Advertisment

ଲାଭଜନକ ଜିଆ ଚାଷ, ହଜାରେ ଟଙ୍କାରେ ଆରମ୍ଭ କରି ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

ଚାଷ କଲେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ହୋଇଥାଏ । କିନ୍ତୁ ଜିଆ ଚାଷ ଏମିତି ଏକ ଚାଷ ଯେଉଁଥିଲେ କେବଳ ଲାଭ ହିଁ ଲାଭ ରହିଛି। ଏଥିପାଇଁ ବିଶେଷ ଆବଶ୍ୟକତା ମଧ୍ୟ ନଥାଏ

author-image
Sarbeswar
ଅଦ୍ୟତନ ହୋଇଛି
bhadrak farmer

bhadrak farmer

ଭଦ୍ରକ(ପାର୍ଥସାରଥୀ ନାୟକ): ଚାଷ କଲେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ହୋଇଥାଏ । କିନ୍ତୁ ଜିଆ ଚାଷ ଏମିତି ଏକ ଚାଷ ଯେଉଁଥିଲେ କେବଳ ଲାଭ ହିଁ ଲାଭ ରହିଛି। ଏଥିପାଇଁ ବିଶେଷ ଆବଶ୍ୟକତା ମଧ୍ୟ ନଥାଏ । କେବଳ କିଛି ଟଙ୍କାରେ ମଧ୍ୟ ଜଣେ ରୋଜଗାର କ୍ଷମ ହୋଇପାରିବ । ଏଥିପାଇଁ କେବଳ ଭଲ ଭାବରେ ମାର୍କେଟିଂର ଆବଶ୍ୟକତା ରହିଛି । ବର୍ତ୍ତମାନ ଯେପରି ଭାବେ ରାସାୟନିକ ସାରର ବ୍ୟବହାର କରାଯାଉଛି ସେପରି ସ୍ଥଳେ ଏହି ଜିଆ ଖତ ଚାଷ ବେଶ ଲାଭବାନ ହେବ।

Advertisment

ଜିଆ ଖତ ଚାଷୀ ଦାମୋଦର ସାହୁ। ପ୍ରଥମେ ପ୍ରଥମେ ଛତୁ, ମାଛ ଚାଷ କରିବା ପରେ ଏବେ ଜିଆ ଖତ ଚାଷ କରି ସଫଳତା ପାଇଛନ୍ତି। ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ରାଧାବଲ୍ଲଭପୁର ପଞ୍ଚାୟତର ବାସ କରୁଥିବା ଦାମୋଦର ସାହୁ । ପରିବାର ତିନି ପୁଅ ମାନଙ୍କୁ ନେଇ ଜିଆ ଖତ ଉତ୍ପାଦନ କରି ଗ୍ରାମ ଓ ଧାମନଗର ଅଞ୍ଚଳରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି । ଧାନ ଚାଷ ଠାରୁ ଆରମ୍ଭ କରି ବିଭିନ୍ନ ପନି-ପରିବା ଚାଷ ପାଇଁ ଲାଭଦାୟକ ହୋଇ ଥାଏ। କିନ୍ତୁ ଆଜିର ଦିନରେ ଜିଆ ଖତ ସାର ପ୍ରତି ଧ୍ୟାନ ନଥିବା ସାଧାରଣ ଦେଖିବାକୁ ମିଳିଛି।

Advertisment

ଆଗାମୀ ଦିନରେ ଜିଆ ଖତ ସାର ଚାଷ ପ୍ରତି ଯଦି ସରକାର ଦୃଷ୍ଟି ଆକର୍ଷଣ କରନ୍ତେ ତେବେ ଚାଷୀମାନେ ନିଶ୍ଚିତ ଉପକୃତ ହୁଅନ୍ତେ। ଚାଷୀମାନେ ବଜାରରୁ ରାସାୟନିକ ସାର କିଣିବା ବଦଳରେ ନିଜ ଘରେ ଜିଆ ଖତ ଚାଷ କରି ସାର ଉତ୍ପାଦନ କରି ନିଜ ନିଜ ଚାଷ ଜମିରେ ବ୍ୟବାହର କରି ପାରନ୍ତେ। ଏଥିପାଇଁ ଗୋବର, ଘୋଡାଦଳ, କଦଳୀ ଗଛର ଶୁଖିଲା, ପଚା ଛଅଣ ପିଡିଆ ଓ ଜିଆର ଆବଶ୍ୟକ । ଅଳ୍ପ କିଛି ଜାଗାର ଆବଶ୍ୟକ ରହିଛି । ଜଣେ ସଠିକ ଭାବେ ଏହାକୁ କରିପାରିଲେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବ । କେବଳ ପ୍ରଥମ ଥର ଜିଆକୁ ୧ ହଜାର ଟଙ୍କା ଦେଇ କିଣିବାକୁ ପଡ଼ିବା ସହ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ପଡ଼ିବ।

ଗୋଟିଏ ପଟେ ଧାମନଗର ସହକାରୀ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ୍ରମେ ଦାମୋଦର ଜିଆ ଖତ ଚାଷ କରିଥିଲେ ମଧ୍ୟ ତାଙ୍କର ଏହି ଖତ ସାର କିଭଳି ବିକ୍ରି କରାଯିବ ସରକାରୀ ସ୍ତରରେ କିପରି ଏହାକୁ ପ୍ରୋତ୍ସାହନ ଦିଆଯିବ ସେନେଇ ଉଦ୍ୟମ କରାଯାଉଥିବା କୃଷି ଅଧିକାରୀ କହିଛନ୍ତି । ଏହାକୁ ବ୍ୟବାହର କଲେ ପରିବେଶ ସନ୍ତୁଳ ରହିବା ସହ ସମସ୍ତ ପ୍ରକାରର ଚାଷରେ ବେଶ ଉପଯୋଗୀ ହେବ । ବିଶେଷକରି ଘରୋଇ ଚାଷ, ଉଦ୍ୟାନରେ ସବୁଠାରୁ ବେଶୀ ଉପକାର ପାଇପାରିବ । ଏହା ଦ୍ୱାରା ଜମିର ଉର୍ବରତା ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ଧାମନଗର ବ୍ଲକ କୃଷି ଅଧିକାରୀ ।

Bhadrak Farmer
Advertisment
Advertisment