Advertisment

ଦେଶର ୧୦୦ଟି ସମୁଦ୍ରବେଳାକୁ ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ: ଅଶ୍ୱିନୀ ଚୌବେ

ବ୍ଲ-ୁଫ୍ଲାଗ ବିଚ୍ ମାନ୍ୟତାପ୍ରାପ୍ତ ପୁରୀ ସମୁଦ୍ରବେଳାକୁ ବିଶ୍ୱସ୍ତରୀୟ କରାଯାଇ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଉଛି । ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଆଜିର ସେବା ଓ ସମର୍ପଣର ଅଭିଯାନର ଅନ୍ତିମ ଦିନରେ ଦେଶବ୍ୟାପୀ ୧୦ ପ୍ରମୁଖ ସମୁଦ୍ର ବେଳାଭୁମିକୁ ସଫେଇ ଅଭିଯାନ ଅନୁଯାୟୀ ଓଡିଶାର ପୁରୀ ବେଳଭୁମିର ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲି ।

author-image
Chandan Shishu
union minister aswini chaube

union minister aswini chaube

ଭୁବନେଶ୍ୱର: ଧାନ କିଣାକୁ ନେଇ କେନ୍ଦ୍ର ସରକାର ୬ ହଜାର କୋଟି ଟଙ୍କା ବାକି ରଖିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ  ଚୌବେ କହିଛନ୍ତି, ଏ ପ୍ରସଙ୍ଗରେ ରାଜ୍ୟର ବିଭାଗୀୟ ମନ୍ତ୍ରୀ ବା ସଚିବ କିଛି ଅବଗତ କରାଇ ନାହାନ୍ତି। ଯଦି ଏମିତି କିଛି ଅସୁବିଧା ଥାଏ, ତା ହେଲେ ଦେଖିବେ ବୋଲି କହିଛନ୍ତି ମନ୍ତ୍ରୀ। ପୁରୀ ସମୁଦ୍ର କୂଳକୁ ସଫା ରଖିବା ପାଇଁ ତାଙ୍କ ମନ୍ତ୍ରାଳୟ ତରଫରୁ ବହୁ ପଦକ୍ଷେପ ନେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆଗାମୀ ୫ ବର୍ଷରେ ଅନେକ ସି ବିଚ୍ କୁ ବ୍ଲୁ ଫ୍ଲାଗ୍‌ର ମାନ୍ୟତା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଓଡ଼ିଶାର ମଧ୍ୟ କିଛି ବିଚ୍ ଥିବା ସେ ସୂଚନା ଦେଇଛନ୍ତି। ସମୁଦ୍ର କୂଳରୁ ସୌରଶକ୍ତି ଉତ୍ପାଦନର ମଧ୍ୟ ଲକ୍ଷ୍ୟ ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି- ବ୍ଲ-ୁଫ୍ଲାଗ ବିଚ୍ ମାନ୍ୟତାପ୍ରାପ୍ତ ପୁରୀ ସମୁଦ୍ରବେଳାକୁ ବିଶ୍ୱସ୍ତରୀୟ କରାଯାଇ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଉଛି । ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଆଜିର ସେବା ଓ ସମର୍ପଣର ଅଭିଯାନର ଅନ୍ତିମ ଦିନରେ ଦେଶବ୍ୟାପୀ ୧୦ ପ୍ରମୁଖ ସମୁଦ୍ର ବେଳାଭୁମିକୁ ସଫେଇ ଅଭିଯାନ ଅନୁଯାୟୀ ଓଡିଶାର ପୁରୀ ବେଳଭୁମିର ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲି । ଏବେସୁଦ୍ଧା ୭୫୦ ଟନ୍ ଆବର୍ଜନାକୁ ଜୈବିକ ପଦ୍ଧତିରେ ନଷ୍ଟ କରାଯାଇଛି । ଏହା ଦ୍ୱାରା ବେଳାଭୁମିର ଉନ୍ନତି କରାଯାଇ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ । ଆଗାମୀ ୫ ବର୍ଷରେ ଦେଶର ୧୦୦ଟି ପ୍ରମୁଖ ସମୁଦ୍ରବେଳାକୁ ସ୍ୱଚ୍ଛ, ନିର୍ମଳ ଓ ସୈାନ୍ଦର୍ଯୀକରଣ କରିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଚୌବେ କହିଛନ୍ତିି । 

ଏହା ପୂର୍ବରୁ ଶ୍ରୀ ଚୋବେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର “ମୋ ବିଚ୍‌ର ସୁରକ୍ଷା ମୁଁ କରିବି” ବାର୍ତ୍ତା ନେଇ ପୁରୀରେ ପହଞ୍ଚିଥିଲେ। ଦେଶର ଏକକାଳୀନ ୧୦ଟି ବେଳାଭୂମିରେ ଆଜି ଏହି କାର୍ଯ୍ୟକ୍ରମ କରି ସଚେତନତା ବାର୍ତ୍ତା ଦିଆଯାଇଛି। ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା କଙ୍କ୍ରିଟ୍ ଜଙ୍ଗଲକୁ ହଟାଯିବ। ଆଉ ସିଆରଜେଡ୍ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ପୁରୀର ସମସ୍ତ ବିଚକୁ ଆବର୍ଜନା ମୁକ୍ତ କରି ବ୍ଲୁ ଫ୍ଲାଗ୍ ଭଳି ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ କହିଛନ୍ତି।

Advertisment
Puri Blue Flag Seabeach
Advertisment
Advertisment