Advertisment

ଭାରିଗଦାରେ ଚାପା ଉତ୍ତେଜନା, ରାତି ଅଧରେ ୨୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ପୋଲିସ୍‌

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ରାପଡ଼ା ଭାରିଗଦାରେ ଚାପା ଉତ୍ତେଜନା ଲାଗି ରହିଛି। ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗତକାଲି ପ୍ରକଳ୍ପ ସ୍ଥାନରେ ଲୋକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଯେଉଁମାନେ ଭଙ୍ଗାରୁଜାରେ ସାମିଲ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଭାରିଗଦାରେ ଚାପା ଉତ୍ତେଜନା, ରାତି ଅଧରେ ୨୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ପୋଲିସ୍‌

Protest against mega drinking water

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଭାରିଗଦା ଭଙ୍ଗାରୁଜା ଘଟଣାରେ ୨୪ ଜଣଙ୍କୁ ଗିରଫ କରିଛି ପୋଲିସ୍‌।  ନିଜେ କେନ୍ଦ୍ରାପଡ଼ା ଏସ୍‌ପି ଏହି ସୂଚନା ଦେଇଛନ୍ତି। ପୋଲିସ ଉପସ୍ଥିତିରେ ତିିନି ଚାରି ଦିନ ଭିତରେ ପୁଣି ପ୍ରକଳ୍ପ କାମ ହେବ ବୋଲି ସେ ସୂଚନା ଦେଇଛନ୍ତି। ଗତକାଲି ଭାରିଗଦାରେ ଥିବା ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ହଙ୍ଗାମା କରିଥିଲେ।  ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ଏହାପରେ ରାତିରେ କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ବାରମ୍ବାର ବୈଠକ କରିଥିଲେ। ପରେ ଆଳି ଓ ରାଜକନିକା ବ୍ଲକର ବିଭିନ୍ନ ଗାଁରେ ପଶି ଅନେକ ଲୋକଙ୍କୁ ପୋଲିସ ଉଠାଇ ନେଇଥିବାର ସୂଚନା ମିଳିଥିଲା। 

Advertisment

ଘଟଣାକୁ ନେଇ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଉପଦେଷ୍ଟା ଦେବେନ୍ଦ୍ର ଶର୍ମା କହିଛନ୍ତି, ପୋଲିସ ଦମନଲୀଳା ଚଳାଇଛି। ରାତି ଅଧରେ ପୋଲିସ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରିଛି। ଆଳି ଓ ରାଜକନିକା ଅଞ୍ଚଳରୁ ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କରାଯାଇଛି। ଯେଉଁମାନେ ଆନ୍ଦୋଳନ ସ୍ଥଳକୁ ଯାଇ ନ ଥିଲେ ସେମାନଙ୍କୁ ପୋଲିସ୍‌ ଉଠାଇ ନେଇଛି। ପୋଲିସ ଜୁଲମ ବନ୍ଦ ନ କଲେ ନୂଆ ପ୍ରକାରର ଆନ୍ଦୋଳନ ହେବ।

Advertisment

ଖରସ୍ରୋତା ସଂଗ୍ରାମ ସମିତିର କର୍ମକର୍ତ୍ତା କହିଛନ୍ତି, ଯେ ପର୍ଯ୍ୟନ୍ତ ବ୍ୟାରେଜ ନିର୍ମାଣ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ନ ଆସିଛି, ସେତେବେଳେ ପର୍ଯ୍ୟନ୍ତ ଭାରିଗଦା ପ୍ରକଳ୍ପ କାମ କରାଇ ଦିଆଯିବ ନାହିଁ। ପରିସ୍ଥିତି ଅଶାନ୍ତ ଥିବାରୁ ପ୍ରକଳ୍ପ ସ୍ଥଳରେ ୧୬ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷେ, ମେଗା ପାନୀୟ ଜଳ ପ୍ରକଳ୍ପର ଠିକା ନେଇଥିବା କମ୍ପାନୀର ମ୍ୟାନେଜରଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ଆକଳନ ଅନୁସାରେ ତାଙ୍କର ୩୦ରୁ ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ସୂଚନା ଅନୁସାରେ, ରାଜକନିକା ଭାରିଗଦାରେ ୮୬୮ କୋଟି ଟଙ୍କା ବ୍ୟୟରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଏହା ଜରିଆରେ ଭଦ୍ରକ ଜିଲ୍ଲାର ୪ଟି ବ୍ଳକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡି ଏବଂ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ। ୨ବର୍ଷ ପୂର୍ବେ ଏଥିପାଇଁ ଟେଣ୍ଡର ସରିଛି। ତେବେ ପ୍ରକଳ୍ପ ଆରମ୍ଭରୁ ବିକ୍ଷୋଭ, ଧାରଣା ଓ ମାନବ ଶୃଙ୍ଖଳ କରି ବିରୋଧ କରି ଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ସମିତିର ଅଭିଯୋଗ, ପ୍ରକଳ୍ପ ହେଲେ ଏଠି ନଦୀ ଶୁଖିଯିବ, ଲୁଣା ମାଡ଼ି ଚାଷ ଉଜୁଡ଼ିଯିବ ଓ ଖରାଦିନେ ଉତ୍କଟ ପାନୀୟ ଜଳ ସଙ୍କଟ ଉପୁଜିବ। ଯାହାକୁ ନେଇ ସ୍ଥାନୀୟ ଲୋକ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଛନ୍ତି।

Odisha Kendrapara Kharasrota River Mega Drinking Water Project Rajkanika
Advertisment
Advertisment