Independence day rehearsal
ଭୁବନେଶ୍ୱର: ଦିନକ ପରେ ସାରା ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ। କରୋନାର କଟକଣାକୁ ଦୃଷ୍ଟିରେ ରଖି ପଲ୍ଲୀରୁ ଦିଲ୍ଲୀ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି। ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହୋଇଥିଲା ଫୁଲ୍ ଡ୍ରେସ ରିହରସେଲ। କରୋନା ପାଇଁ ଏଥର କେବଳ ପୋଲିସ ବିଭାଗ ହିଁ ପରେଡରେ ଭାଗ ନେବ। କୌଣସି ସ୍କୁଲ ଛାତ୍ରଛାତ୍ରୀ କିମ୍ବା ଅନୁଷ୍ଠାନକୁ ସାମିଲ କରାଯାଇନି ଏହି ରାଜ୍ୟସ୍ତରୀୟ ପରେଡରେ। ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯିବ।
ସେହିପରି କଟକ ବାରବାଟୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ସରିଛି। ପୂର୍ବବର୍ଷ ଭଳି ଏ ବର୍ଷ ବି କରୋନା କଟକଣାରେ ଉତ୍ସବ ପାଳନ ହେବ। ଓଡ଼ିଶା ପୋଲିସ ଓ କମିଶନରେଟ ପୋଲିସର ଗୋଟିଏ ଲେଖାଏଁ ଗ୍ରୁପ ପରେଡ଼ରେ ଅଂଶଗ୍ରହଣ କରିବେ। ଆଜି କଟକ ଡିସିପି ପ୍ରତୀକ ସିଂହ ପରେଡ୍ ରିହରସେଲର ସମୀକ୍ଷା କରିଛନ୍ତି। କେବଳ ନିମନ୍ତ୍ରିତ ଅତିଥି ଓ ପୁରସ୍କାର ଗ୍ରହଣ କରିବାକୁ ଥିବା ବ୍ୟକ୍ତିଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)