Advertisment

ତାଲିବାନ୍ କବ୍‌ଜାରେ କାନ୍ଦାହାର, ହେରାଡ

ଏବେ ସୁଦ୍ଧା ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି।

author-image
Chandan Shishu
ତାଲିବାନ୍ କବ୍‌ଜାରେ କାନ୍ଦାହାର, ହେରାଡ

Taliban Militants

କାବୁଲ: କାନ୍ଦାହାର ଓ ହେରାଡଙ୍କୁ ମିଶାଇ ଆଫଗାନିସ୍ତାନର ଆଉ ୪ ନୂଆ ସହର କବଜାକୁ ନେଲା ତାଲିବାନ୍। ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୮ଟିକୁ ଉଗ୍ରବାଦି ଅଧିନସ୍ଥ କରି ସାରିଲେଣି। ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ କାବୁଲରୁ ମାତ୍ର ୯୦ କିଲୋମିଟର ଦୂରରେ ବିଦ୍ରୋହୀ ଥିବାବେଳେ ପ୍ରଛନ୍ନ ଭାବେ ସହାୟତା କରୁଛି ପାକିସ୍ତାନ। ଖବର ସରବରାହ ସଂସ୍ଥା AFP ଅନୁସାରେ ଗତକାଲି ହେରାତ ସହରକୁ ଦଖଲ କରିନେଇଥିଲା ତାଲିବାନ୍। ପୂର୍ବରୁ ଗଜନୀ ସହରକୁ କବଜାକୁ ନେବା ପରେ ଏବେ ରାଜଧାନୀ କାବୁଲ୍ ଅଭିମୁଖେ ତାଲିବାନ ଅଗ୍ରସର ହୋଇଛି।

Advertisment

ଏବେ ସୁଦ୍ଧା ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି।

ରାଜଧାନୀକୁ ଯୋଡ଼ୁଥିବା ପ୍ରମୁଖ ସଡ଼କପଥ କାବୁଲ-କାନ୍ଦାହାର୍ ହାଇେଓ୍ୱ ବି ତାଲିବାନ ହାତକୁ ଯାଇସାରିଛି। ସେପଟେ ଆଫଗାନିସ୍ତାନରେ ସ୍ଥିତି ନେଇ ଭାରତ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରି ଆସିବାକୁ ନୂଆଦିଲ୍ଲୀ ଅପିଲ କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଥିବା ଆମେରିକୀୟ ସୈନ୍ୟଙ୍କୁ ଉଦ୍ଧାର ପାଇଁ ପେଣ୍ଟାଗନ ପକ୍ଷରୁ ୩ ହଜାର ସୈନ୍ୟ ପଠାଯାଇଥିବା ଜଣାପଡ଼ିଛି। 

Advertisment
Afghanistan Taliban Militants Kabul International News
Advertisment
Advertisment