ ସୁଦ୍ଧା ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି।
ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଏହି ପାଇଲଟ ପ୍ରୋଜେକ୍ଟ ବାଲେଶ୍ୱରରେ ଆରମ୍ଭ ହୋଇଛି। ତେବେ ପ୍ରକଳ୍ପ ପାଇଁ ଚଳିତବର୍ଷ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ମତ୍ସ୍ୟଜୀବୀମାନେ ବେଶ ଲାଭବାନ ହୋଇପାରିବେ। ଆଗ୍ରାହୀ ଚାଷୀଙ୍କୁ ତାଲିମ ସହ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମଧ୍ୟ ସରକାର ଯୋଗାଇବେ।
କଟକ ବାରବାଟୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ସରିଛି। ପୂର୍ବବର୍ଷ ଭଳି ଏ ବର୍ଷ ବି କରୋନା କଟକଣାରେ ଉତ୍ସବ ପାଳନ ହେବ। ଓଡ଼ିଶା ପୋଲିସ ଓ କମିଶନରେଟ ପୋଲିସର ଗୋଟିଏ ଲେଖାଏଁ ଗ୍ରୁପ ପରେଡ଼ରେ ଅଂଶଗ୍ରହଣ କରିବେ।
ୟୁରିଆ ସାର ପାଇଁ ଚାଷୀଙ୍କ ରାସ୍ତାରୋକ୍ । ନବରଙ୍ଗପୁର ଜିଲ୍ଲାର ଗାନ୍ଧି ଛକ ନିକଟରେ ଶତାଧିକ ଚାଷୀ ଏବଂ ଜିଲ୍ଲା ବିଜେପି ଏହି ଧାରଣାରେ ସାମିଲ ହୋଇଥିଲେ ।
ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଂଜରିକୋପା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିରେ ଥିବା ସମସ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଚଳିତବର୍ଷ ଆବଶ୍ୟକ ପରିମାଣରୁ କମ ବର୍ଷା ହୋଇଥିବାରୁ ପ୍ରଭାବିତ ହୋଇଛି ଚାଷୀକୁଳ । ଜୁନ୍ ମାସରେ ସ୍ୱାଭାବିକ ବର୍ଷା ହୋଇଥିବାରୁ ଚାଷୀକୁଳ ଧାନ ଚାଷ ପାଇଁ ନିଜ କ୍ଷେତକୁ ପ୍ରସ୍ତୁତ କରି ଚାଷ କାମ ଆରମ୍ଭ କରିଥିଲେ ।
ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଉପହାର । ବୁଣାକାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ । ମହାମାରୀ କରୋନା ଯୋଗୁଁ ପ୍ରଭାବିତ ବୁଣାକାରଙ୍କୁ ଏଥିରେ ସହାୟତା ପ୍ରଦାନ କରାଯିବ ।
ପ୍ରଥମେ ପ୍ରେମ, ତା’ପରେ ପ୍ରତାରଣା ଏବଂ ଶେଷରେ ଜେଲ୍ରେ ପ୍ରେମିକାକୁ ବିବାହ କଲେ ପ୍ରେମିକ। କଟକ ଚୌଦ୍ୱାର ସର୍କଲ ଜେଲ୍ରେ ଦୁଇ ପରିବାର ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ।
ସାପ କାମୁଡ଼ିଲା ବୋଲି ପ୍ରତିଶୋଧ ପରାୟଣ ହୋଇ ସାପକୁ କାମୁଡ଼ି ମାରିଦେଲେ ଜଣେ ୪୫ ବର୍ଷୀୟ ବ୍ୟକ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟଠି ସତ।
ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ରାପଡ଼ା ଭାରିଗଦାରେ ଚାପା ଉତ୍ତେଜନା ଲାଗି ରହିଛି। ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗତକାଲି ପ୍ରକଳ୍ପ ସ୍ଥାନରେ ଲୋକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଯେଉଁମାନେ ଭଙ୍ଗାରୁଜାରେ ସାମିଲ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି।
