Advertisment

ପୋଲିସ କାର୍ଯ୍ୟକଳାପକୁ ନେଇ ବଢୁଛି ଅସନ୍ତୋଷ

ପୋଲିସ ଚଲାଇଛି ଦମନଲିଳା, କାନ୍ଦୁଛନ୍ତି ଲୋକେ। ନିଜର ନାର୍ଯ୍ୟ ଦାବିକୁ ନେଇ ଯୋଡା ଅଞ୍ଚଳର ଟ୍ରକ ମାଲିକ ମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଥିବା ବେଳେ ଏବେ କିଛି ନପାଇ ଏହି ଟ୍ରକ ମାଲିକ ମାନଙ୍କର କଣ୍ଠରୋଧ କରିବା ପାଇଁ ପୋଲିସ ଦମନ ଲିଳା ଆରମ୍ଭ କରିଛି । ଅଭିଯୋଗ ପୂର୍ବରୁ ରାତି ଅଧରେ ବିନା ୱାରେଣ୍ଟରେ ଘରେ ପଶି ଲୋକଙ୍କୁ ଉଠାଇ ନେଇଛି ପୋଲିସ

author-image
Sarbeswar
ଅଦ୍ୟତନ ହୋଇଛି
keonjhar Police

keonjhar Police

କେନ୍ଦୁଝର(ପ୍ରଣୟ ପାଣି): ପୋଲିସ ଚଲାଇଛି ଦମନଲିଳା, କାନ୍ଦୁଛନ୍ତି ଲୋକେ। ନିଜର ନାର୍ଯ୍ୟ ଦାବିକୁ ନେଇ ଯୋଡା ଅଞ୍ଚଳର ଟ୍ରକ ମାଲିକ ମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଥିବା ବେଳେ ଏବେ କିଛି ନପାଇ ଏହି ଟ୍ରକ ମାଲିକ ମାନଙ୍କର କଣ୍ଠରୋଧ କରିବା ପାଇଁ ପୋଲିସ ଦମନ ଲିଳା ଆରମ୍ଭ କରିଛି । ଅଭିଯୋଗ ପୂର୍ବରୁ ରାତି ଅଧରେ ବିନା ୱାରେଣ୍ଟରେ ଘରେ ପଶି ଲୋକଙ୍କୁ ଉଠାଇ ନେଇଛି ପୋଲିସ । ଉଠାଇ ନେବାର ଦିନ କ ପରେ ଖଣି କମ୍ପାନୀ ପକ୍ଷରୁ ଅଭିଯୋଗ ନେଇ ମାଲିକଙ୍କୁ ଗିରଫ ମଧ୍ୟ କରିଛି ପୋଲିସ। ଯାହାକୁ ନେଇ ପ୍ରଶ୍ନ ଉଠିଛି, ପୋଲିସ କାହାର ?

Advertisment

ଚମ୍ପୁଆ ବିଧାୟିକା ମିନାକ୍ଷୀଙ୍କ ସ୍ୱାମୀ ଭକ୍ତ ମାହାନ୍ତଙ୍କ ହାତ ବାରିସି ସାଜି ପୋଲିସ ଗତ ଶନିବାର ଓ ରବିବାର ଦୁଇ ରାତିରେ କିଛି ଟ୍ରକ ମାଲିକଙ୍କ ଘରକୁ ରାତି ଅଧରେ ପଶି ପରିବାର ଲୋକଙ୍କୁ ଦୁର୍ବହବହାର ଦେଖାଇବା ସହ ଚାରିଜଣଙ୍କୁ ଉଠାଇନେଇ ମିଛ ମାମଲାରେ ଫରୱାର୍ଡ କରିଥିବାନେଇ ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ରାତି ଅଧରେ ଘରକୁ ପୋଲିସ ଯିବାକୁ ନେଇ ସ୍ଥାନିୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିଜର ହକ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଟ୍ରକ ମାଲିକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ , ଖଣି ମାଲିକ ଓ ପରିବହନ ଠିକାଦାରଙ୍କୁ ସାହାଯ୍ୟ କରିବାକୁ ଯାଇ ପୋଲିସ ଚଳାଇଛି ଦବଙ୍ଗଗିରି ।

ଅନେକ ସମୟରେ ଏସ୍‌ଡ଼ିପିଓ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଟ୍ରକ ମାଲିକଙ୍କୁ ହଇରାଣ କରୁଥିବାରୁ ଟ୍ରକ ମାଲିକମାନେ ତାଙ୍କୁ ବଦଳି ସହ ୫ ଦଫା ଦାବି ନେଇ ଖଣି ସମ୍ମୁଖରେ ଆନ୍ଦୋଳନ କରିଥିଲେ । ହେଲେ ସମାଧାନ ତ ଦୂରର କଥା ୨ ଓ ୩ ତାରିଖ ରାତିରେ ଘରେ ପଶି ଜୋର ଜବରଦସ୍ତ ଘରୁ ଉଠାଇ ନେଇଥିଲା ପୋଲିସ । ଆଉ ୪ ତାରିଖ କମ୍ପାନୀ ପକ୍ଷରୁ ଅଭିଯୋଗ କରାଗଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଏବେ ପୋଲିସ ଓ ଖଣି ବିରୋଧରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେଣି ।

Advertisment

ପୋଲିସର ଏ ଭଳି କାର୍ଯ୍ୟକଳାପକୁ ନେଇ ଅତିରିକ୍ତ ଏସ୍‌ପି କହିଛନ୍ତି ଯେ, ଆମେ ସେମାନଙ୍କୁ ପଚରାଉଚୁରା ପାଇଁ ଆଣିଥିଲୁ । ପରେ ଛାଡି ଦେଇଥିଲୁ । କିନ୍ତୁ ଅଭିଯୋଗ ପରେ ସେମାନଙ୍କୁ ପୁଣି ଗିରଫ କରାଯାଇଛି । ଏବେ ପ୍ରଶ୍ନ ଉଠୁଛି ଯଦି ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିଲା ତେବେ ସେମାନେ ଘରକୁ ଆସିଲେ ନାହିଁ କିପରି । ତେବେ ପୋଲିସର କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି।

Odisha Police Keonjhar Police
Advertisment
Advertisment