Advertisment

ବାରିପଦାରେ ନିିର୍ମାଣ ହେବ ରେଳ ମ୍ୟୁଜିୟମ

ନୂଆ ରୂପ ନେବ ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟ। ଭଙ୍ଗାଦଦରା ଭାବେ ଥିବା ମୟୂରଭଞ୍ଜ ରାଜତନ୍ତ୍ର ଅମଳର ରେଳ ଇଞ୍ଜିନ ଓ ଡବା ନୂଆ ରୂପ ନେବାକୁ ଯାଉଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟର ଏହି ରେଳ ଇଞ୍ଜିନ ଓ ରେଳ ଡବାର ପୁନରୁଦ୍ଧାର କରି ଏକ ନୂତନ ରେଳ ମ୍ୟୁଜିୟମ ନିର୍ମାଣ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବାରିପଦାରେ ନିିର୍ମାଣ ହେବ ରେଳ ମ୍ୟୁଜିୟମ

Railway museum in Baripada

ବାରିପଦା: ନୂଆ ରୂପ ନେବ ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟ। ଭଙ୍ଗାଦଦରା ଭାବେ ଥିବା ମୟୂରଭଞ୍ଜ ରାଜତନ୍ତ୍ର ଅମଳର ରେଳ ଇଞ୍ଜିନ ଓ ଡବା ନୂଆ ରୂପ ନେବାକୁ ଯାଉଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟର ଏହି ରେଳ ଇଞ୍ଜିନ ଓ ରେଳ ଡବାର ପୁନରୁଦ୍ଧାର କରି ଏକ ନୂତନ ରେଳ ମ୍ୟୁଜିୟମ ନିର୍ମାଣ ହେବ। ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଫଳରେ ଆଗାମୀ ପୀଢ଼ି ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟକୁ ଏଠାରେ ଦେଖିବା ସହ ଏହା ସମ୍ପର୍କରେ କିଛି ଶିକ୍ଷା ଲାଭ କରିପାରିବେ। 

Advertisment

ଆଇନଜୀବୀ ବିଭୁଦତ୍ତ ଦାଶଙ୍କ କହିବା ଅନୁଯାୟୀ, ‘ମୟୂରଭଞ୍ଜରେ ନିର୍ମାଣ ହେବାକୁ ଥିବା ରେଳ ମ୍ୟୁଜିୟମ ଏକ ଖୁସିର ଖବର। ମୟୂରଭଞ୍ଜ ପାଇଁ ଏହା ଗୌରବ ଅଧ୍ୟାୟ ସୃଷ୍ଟି କରିବ କହିଲେ ଅତ୍ୟୁକ୍ତି ହେବ ନାହିଁ।’ ସେହିପରି  DRUCC ସଦସ୍ୟ ହେମନ୍ତ ଶାହାଙ୍କ କହିବା ଅନୁଯାୟୀ, ମୟୂରଭଞ୍ଜର ପୁରୁଣା ଇତିହାସ ଓ ଗୌରବ ପ୍ରତିଷ୍ଠା ହେବାକୁ ଯାଉଛି। ପୁରୁଣା ବାଷ୍ପ ଇଞ୍ଜିନ ଓ ସେଟ୍‌ ଅପ୍‌କୁ ହେରିଟେଜ୍‌ ଲୁକ୍‌ ଦେଇ ଏହାର ପ୍ରତିଷ୍ଠା କରାଯିବ। ଯାହାକି ମୟୂରଭଞ୍ଜ ଏବଂ ଏହାର ଆଖପାଖ ଲୋକ ଏହାକୁ ପ୍ରଦର୍ଶନୀ ସ୍ଥଳୀ ଭାବେ ଦେଖି ପାରିବେ।

ଦକ୍ଷିଣ ପୂର୍ବ ରେଳବାଇ ଖଡକପୁର ୧ କୋଟି ୫୫ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ମ୍ୟୁଜିୟମ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛି। ନବକଳେବର ହେବାକୁ ଯାଉଥିବା ଏହି ଶତାୟୁ ରେଳ ଇଞ୍ଜିନ ପଛରେ ରହିଛି ଭାରତୀୟ ରେଳ ଇତିହାସର ଐତିହ ଓ ଗର୍ବ ଗୌରବର ଗାଥା। ଭାରତ ସ୍ୱାଧୀନତା ପୂର୍ବରୁ ୧୯୦୪ ମସିହାରେ ମୟୂରଭଞ୍ଜ ଜିଲ୍ଲାର ତତ୍ କାଳୀନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜରେ ରେଳପଥର ପ୍ରତିଷ୍ଠା କରିଥିଲେ। ଯାହାର ମୂକସାକ୍ଷୀ ହେଉଛି ମିଟର ଗେଜ୍‌ର ବାଷ୍ପ ଚାଳିତ ରେଳ ଇଞ୍ଜିନ ଓ ଡିଜେଲ୍ ଇଞ୍ଜିନ।  

Advertisment

ବ୍ରିଟିଶ ଲୋକ ୩ଟି ରେଳ ଇଞ୍ଜିନ ଓ ଡବାକୁ ଇଂଲଣ୍ଡରୁ ଆଣିଥିଲେ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ  ଆଉ ମୟୂରଭଞ୍ଜ ମାଟିରେ ପ୍ରଥମେ ରୂପସାରୁ ବାରିପଦା ଏବଂ ପରେ ବାଙ୍ଗିରିପୋଷିରୁ ତାଳବନ୍ଧ ଯାଏ  ରେଳ ଚଳାଚଳ ଆରମ୍ଭ  କରିଥିଲେ।  

Odisha Railway Museum In Baripada
Advertisment
Advertisment