Advertisment

MI ସଂସ୍ଥା ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତି ହେବାରେ କେଉଁଠି ରହିଲା କେଁ?

ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗକୁ ନେଇ ଥମିବାରେ ନା ନେଉନାହିଁ । କିଛିଦିନ ତଳେ ଜଳସେଚନ ବିଭାଗ ସମ୍ପର୍କରେ ଆମେ ଖବର ପ୍ରସାରଣ କରିଥିଲୁ। M.I କ୍ୟାଡ଼ର ଅନ୍ତର୍ଭୁକ୍ତ ସହକାରୀ ଯନ୍ତ୍ରୀମାନଙ୍କୁ ପଦୋନ୍ନତି ଦେବାରେ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ପରି ଚାଚଂଲ୍ୟ ଖବର ପ୍ରକାଶ ପାଇଥିଲା

author-image
Sarbeswar
ଅଦ୍ୟତନ ହୋଇଛି
MI Division

MI Division

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗକୁ ନେଇ ଥମିବାରେ ନା ନେଉନାହିଁ । କିଛିଦିନ ତଳେ ଜଳସେଚନ ବିଭାଗ ସମ୍ପର୍କରେ ଆମେ ଖବର ପ୍ରସାରଣ କରିଥିଲୁ। M.I କ୍ୟାଡ଼ର ଅନ୍ତର୍ଭୁକ୍ତ ସହକାରୀ ଯନ୍ତ୍ରୀମାନଙ୍କୁ ପଦୋନ୍ନତି ଦେବାରେ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ପରି ଚାଚଂଲ୍ୟ ଖବର ପ୍ରକାଶ ପାଇଥିଲା। ଏହି ତଥ୍ୟ ପ୍ରକାଶ ପାଇବା ପରେ ଜଳସେଚନ ବିଭାଗର ପ୍ରମୁଖ ସଚିବ ଏଥିରେ ହସ୍ତକ୍ଷେପ ତଥା ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଜଳସେଚନ ବିଭାଗର ପତ୍ର ସଂଖ୍ୟା ୧୮୯୩୩ (WR) ତା-୦୫.୦୮.୨୦୨୧ରେ ମୁଖ୍ୟଯନ୍ତ୍ରୀ ମହୋଦୟଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦର ଖାଲିଥିବା ସଂଖ୍ୟା ତଥା ସହକାରୀ ଯନ୍ତ୍ରୀମାନଙ୍କର ଗ୍ରେଡ଼େସନ ଲିଷ୍ଟ ମଗାଇଥିଲେ।

Advertisment

ଏଥରେ କ୍ଷୁଦ୍ର ଜଳସେଚନ ବିଭାଗ କ୍ୟାଡ଼ରରେ ଅନ୍ତର୍ଭୁକ୍ତ ସହକାରୀ ଯନ୍ତ୍ରୀଙ୍କ ମଧ୍ୟରେ ଆଶା ଦେଖାଦେଇଥିଲା। ସୂଚନା ଅନୁସାରେ, MI ସଂସ୍ଥାରେ ୬୬ ରୁ ଅଧିକ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଏବେ ବି ଖାଲି ରହିଛି। ଏହାଦ୍ୱାରା କାର୍ଯ୍ୟ ଉପରେ ନିଶ୍ଚିତ ରୂପରେ ବାଧା ସୃଷ୍ଟି ହେଉଛି। ଏହି ମଧ୍ୟରେ ଓଡ଼ିଶା ଡିପ୍ଲୋମା ସର୍ଭିସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ (G.S) ପତ୍ର ସଂଖ୍ୟା ୧୬୬ ଏବଂ ୧୬୭ ତାରିଖ ୧.୦୯.୨୦୨୧ରେ MI ବିଭାଗର ସହକାରୀ ଯନ୍ତ୍ରୀମାନଙ୍କୁ ତୁରନ୍ତ ପଦୋନ୍ନତି ଦେବା ଲାଗି ଦାବୀ କରିଥିଲେ। ତେବେ କିଛି ସ୍ଥାନରେ ଅନ୍ୟ ସବଡ଼ିଭିଜନ୍‌ର ସହକାରୀ ଯନ୍ତ୍ରୀଙ୍କୁ Incharge ରୂପେ ଦାୟିତ୍ୱ ଦିଆଯାଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି। ସହକାରୀ ଯନ୍ତ୍ରୀଙ୍କୁ ସୋମାନଙ୍କର ଗ୍ରେଡ଼େସନ୍‌ ଲିଷ୍ଟରେ ଥିବା ସ୍ଥାନକୁ ବିଚାରକୁ ନନେଇ କିପରି ଭାବରେ ଏହି ଦାୟିତ୍ୱ ଦିଆଯାଇଛି । ଏହା ସାଧାରଣରେ ପ୍ରଶ୍ନ ଉଠୁଛି। ଏଥି ନିମନ୍ତେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ସରକାରୀ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି।

