Advertisment

ଜମି ଓଡ଼ିଶାର, କୃଷି ଋଣ ଦେବାକୁ ବାହାରିଲେଣି ଆନ୍ଧ୍ର ସରକାର

ଅଣସର୍ଭେ ଇଲାକା କୁହାଯାଉଥିବା କୋଟିଆ ଗ୍ରାମପୁଞ୍ଜରେ ୨୦୦୮ରେ ଜଙ୍ଗଲ ଜମି ଆଇନ ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ଘର ଏବଂ ଚାଷ ଜମି ପାଇଁ ପଟ୍ଟା। ତାମଧ୍ୟରେ ଥିଲେ ଦୀର୍ଘ ବର୍ଷ ଧରି ଏଠି ବସବାସ କରୁଥିବା ଆନ୍ଧ୍ରର ଦୋରା ସଂପ୍ରଦାୟର ଆଦିବାସୀ। ତେବେ ତାଡ଼ିବାଲସାରେ ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡ଼ା, କୌଣସି ପଟ୍ଟା ଖଣ୍ଡେ ଦେଇପାରିନାହାନ୍ତି ଓଡ଼ିଶା ସରକାର।

author-image
Chandan Shishu
ଜମି ଓଡ଼ିଶାର, କୃଷି ଋଣ ଦେବାକୁ ବାହାରିଲେଣି ଆନ୍ଧ୍ର ସରକାର

Kotia

ଜୟପୁର: ଓଡ଼ିଶା ମାନଚିତ୍ରରୁ କୋଟିଆର ଚିହ୍ନ ବର୍ଣ୍ଣ ଲିଭେଇ ଦେବାକୁ ଷଡ଼ଯନ୍ତ୍ର ରଚିଥିବା ପଡୋଶୀ ଆନ୍ଧ୍ର ଆଉ ବୋଲ ମାନୁନି। ଓଡ଼ଇା ହଟାଇ ତେଲୁଗୁ ଫଳକ ମାରିବାକୁ ଯୋଜନା କରୁଥିବା ଜଗନ୍ ସରକାର ଖେଳିଛନ୍ତି ଆଉ ଏକ ଚାଲ୍। କୋଟିଆ ଓଡ଼ିଆଙ୍କ ମନ ଜିଣିବା ପାଇଁ ଚାଉଳ, କମ୍ବଳ, ବାର୍ଦ୍ଧକ୍ୟ ଭତ୍ତା, ମାଗଣା ସ୍ବାସ୍ଥ୍ୟସେବା, ଶିକ୍ଷାଦାନ ଆଦିର ଥୋପ ପକାଇଥିବା ଆନ୍ଧ୍ର ଏବେ କୃଷିଋଣ ଦେବାକୁ ତିଆରି କରିଛି ମାଷ୍ଟରପ୍ଲାନ୍। ତାପୁଣି ପୂର୍ବରୁ ନିଜେ ଦେଇଥିବା ଜଙ୍ଗଲ ଜମି ପଟ୍ଟା ଆଧାରରେ। ଆଉ ଏହି ଋଣର ଲୋଭରେ ଆନ୍ଧ୍ର ଧାଉଁଛନ୍ତି କୋଟିଆ ଆଦିବାସୀ।

Advertisment

ଏମାନେ ସମସ୍ତେ ହେଉଛନ୍ତି କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲସା, ତାଡ଼ିବାଲସା ଏବଂ ଉପରସେମ୍ବି ବାସିନ୍ଦା। ଜମି ପଟ୍ଟା ଉପରେ କୃଷିଋଣ ଦିଆଯିବ ବୋଲି ଡକରା ପାଇବା ପରେ ପଡୋଶୀ ଆନ୍ଧ୍ରର ସାଲୁର ମଣ୍ଡଳ ଅନ୍ତର୍ଗତ ଦଣ୍ଡିଗାମ୍‌କୁ ଯାଇଥିଲେ ପ୍ରାୟ ୩୦ ଜଣ। ଆଉ ସେଠାକାର ପଞ୍ଚାୟତ ଅଫିସରେ ଦାଖଲ କରିଛନ୍ତି ଜମି ପଟ୍ଟା। ଏହାର ଯାଞ୍ଚ ପରେ ହିତାଧିକାରୀ ଚୟନ କରି ଆନ୍ଧ୍ର ପକ୍ଷରୁ କୃଷିଋଣ ଦିଆଯିବ ବୋଲି କୁହାଯାଉଛି। 

ଅଣସର୍ଭେ ଇଲାକା କୁହାଯାଉଥିବା କୋଟିଆ ଗ୍ରାମପୁଞ୍ଜରେ ୨୦୦୮ରେ ଜଙ୍ଗଲ ଜମି ଆଇନ ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ଘର ଏବଂ ଚାଷ ଜମି ପାଇଁ ପଟ୍ଟା। ତାମଧ୍ୟରେ ଥିଲେ ଦୀର୍ଘ ବର୍ଷ ଧରି ଏଠି ବସବାସ କରୁଥିବା ଆନ୍ଧ୍ରର ଦୋରା ସଂପ୍ରଦାୟର ଆଦିବାସୀ। ତେବେ ତାଡ଼ିବାଲସାରେ ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡ଼ା, କୌଣସି ପଟ୍ଟା ଖଣ୍ଡେ ଦେଇପାରିନାହାନ୍ତି ଓଡ଼ିଶା ସରକାର। କେବଳ ତାଡ଼ିବାଲସା ନୁହେଁ, ଏକାଧିକ ଗାଁର ଆଦିବାସୀ ସଂପ୍ରଦାୟ ପକ୍ଷରୁ ପଟ୍ଟା ପାଇଁ ଦାବି ବି କରାଯାଇଛି। କିନ୍ତୁ ଓଡ଼ିଶା ସରକାର ନଶୁଣିବାରୁ ଗତ ଜୁଲାଇରେ ଆନ୍ଧ୍ର ପଶିଆସି ୨୫୬ ଜଣଙ୍କୁ ବାଣ୍ଟିଛି ଜଙ୍ଗଲ ଜମି ପଟ୍ଟା। ଆଉ ସେହି ପଟ୍ଟା ଆଧାରରେ ଏବେ କୃଷିଋଣ ଦେବାକୁ ବଛାଯାଉଛି। କୋଟିଆବାସୀଙ୍କ ମନ ଜିଣିବାକୁ ଆନ୍ଧ୍ରର ଏହି କୃଷିଋଣ ଚାଲ୍ ପାଇଁ ଓଡ଼ିଶା ସରକାରଙ୍କୁ ବିଜେପି ଦାୟୀ କରିଥିବାବେଳେ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେଡି କହିଛି।

Advertisment

ରିପୋର୍ଟ: ଟି.ଗୌରୀଶଙ୍କର

Odisha News Odisha Government Andhra Cm Kotia Issue
Advertisment
Advertisment