ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରରେ ଛାତ୍ରୀ ମାନଙ୍କୁ ମିଳିବ ମାଗଣା ସାନିଟାରୀ ନାପ୍କିନ୍ । ଏହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର "ଖୁସି' ଯୋଜନା ଜରିଆରେ ଛାତ୍ରୀ ମାନଙ୍କୁ ମାଗଣାରେ ସାନିଟାରୀ ନାପ୍କିନ୍ ବଣ୍ଟନ କରାଗଲା ।
ପାଞ୍ଚ ମାସ ତଳେ ସ୍ୱାମୀଙ୍କ ଅକାଳ ବିଯୋଗ ପରେ ଆଠଟି ସନ୍ତାନଙ୍କ ଦାୟିତ୍ୱ ଲକ୍ଷ୍ମୀଙ୍କ ମୁଣ୍ଡ ଉପରେ । ୨୩ ବର୍ଷର ବଡ଼ ପୁଅ ଧର୍ମେନ୍ଦ୍ର ଜନ୍ମରୁ ଭିନ୍ନକ୍ଷମ । ସେହିପରି ଧର୍ମେନ୍ଦ୍ରଙ୍କ ଦୁଇ ଭାଇ ସୁଭମ ଓ ସନିଆ ମଧ୍ୟ ଭିନ୍ନକ୍ଷମ । ଚାରି ଝିଅ ଏବଂ ଚାରି ପୁଅକୁ ନେଇ ଲଷ୍ମୀଙ୍କ ପରିବାର । ପେଟର ଭୋକ ଠାରୁ ବଳି ପଡ଼ୁଛି ମୁଣ୍ଡ ଗୁଞ୍ଜିବାର ଚିନ୍ତା
ଡାକ୍ତର ନୁହଁନ୍ତି, ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡ଼ିଓଟି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୋଲି କୁହାଯାଉଛି।
ପାରାଦୀପ ସମୁଦ୍ର ଉପକୂଳରେ ବୁଡ଼ି ଯାଇଥିବା ବ୍ଲାକ୍ ରୋଜ୍ ଜାହାଜକୁ ପୁରିଲା ୧୨ ବର୍ଷ। ୨୦୦୯ ମସିହା ସେପ୍ଟେମ୍ବର ୯ରେ ଲୁହାପଥର ବୋଝେଇ ଜାହାଜ ଏମଭି ବ୍ଲାକ୍ ରୋଜ୍ ପାରାଦୀପ ଉପକୂଳରେ ବୁଡ଼ି ଯାଇଥିଲା।
ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ତତ୍ପର ହୋଇପଡ଼ିଛି ପ୍ରଶାସନ। ବଞ୍ଚିଥିବାବେଳେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଥିଲେ ନିଜେ ଦୁଷ୍ମନ୍ତ ଓ ତାଙ୍କ ପରିବାର। ହେଲେ ଏବେ ପରିବାରକୁ ଛୁଟୁଛି ସହାୟତାର ସୁଅ।
ବିଧାନସଭା ଆଗରେ ହାତକାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ: ତରବରିଆ ଭାବେ ରାତି ଅଧରେ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଗଲା। ପୋଲିସ ଏସ୍କର୍ଟରେ ଶବକୁ ଗାଁକୁ ପଠାଇ ଦିଆଗଲା। ହେଲେ ଏତେ ତରବର ପ୍ରଶାସନ କାହିଁକି ?
ଅଭିଯୋଗ କଲେ, ଜୀବନ ହାରିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୋଲି ସୂଚନା ମିଳିଛି।
ବିଦ୍ୟୁତ୍ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ। ଏପ୍ରିଲରେ ହୋଇଥିବା ଦର ବଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ
ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ଯୁବକ-ଯୁବତୀ ଚଳନ୍ତା ବାଇକରେ କରୁଥିଲେ ପ୍ରେମ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓ ଭୋପାଲର ଜଣାଶୁଣା ସହର ଭିଆଇପି ରୋଡର। ଏହି ଭିଡିଓରେ ଜଣେ ଯୁବତୀ ବାଇକର ଟାଙ୍କି ଉପରେ ବସିଥିବା ବେଳେ ବାଇକ୍ ଚଲଉଥିବା ଯୁବକ ଆଡକୁ ମୁହଁ କରିଛି।
ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲାର କପାଳେଶ୍ୱର ପଂଚାୟତ । ଏଠାକାର ପରିବେଶ ଦେଖିଲେ ଆପଣ ବି ଚକିତ ହୋଇଯିବେ। ଗ୍ରାମୀଣ ପରିବେଶରେ ସହରୀ ଷ୍ଟାଇଲରେ ନିର୍ମାଣ ହୋଇଛି ଆଦର୍ଶ ପୋଖରୀ ଓ ପାର୍କ। ଯାହାର ସୌନ୍ଦର୍ଯ୍ୟକରଣ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ବେଶ ଭିଡ଼ ଜମୁଛି
