ବହୁଦିନ ପରେ ଗୁଜରାଟରୁ ଫେରୁଥିଲେ ସ୍ୱାମୀ। ଘରେ ଅପେକ୍ଷା କରିଥିଲେ ପତ୍ନୀ ଓ ଦୁଇଝିଅ। ହେଲେ ଟ୍ରେନରେ ଜଗି ବସିଥିଲା ଯମ। ସ୍ଥିତି ଏମିତି ହେଲା ଯେ, ସ୍ୱାମୀଙ୍କ ମୃତଦେହ ମଧ୍ୟ ଦେଖି ପାରିଲେ ନାହିଁ ପତ୍ନୀ।
ରଣଜିତ ସିଂ ହତ୍ୟା ମାମଲାରେ ୫ ଜଣଙ୍କ ସହ ବାବା ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାପୂର୍ବରୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ସହିତ ସାଧ୍ୱୀମାନଙ୍କୁ ଯୌନ ଶୋଷଣ ମାମଲାରେ ତାଙ୍କୁ ବିଭିନ୍ନ ଦଣ୍ଡ ମିଳିସାରିଛି। ରାମ ରହୀମଙ୍କ ବାବା ହେବାର କାହାଣୀ ମଧ୍ୟ କମ କୌତୁହଳପୂର୍ଣ୍ଣ ନୁହେଁ। ସ୍କୁଲ ସମୟରେ ଜଣେ ନଷ୍ଟ ଛାତ୍ରଙ୍କ ତାଲିକାରେ ତାଙ୍କୁ ଗଣାଯାଉଥିଲା। ନାରୀ ଦୁଷ୍କର୍ମ ମାମଲାରେ ତାଙ୍କୁ ଦଣ୍ଡ ଦିଆଯାଇଥିଲା କିନ୍ତୁ ଏହା ପରେ ମଧ୍ୟ ସେ ଷ୍ଟାର୍ ବାବା ହୋଇଯାଇଥିଲେ।
ଗୋଟିଏ ଘରେ ବେଡ୍ରୁମ୍, ଲିଭିଙ୍ଗ୍ରୁମ୍, କିଚେନ୍ ରୁମ୍ ଥିବା କଥା ପ୍ରାୟ ସମସ୍ତେ ଜାଣନ୍ତି। ଆପଣମାନେ କ’ଣ କେବେ କ୍ରାଇଙ୍ଗ୍ ରୁମ୍ ବିଷୟରେ ଶୁଣିଛନ୍ତି କି? ବିଶ୍ୱାସ ନ ହେଉଥିଲେ ବି ଏହା ସତ। ଲୋକଙ୍କୁ ଚାପମୁକ୍ତ କରିବା ନେଇ ଏଭଳି ରୁମ୍ ତିଆରି ହେଉଛି। ଏଠାକୁ ଲୋକେ ଆସୁଛନ୍ତି ଆଉ ମନ ଭରି କାନ୍ଦୁଛନ୍ତି। ଏହି କ୍ରାଇଙ୍ଗ ରୁମ୍ରେ ମତେ ବି ତୁମ କଥା ମନେପଡେ ଲେଖାଯାଇଛି। ଏହା ଗୋଲାପି ରଙ୍ଗରେ ଚମକୁଛି।
ସାଧାରଣତଃ ଛୋଟ ପିଲାମାନେ ସେମାନଙ୍କ ବାପା-ମାଆଙ୍କୁ ବହୁତ ଭଲ ପାଇଥାନ୍ତି। ବାପା-ମାଆମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ବହୁତ ସ୍ନେହ କରିଥାନ୍ତି। ଏହି ସଂପର୍କ ଏତେ ଘନିଷ୍ଠ ହୋଇଥାଏ ଯେ ଏହାକୁ ଶବ୍ଦରେ କହିହେବ ନାହିଁ। ବାପା-ମାଆ ସେମାନଙ୍କ ପିଲାମାନଙ୍କୁ ସ୍ନେହ ଓ ପ୍ରେମ ଦେବାର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳେ। କିଛି ଭିଡିଓ ଆଶ୍ଚର୍ଯ୍ୟ କରୁଥିବା ବେଳେ ଆଉ କିଛି ଭିଡିଓ ମନରେ ଖୁସି ଆଣିଥାଏ ପୁଣି କେତେକ ଭିଡିଓ ଭାବନାତ୍ମକ ଦୁନିଆକୁ ନେଇଯାଇଥାଏ।
ଇଏ ଅଦୃଶ୍ୟ ଶକ୍ତିର ପ୍ରଭାବ କି ? ଭାଇ ଯାଉଥିଲେ କୁଆଡେ । ବାଟରେ ପଡିଲେ ବି ହାର୍ ମାନିନାହାନ୍ତି । ସେ ଛାଡିବା ଲୋକ ନୁହଁନ୍ତି । ଟିକିଏ ଚଢେଇ ଦେଲେ ଏମିତି ହୁଅନ୍ତି ।
୩୫ ବର୍ଷ ଧରି ସେ ନିଜର ଏକ ସ୍ୱତନ୍ତ୍ର ଦୁନିଆରେ ବଂଚୁଛନ୍ତି। ନିର୍ଜୀବ କାଠ ପଥର ଓ କାନଭାସ ସହ କଥା ହେଉଛନ୍ତି। ସେଇମାନଙ୍କ ଭିତରେ ଜୀବନ ଭରୁଛନ୍ତି। ଯୁବକ ଥିଲାବେଳେ, ଓଡ଼ିଶା ବିଧାନସଭା ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ଗଢ଼ିଥିବା ଶିଳ୍ପୀଗୋଷ୍ଠୀ ସହ ସେ ମଧ୍ୟ ଥିଲେ। ଆସନ୍ତୁ ଭେଟିବା ଏହି ଭାସ୍କର୍ଯ୍ଯ ଶିଳ୍ପୀଙ୍କୁ ।
ବୟସ ମାତ୍ର ୭ ବର୍ଷ । ହେଲେ ଅନର୍ଗଳ ଗାଉଛନ୍ତି ବୈଦିକ ମନ୍ତ୍ର । ହୋମ ଯଜ୍ଞ ମଧ୍ୟ କରୁଛନ୍ତି ଜେଜେଙ୍କ ସହ । କେବଳ ଏତିକି ନୁହେୱ ଗୀତ ବୋଲୁଛନ୍ତି ଓଡିଶୀ ନୃତ୍ୟ ମଧ୍ୟ କରୁଛନ୍ତି । ଏଭଳି ଜଣେ ବିସ୍ମୟ ବାଳିକା ହେଲେ ଜଗତସିଂହପୁର ଜିଲ୍ଳା ତରଡାପଡା ଗ୍ରାମର ଡି ସାଇ ଶ୍ରେୟାଂଶୀ । ଛୋଟ ବୟସରେ ତାଙ୍କର ବିରଳ ପ୍ରତିଭା ପାଇଁ ଅନେକ ପୁରସ୍କାର ପାଇଛନ୍ତି
