Advertisment

ପୋଲିସ ଉପସ୍ଥିତିରେ ଆଜିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ

କେନ୍ଦ୍ରାପଡ଼ା ଭାରିଗଦା ଗଣ୍ଡଗୋଳ ପରେ ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷାରେ ଆଜିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି।ପ୍ରକଳ୍ପ କାମ ଆଗେଇ ନେବା ପାଇଁ ସେଠାରେ ୨୨ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।

author-image
Rajalaxmi Sahoo
ପୋଲିସ ଉପସ୍ଥିତିରେ ଆଜିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ

Kharasrota water project

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଭାରିଗଦା ଗଣ୍ଡଗୋଳ ପରେ ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷାରେ ଆଜିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ପ୍ରକଳ୍ପ କାମ ଆଗେଇ ନେବା ପାଇଁ ସେଠାରେ ୨୨ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।  ୧୦୦ ଜଣ ପୋଲିସ ଅଫିସର, ୧୨ ଜଣ  ପ୍ରାଶାସନିକ ଅଧିକାରୀ ସେଠାରେ ଅଛନ୍ତି। 

Advertisment

ଅନ୍ୟପକ୍ଷେ, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ ତଥା ପ୍ରକଳ୍ପ କାର୍ଯ୍ୟ ବନ୍ଦ ଦାବିରେ କାଲିଠାରୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଅନଶନ କରିବ ବୋଲି ଘୋଷଣା କରାଯାଇଛି।  ସଂଗଠନର ଆବାହକ ଦେବେନ୍ଦ୍ର ଶର୍ମା ଏହି ସୂଚନା ଦେଇଛନ୍ତି। ଗଣ୍ଡଗୋଳ ଘଟଣାରେ ହଜାରେରୁ ଅଧିକ ଲୋକଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ଠିକା ସଂସ୍ଥାର ସରଞ୍ଜାମ ନଷ୍ଟ ଓ ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ କମ୍ପାନୀ ଓ ପୋଲିସ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା।

ଭଦ୍ରକ ଜିଲ୍ଲାର ୪ଟି ବ୍ଲକକୁ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ରାପଡ଼ା ଭାରିଗଦାରେ ଏକ ମେଗା ପ୍ରକଳ୍ପ ହେଉଛି। ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି। ଗତ ୧୨ ତାରିଖ ଏହା ଉଗ୍ରରୂପ ଧାରଣା କରିଥିଲା ଓ ଲୋକମାନେ ବ୍ୟାପକ ଭଙ୍ଗା ରୁଜା କରିଥିଲେ। ଏହି ଘଟଣାରେ ପୋଲିସ ୨୪ ଜଣଙ୍କୁ ଗିରଫ କରିଛି। 

Advertisment

ସୂଚନା ଅନୁସାରେ, ରାଜକନିକା ଭାରିଗଦାରେ ୮୬୮ କୋଟି ଟଙ୍କା ବ୍ୟୟରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଏହା ଜରିଆରେ ଭଦ୍ରକ ଜିଲ୍ଲାର ୪ଟି ବ୍ଳକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡି ଏବଂ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ। ୨ବର୍ଷ ପୂର୍ବେ ଏଥିପାଇଁ ଟେଣ୍ଡର ସରିଛି। ତେବେ ପ୍ରକଳ୍ପ ଆରମ୍ଭରୁ ବିକ୍ଷୋଭ, ଧାରଣା ଓ ମାନବ ଶୃଙ୍ଖଳ କରି ବିରୋଧ କରି ଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ସମିତିର ଅଭିଯୋଗ, ପ୍ରକଳ୍ପ ହେଲେ ଏଠି ନଦୀ ଶୁଖିଯିବ, ଲୁଣା ମାଡ଼ି ଚାଷ ଉଜୁଡ଼ିଯିବ ଓ ଖରାଦିନେ ଉତ୍କଟ ପାନୀୟ ଜଳ ସଙ୍କଟ ଉପୁଜିବ। ଯାହାକୁ ନେଇ ସ୍ଥାନୀୟ ଲୋକ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଛନ୍ତି।

Kharasrota River Kendrapara Rajkanika Mega Drinking Water Project
Advertisment
Advertisment