ଆଇପିଏସ୍ ଏନ୍.ବି. ଭାରତୀ ନିଖୋଜ ପ୍ରସଙ୍ଗରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖବର କାଗଜରେ ଦିଆଗଲା ପବ୍ଲିକ ନୋଟିସ । ଆସନ୍ତା ଅକ୍ଟୋବର ୨୯ ତାରିଖ ଦିନ ୧୧ଟା ସମୟରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି ।
ଯାହାକୁ ଡରୁଥିଲେ ତାହା ହିଁ ଘଟିଲା। ବିଧାନସଭା ଆରମ୍ଭରୁ ପୋଲିସ ଓ ପ୍ରଶାସନକୁ ଘାରିଥିଲା ଆତ୍ମହତ୍ୟା ଉଦ୍ୟମ ଭୟ। କଡାକଡି ହୋଇଥିଲା କଟକଣା। ତଥାପି ଘଟିଲା। ବିଧାନସଭା ନିକଟରେ ପୁଣି ଅତ୍ମହତ୍ୟା ଉଦ୍ୟମ ହୋଇଛି।
ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା କେତେ ରହିବ, ସେ ନେଇ କୌଣସି ନିଷ୍ପତ୍ତି ଆଜି ନିଆଯାଇ ପାରିଲା ନାହିଁ । ପୁଣି ୨ ଦିନ ସମୟ ନେଇଛନ୍ତି ରାଜ୍ୟ ସରକାର।
କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଲାପଟୁଆଁ-ବରାହିପୁର ଗାଁ । ପିଢ଼ି ପରେ ପିଢ଼ି ଏଠାରେ ସୁରକ୍ଷିତ ଜୀବନ ବିତାଉଛନ୍ତି ବାଦୁଡିମାନେ। ଗାଁର ଅନେକ ଗଛରେ ସେମାନେ ନିର୍ଭୟରେ ରୁହନ୍ତି । ଗାଁ ଲୋକଙ୍କ ବିଶ୍ଵାସ ଅନୁସାରେ ଗାଁରେ ବାଦୁଡ଼ିମାନେ ରହିବା ଦିନଠୁ ଗାଁ ଲୋକଙ୍କ ଉପରେ କାହାର କୁଦୃଷ୍ଟି ପଡୁନି ।
ଏମାନେ ଏକପ୍ରକାର ସ୍ୱତନ୍ତ୍ର ଧରଣର ମଇଁଷି। ଯେମିତି ଶକ୍ତିଶାଳୀ, ସେମିତି କାମିକା। ପାହାଡ଼ିଆ ଅଞ୍ଚଳରେ ଅଧିକ କାମ କରିପାରନ୍ତି। ଏମାନେ ହେଉଛନ୍ତି ମନ୍ଦା ମଇଁଷି। ଏମାନଙ୍କୁ ମିଳିଲା ଜାତୀୟ ମାନ୍ୟତା।
କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସେ ଆସୋସିଏଟ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ। ଆଇଏମଏ କଟକ ଶାଖାର ଆଜୀବନ ସଦସ୍ୟ ଥିଲେ ଡାକ୍ତର ପଣ୍ଡା। ତାଙ୍କ ପରଲୋକ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଵୋଲି ଆଇଏମଏ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।
ଏହି କଟକଣା ପ୍ରତିବାଦରେ କଟକରେ ଆସନ୍ତା ୧୩ ତାରିଖ ଦିନ ବନ୍ଦ ଡାକରା ଦେଇଛି ବିଜେପି। ସେହିପରି ନିୟମର ପୁନର୍ବିଚାର ପାଇଁ ରାଜଧାନୀରେ ବି ବିଭିନ୍ନ ପୂଜା କମିଟି ଦାବି କଲେଣି। ଏମିତିକି ଆଜି କେତେକ ପୂଜା କମିଟିର ସଦସ୍ୟ ପୋଲିସ କମିଶନରଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି। ନିୟମ ପରିବର୍ତ୍ତନ ନହେଲେ ସେମାନେ ମଧ୍ୟ ଭୁବନେଶ୍ୱର ବନ୍ଦ ଡାକରା ପାଇଁ ପ୍ରସ୍ତୁତ ହେଉଥିବା ଭସାଣ କମିଟି ପକ୍ଷରୁ କୁହାଯାଇଛି।
