Youths Swept Away
ଆନନ୍ଦପୁର: ନା ବାଜିଲା ସାଇରନ୍, ନା ଥିଲା ପୂର୍ବ ସୂଚନା, ହଠାତ୍ ଖୋଲିଦେଲେ ଟେଟ୍। ବିନା ପୂର୍ବ ସୂଚନାରେ ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ଗେଟ୍ ଖୋଲି ଦେବା ଫଳରେ ଏହି ସମୟରେ ଗାଧୋଉ ଥିବାବେଳେ ୨ ଜଣ ଯୁବକ ଭାସି ଯାଇଥିଲେ। ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ନିକଟରେ ଆଜି ଏହି ଅଘଟଣ ଘଟିଛି। ସୌଭାଗ୍ୟବଶତଃ ଯୁବକ ଦ୍ୱୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯୁବକ ଦ୍ୱୟ କେନ୍ଦୁଝର ଜିଲ୍ଲା କାଦବହାଳି ଗାଁର ବୋଲି ଜଣାପଡ଼ିଛି।
ଉଦ୍ଧାର ହୋଇଥିବା ଯୁବକଙ୍କ ମଧ୍ୟରୁ ଜଣେ ଜଣେ ଗଛରେ ଚଢ଼ି ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଲୋକେ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଯୁବକ ଜଣକ ଗୁରୁତର ଥିବାରୁ ତାଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିନା ପୂର୍ବ ସୂଚନାରେ ଆଜି ନଦୀର ଗେଟ୍ କର୍ତ୍ତୃପକ୍ଷ ଖୋଲି ଦେଇଥିବା ଅଭିଯୋଗ ହୋଇଛି।
ଉଦ୍ଧାର ହୋଇଥିବା ଯୁବକଙ୍କ କହିବା ଅନୁସାରେ, ପାଣି କମି ଯାଇଥିବାରୁ ସେଠାରେ ଆମେ ଗାଧୋଉ ଥିଲୁ। ହେଲେ ହଠାତ୍ ପାଣି ଛଡ଼ା ଯାଇଥିଲା ଓ ସେସମ୍ପର୍କରେ ଆମେ କିଛିବି ଜାଣିପାରିଲୁ ନାହିଁ। ଆଉ ଚାରି ଆଡ଼େ ପାଣି ଘେରି ଯାଇଥିଲା ଓ ଆମକୁ ଭସାଇ ନେଇଥିଲା।’
ଏଭଳି ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ନା କିଛି ସୂଚନା ଦିଆଯାଉଛି ନା ସାଇରନ୍ ବଜା ଯାଉଛି। ଏଭଳି ପରିସ୍ଥିତିରେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)