/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628756627.jpg)
4 Cops From Odisha Get Medal
- ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ ପାଇବେ ମେଡାଲ୍
- ଓଡ଼ିଶାରୁ ୪ଜଣ ପୋଲିସ ଅଧିକାରୀ ପାଇବେ ମେଡାଲ୍
- ୨୮ ମହିଳା ପୋଲିସ କର୍ମୀଙ୍କୁ ମେଡାଲ୍ ମିଳିବ
Advertisment
ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ ପାଇବେ ମେଡାଲ୍। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।ଏହି ତାଲିକାରେ ଓଡ଼ିଶାରୁ ୪ ଜଣ ପୋଲିସ ଅଧିକାରୀ ଅଛନ୍ତି। ସେମାନେ ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଓ ଦେବେନ୍ଦ୍ର ବିଶ୍ୱାଳ, ଏସ୍ଆଇ ତୃପ୍ତି ରଞ୍ଜନ ନାୟକ ଓ ଶ୍ରୀକାନ୍ତ ସାହୁ।
୧୫୨ ଜଣଙ୍କ ମଧ୍ୟରୁ ସିବିଆଇରୁ ସର୍ବାଧିକ ୧୫ ଜଣ ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ପୋଲିସରୁ ୧୧ ଜଣ ଲେଖାଏ ପାଇବେ ମେଡାଲ। ଉତ୍ତର ପ୍ରଦେଶରୁ ୧୦ ଜଣ, କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏ ମେଡାଲ ପାଇବେ। ସେହିପରି ତାମିଲନାଡୁରୁ ୮ ଜଣ, ବିହାରରୁ ୭ ଜଣ ଲେଖାଏ ପୋଲିସ ଅଧିକାରୀଙ୍କୁ ମେଡାଲ ମିଳିବ।
Advertisment
ଗୁଜରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀ ପୋଲିସରୁ ୬ ଜଣ ଲେଖାଏ ମେଡାଲ୍ ପାଇବା ପାଇଁ ମନୋନୀତି ହୋଇଛନ୍ତି। ମୋଟ୍ ୧୫୨ ପୋଲିସ ମେଡାଲ୍ ମଧ୍ୟରୁ ୨୮ ମହିଳା ପୋଲିସ କର୍ମୀଙ୍କୁ ମେଡାଲ୍ ମିଳିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)