Advertisment

ଏଠାରେ ଉଦାହରଣ ଦିଆଯାଇପାରେ, ୨୦୦୪-୦୫ ମସିହାରେ MI ବିଭାଗରେ ଏକକାଳୀନ ବହୁ ନିର୍ବାହୀଯନ୍ତ୍ରୀ ପଦ ଖାଲି ହୋଇ ରହିଥିଲା, ସେତେବେଳର ସହକାରୀଯନ୍ତ୍ରୀ ଯେଉଁ ମାନଙ୍କୁ ପରବର୍ତ୍ତୀ ସମୟରେ ସହକାରୀ ନିର୍ବାହୀଯନ୍ତ୍ରୀ ରୂପେ ନାମିତ କରାଗଲା, ସେମାନଙ୍କୁ ଗ୍ରେଡ଼େସନ୍‌ ଲିଷ୍ଟ କ୍ରମାନ୍ୱୟରେ ନିର୍ବାହୀ ଅଧିକାରୀ ପଦରେ ଇନଚାର୍ଜ(ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା)। ସେହିପରି ବର୍ତ୍ତମାନ ଖାଲିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ ଗୁଡ଼ିକରେ ବର୍ତ୍ତମାନର ସହକାରୀ ଯନ୍ତ୍ରୀମାନଙ୍କୁ ଗ୍ରେଡ଼େସନ ଲିଷ୍ଟ ଆଧାରରେ ସାମହିକ ରୂପେ ଦାୟିତ୍ୱ ଦିଆଯାଇପାରିଲେ ସେମାନଙ୍କୁ ସାନ୍ତନା ମିଳିପାରନ୍ତା । ମାତ୍ର ସୂଚନା ମିଳେ କିଛି ସହକାରୀ ଯନ୍ତ୍ରୀ ଉପରିସ୍ଥ କର୍ମଚାରୀଙ୍କୁ ଆପ୍ୟାୟିତ କରି ଏପରି ସୁବିଧା ହାସଲ କରିପାରିଛନ୍ତି । ଏହା ମଧ୍ୟ ସୂଚନା ମିଳେ  ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତି ଫାଇଲ ସରକାରୀ ବାବୁଙ୍କ ନାଲିଫିତା ତଳେ ଚାପିହୋଇ ରହିଛି। ଏହାର ଅନୁସନ୍ଧାନ କରି ଦୋଷୀଙ୍କୁ ଦଣ୍ଡ ଦିଆଯାଉ। MI ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ତାଙ୍କର ନ୍ୟାୟଚିତ ପଦୋନ୍ନତି ଦେବାରେ କାଳବିଳମ୍ବ କରିବା ଅନ୍ୟାୟ ଏବଂ ଏହି କାର୍ଯ୍ୟକୁ ଅବହେଳା କରିଥିବା ସରକାରୀ କର୍ମକର୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି।

Odisha M.I.Division
Advertisment
Advertisment