Advertisment

ଧିରେ ଧିରେ ଘନେଇବାରେ ଲାଗିଛି ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ଗିରଫଦାରୀ ପ୍ରତିବାଦରେ ଏବଂ ପ୍ରସ୍ତାବିତ ପ୍ରକଳ୍ପ କାମ ବନ୍ଦ ସହ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର ଦାବିରେ ଆଜି ଧାରଣା ଦେଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି।

author-image
Rajalaxmi Sahoo
ଧିରେ ଧିରେ ଘନେଇବାରେ ଲାଗିଛି ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ

kharasrota water project

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ଗିରଫଦାରୀ ପ୍ରତିବାଦରେ ଏବଂ ପ୍ରସ୍ତାବିତ ପ୍ରକଳ୍ପ କାମ ବନ୍ଦ ସହ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର ଦାବିରେ ଆଜି ଧାରଣା ଦେଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। କଟକ-ଚାନ୍ଦବାଲି ରାସ୍ତାର ଅଚ୍ୟୁତପୁର ଛକରେ ଶତାଧିକ ସଂଗ୍ରାମ ସମିତି ଧାରଣା ଦେଇଛନ୍ତି।

Advertisment

ଖରସ୍ରୋତା ନଦୀର ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ଏବଂ ପ୍ରକଳ୍ପ କାମ ବନ୍ଦ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି। ତେବେ ଧାରଣାକୁ ଯିବା ଆଗରୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିକୁ ଭେଟିଥିଲା କଂଗ୍ରେସ ଓ ବିଜେପିର ପ୍ରତିନିଧି ଦଳ। ସେମାନେ ସମିତିର କାର୍ଯ୍ୟକର୍ତ୍ତାଙ୍କ ସହ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଗତକାଲି ଆଲୋଚନା କରିଥିଲେ। ପରେ ମନେଇଢି଼ଅ ଗାଁକୁ ଯାଇ ପୋଲିସ ଜୁଲମର ଶିକାର ହୋଇଥିବା ଆନ୍ଦୋଳନକାରୀଙ୍କୁ ଭେଟିଲେ ପ୍ରତିନିଧି ଦଳର ସଦସ୍ୟ।

କଂଗ୍ରେସ ପ୍ରତିନିଧି ଦଳରେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, କ୍ଷୀରୋଦ ରାଉତ ପ୍ରମୁଖ ରାଜକନିକା ଗସ୍ତ କରିଥିଲେ। ସେହିପରି କେନ୍ଦ୍ରାପଡ଼ା ବିଜେପିର ଜିଲ୍ଲା ସଭାପତି କିଶୋର ପଣ୍ଡା, ଶଶାଙ୍କ ଶେଖର ସେଠି, ପ୍ରିୟଦର୍ଶିନୀ ନନ୍ଦ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Advertisment

କେନ୍ଦ୍ରାପଡ଼ା ଭାରିଗଦା ଗଣ୍ଡଗୋଳ ପରେ ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷାରେ ଗତକାଲିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି।ଭଦ୍ରକ ଜିଲ୍ଲାର ୪ଟି ବ୍ଲକକୁ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ରାପଡ଼ା ଭାରିଗଦାରେ ଏକ ମେଗା ପ୍ରକଳ୍ପ ହେଉଛି। ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି। ଗତ ୧୨ ତାରିଖ ଏହା ଉଗ୍ରରୂପ ଧାରଣା କରିଥିଲା ଓ ଲୋକମାନେ ବ୍ୟାପକ ଭଙ୍ଗା ରୁଜା କରିଥିଲେ। ଏହି ଘଟଣାରେ ପୋଲିସ ୨୪ ଜଣଙ୍କୁ ଗିରଫ କରିଛି। 

Odisha Rajkanika Mega Drinking Water Project Kharasrota River
Advertisment
Advertisment