ଅସଲି ଚାଷୀଙ୍କ ନାଁରେ କୃଷି ବୀମା କରି ମାଲାମାଲ ହେଉଛନ୍ତି ନକଲି ଚାଷୀ। ଚାଷୀଙ୍କ କୃଷି ବୀମାକୁ ନିଜ ନାଁରେ କରି ଚାଲିଛି ଲୁଟ୍। ଏପଟେ ବୀମା ଟଙ୍କାରୁ ବଞ୍ଚିତ ହେଉଛନ୍ତି ଅସଲି ଚାଷୀ।
ଅଣସର୍ଭେ ଇଲାକା କୁହାଯାଉଥିବା କୋଟିଆ ଗ୍ରାମପୁଞ୍ଜରେ ୨୦୦୮ରେ ଜଙ୍ଗଲ ଜମି ଆଇନ ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ଘର ଏବଂ ଚାଷ ଜମି ପାଇଁ ପଟ୍ଟା। ତାମଧ୍ୟରେ ଥିଲେ ଦୀର୍ଘ ବର୍ଷ ଧରି ଏଠି ବସବାସ କରୁଥିବା ଆନ୍ଧ୍ରର ଦୋରା ସଂପ୍ରଦାୟର ଆଦିବାସୀ। ତେବେ ତାଡ଼ିବାଲସାରେ ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡ଼ା, କୌଣସି ପଟ୍ଟା ଖଣ୍ଡେ ଦେଇପାରିନାହାନ୍ତି ଓଡ଼ିଶା ସରକାର।
ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ହେଲେ ସଦସ୍ୟ । ମୁକ୍ତିମଣ୍ଡପକୁ ପ୍ରତିନିଧତ୍ତ୍ୱ କରିବେ ଅଶୋକ ମହାପାତ୍ର ।
ପ୍ରତିବାଦ କରିଥିଲେ ପ୍ରଶାସନ ଶୁଣିଲାନି। ଚେତାବନୀ ଦେଇଥିଲେ ସରକାର ଶୁଣିଲେନି। ଶେଷରେ ଉଗ୍ର ହେଲା ଜନ ଅସନ୍ତୋଷ। ପାଣି ପାଇଁ କେନ୍ଦ୍ରାପଡ଼ା ପାଲଟିଲା ରଣକ୍ଷେତ୍ର। କେନ୍ଦ୍ରାପଡ଼ା ଭାରିଗଦାରେ ଖରସ୍ରୋତା ପାନୀୟ ଜଳପ୍ରକଳ୍ପ ବିରୋଧରେ ଲୋକଙ୍କ ରୋଷ ଭିତରେ ଭିତରେ କେତେ ଭୟଙ୍କର ଭାବେ କୁହୁଳୁଥିଲା, ଆଜି ତାର ଉଗ୍ର ପ୍ରତିଫଳନ ହୋଇଛି।
ପାପ ପୁଣ୍ୟ, ଭଲ ମନ୍ଦ, ହାନି ଲାଭର ବିଚାର କରେନି ଭୋକ । ପେଟର ଭୋକ ମଣିଷକୁ ସବୁକିଛି କରାଇ ପାରେ । ତିଳ ତିଳ କରି ଜାଳେ, ଶାନ୍ତିରେ ଶୁଆଇ ଦିଏନି । ସୁନ୍ଦରଗଡ ବସଷ୍ଟାଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପେଟର ଭୋକ ଆଗରେ ହାର ମାନିଛି ବୟସ । ବଚିଂବା ପାଇଁ ରାଜ୍ୟ ବାହାରୁ ଆସି ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ ।
ଭୁବନେଶ୍ୱର ମହାନଗର ନିଗମର ନୂଆ ବିଲ୍ଡିଂକୁ ମିଳିନି କି ଅନୁମତି ? ବିଲ୍ଡିଂ ପ୍ଲାନକୁ ମିଳି ପାରିନି କି ଅନୁମୋଦନ ? ଭୁବନେଶ୍ୱରର ଛାତି ଉପରେ ୨୦୧୭ରୁ ନିର୍ମାଣଧୀନ ଏହି କୋଠା ବିଏମସିର ନୂଆ କାର୍ଯ୍ୟାଳୟ । ହେଲେ ଖୋଦ୍ ବିଡିଏ ନିୟମକୁ ଏଠି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି ।
ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ ପାଇବେ ମେଡାଲ୍। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।ଏହି ତାଲିକାରେ ଓଡ଼ିଶାରୁ ୪ଜଣ ପୋଲିସ ଅଧିକାରୀ ଅଛନ୍ତି।