କଙ୍କଡା ଧର, ୫ ହଜାର ନିଅ। କଙ୍କଡ଼ା ଧରିବା ପାଇଁ ଏଭଳି ଅଭିନବ ପ୍ରତିଯୋଗିତା ଦେଖିବାକୁ ମିଳିଛି ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ଧାରୀ ଗାଁରେ। ଏଥିରେ ୩୫ ଜଣ ପ୍ରତିଯୋଗୀ ଭାଗ ନେଇ ନିକଟସ୍ଥ ନାଳରୁ କଙ୍କଡ଼ା ଧରିଥିଲେ। ଅଧିକ କଙ୍କଡ଼ା ଧରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟବସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଏବେ ରାଜ୍ୟ ସରକାର ମ୍ୟୁନ୍ସିପାଲ ଆଇନ ସଂଶୋଧନ କରିବା ପରେ ନିର୍ବାଚନର ବାଟ ଫିଟିଛି, କିନ୍ତୁ ବିରୋଧୀଙ୍କ ପ୍ରଶ୍ନ ହେଲା, ସରକାର ତ ଆଗରୁ ହିଁ ଆଇନରେ ସଂଶୋଧନ କରି ନିର୍ବାଚନ କରାଇ ପାରିଥାନ୍ତେ। ଏତେ ଦିନ ଧରି ତାହା କାହିଁକି କରୁନଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ମାୟା ସଭ୍ୟତା ବିଷୟରେ ଆପଣମାନେ ନିଶ୍ଚିତ ଅଳ୍ପ ବହୁତେ ଜାଣିଥିବେ। ଏହି ରହସ୍ୟମୟ ସଭ୍ୟତାକୁ ନେଇ ଦେଶ ଦୁନିଆରେ ଅନେକ ଦାବି ରହିଛି। ଅନେକ ଲୋକ କୁହନ୍ତି ଯେ ମାୟା ସଭ୍ୟତାର ସଂପର୍କ ଏଲିୟନ୍ସ ସହିତ ଥିଲା। ତେବେ ଏହି କଥା କେତେ ସତ ଓ କେତେ ଗୁଜବ ସେ ବିଷୟରେ ଜାଣିବା।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। କିନ୍ତୁ ସବୁଠୁ ଚିନ୍ତା ବଢାଇଛି ପାଣିପାଗ ବିଭାଗର ପୂର୍ବାନୁମାନ। ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ସତରେ କ’ଣ ଆତ୍ମା ଅଛି? ଭୂତ-ପ୍ରେତ କ’ଣ ସତରେ ଅଛନ୍ତି? ଏହି ପ୍ରଶ୍ନର ଠୋସ୍ ଉତ୍ତର ଆଜିଯାଏ ମିଳିନି। କିନ୍ତୁ ଧର୍ମ କୁହେ ଯେ ଆତ୍ମା ଅଛି। ଏହାର ଅସ୍ତିତ୍ୱ କେବଳ ଆମ ଭିତରେ ହିଁ ବିଦ୍ୟମାନ। କିନ୍ତୁ ଧର୍ମର ଏହି ଦାବିକୁ ବିଜ୍ଞାନ ସ୍ୱୀକାର କରୁନି। ବିଜ୍ଞାନର କହିବା କଥା ଆଜିଯାଏ ଏହି ରହସ୍ୟର କୌଣସି ବୈଜ୍ଞାନିକ ପ୍ରମାଣ ମିଳିପାରିନି। ଏନେଇ ଏହାର ଅସ୍ଥିତ୍ୱକୁ ସ୍ୱୀକାର କରାଯାଇ ପାରିବ ନାହିଁ। ଶତାବ୍ଦୀର ସବୁଠାରୁ ଲୋକପ୍ରିୟ ବୈଜ୍ଞାନିକ ଆଲ୍ବର୍ଟ ଆଇନ୍ଷ୍ଟାଇନଙ୍କୁ ଯେତେବେଳେ ଭୂତ୍-ପ୍ରେତ ବିଷୟରେ ପଚରା ଯାଇଥିଲା, ସେ କହିଥିଲେ ଯେ ଉର୍ଜା ଏହି ବ୍ରହ୍ମାଣ୍ଡରୁ ନଷ୍ଟ ହୋଇ ନ ଥାଏ।
ଆଗକୁ ଆସୁଛି ବିଘ୍ନ ବିନାଶକଙ୍କ ପୂଜା। କରୋନା କଟକଣା ମଧ୍ୟରେ ଏଥର ପୂଜା ପାଇଁ ପୂର୍ବ ଭଳି ଉତ୍ସାହ ନାହିଁ । ଗତବର୍ଷ ବି କଟକଣା ପାଇଁ ପାର୍ବଣରେ ମୂର୍ତ୍ତି ବ୍ୟବସାୟ ମାନ୍ଦା ଥିଲା ଓ ଚଳିତବର୍ଷ ମଧ୍ୟ ବ୍ୟବସାୟକୁ ନେଇ ସନ୍ଦିହାନ ମୂର୍ତ୍ତି କାରିଗର । ସେପଟେ ମାଟି ମୂର୍ତ୍ତି ସ୍ଥାନରେ ଆନ୍ଧ୍ରରୁ ଆସୁଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସରେ ପ୍ରସ୍ତୁତ ଗଣେଷ ମୂର୍ତ୍ତିର ଚାହିଦା ବଢ଼ିଛି ।
ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ଦେଖିବାକୁ ମିଳିଛି। ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ର୍ନିମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଛି
ତେବେ ମନ୍ତ୍ରୀଙ୍କ ଏହି ଉତ୍ତର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କିଛି ଦିନ ତଳେ ମୋ ସାଇକେଲ୍ ଯୋଜନାରେ ରାଜଧାନୀର ଥିବା ଅନେକ ସାଇକେଲ କବାଡ଼ିଆଙ୍କୁ ବିକ୍ରି କରାଯାଇଥିଲା ବୋଲି ଖବର ଆସିଥିଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ନିର୍ମାଣ ହୋଇଥିଲା, ଷ୍ଟାଣ୍ଡ ବସିଥିଲା