ପୁଅ ନଥିବାରୁ ମା’ ମୃତ୍ୟୁ ପରେ ସମସ୍ତ ରୀତିନୀତି କରିବ ଅସହାୟ ଝିଅ । ପରମ୍ପରା ଅନୁସାରେ ବାପାମା’ଙ୍କ ଦାହ ସଂସ୍କାର କରନ୍ତି ପୁଅ । ମୁଖାଗ୍ନି ଦେବା, ଶବ ନେବା ଠାରୁ ଆରମ୍ଭ କରି ଓ ଶୁଦ୍ଧି କ୍ରିୟା ଉପରେ ପୁଅର ଅଧିକାର ଥାଏ
ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ଗୋଟିଏପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟପକ୍ଷେ ପରିବା ଦର ଆକାଶ ଛୁଆଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ନେଟଓ୍ୱର୍କ ନାହିଁ ତ ଭୋଟ୍ ନାହିଁ। ମୋବାଇଲ୍ ନେଟଓ୍ୱର୍କ ଆସୁନଥିବାରୁ ତାତିଲେ କନ୍ଧମାଳ ରାଇକିଆର କରଡ଼ା ପଞ୍ଚାୟତବାସୀ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୋବାଇଲ୍ ଟାଓ୍ୱାର ନ ବସିଲେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ।
ନୌସେନାରୁ ଅବସର ପରେ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ନବରଙ୍ଗପୁରର ଅଜୟ କୁମାର ମାଡାଙ୍ଗି । କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ ବୋଲି କୁହନ୍ତି ଅଜୟ ।
ଆକାଶ ଛୁଆଁ ପରିବା ଦରକୁ ଦେଖି ଚିନ୍ତାରେ ଖାଉଟି। ସାରା ରାଜ୍ୟରେ ପରିବା ଦର ବୃଦ୍ଧିକୁନେଇ ମୁଣ୍ଡରେ ପଡିଲାଣି ଚଡକ।
ସାରା ରାଜ୍ୟରେ ପେଟ୍ରୋଲ ଦର ବଢୁଥିବା ନେଇ କଲବଲ ହେଲେଣି ଲୋକେ। ବେଲଗାମ ଦରକୁ ନେଇ ଚିନ୍ତାରେ ଖାଉଟି ।
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟାର ରେଡ୍ ପରେ ଭିଜିଲାନ୍ସ ଟିମ୍ ୧ କିଲୋ ୪୪୦ ଗ୍ରାମ ସୁନା ଜବତ କରିଛି। ଏହାସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ୍ ଡିଜାଇନର ନେକ୍ଲେସ୍ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।
ପରିଶ୍ରମ ହିଁ ସଫଳତାର ଚାବିକାଠି। ନୌସେନା ଅଧିକାରୀରୁ OASର ଯାତ୍ରା। ପଥ ଯେତେ କଠିନ ଥିଲେ ବି ଶେଷରେ ମିଳିଛି ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ।
ବହୁ ଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ୍ ହେପାଜତରୁ ଚମ୍ପଟ ମାରିଛନ୍ତି। ହାତ ଧୋଇବାକୁ ଯିବାକୁ କହି ପୋଲିସ୍ ବ୍ୟାରେକ୍ ସେ ଖସି ଯାଇଛନ୍ତି।
ପ୍ରାୟ ୨୩ ଘଣ୍ଟାର ଛାନ୍ଭିନ୍ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ଫେରିଲା ଭିଜିଲାନ୍ସ ଟିମ୍। ରବିବାର ସକାଳ ପ୍ରାୟ ୭ଟା ୩୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଭିଜିଲାନ୍ସ ରେଡ୍।
ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । ସେମ୍ବେର ୨୮ରୁ ଆଜି ସୁଦ୍ଧା ପ୍ରାୟ ୨୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ୫୦ ପଇସା ଓ ଡିଜେଲ ୫ ଟଙ୍କା ୪୯ ପଇସା ମହଙ୍ଗା ହେଲାଣି । ଏପ୍ରିଲ ପହିଲାରୁ ହିସାବକୁ ନେଲେ ସାଢ଼େ ୬ ମାସରେ ଉଭୟ ପେଟ୍ରୋଲ ଓ ଡିଜେଲ ୧୫ଟଙ୍କାରୁ ଅଧିକ ବଢ଼ି ସାରିଲାଣି । ଏଭଳି ସ୍ଥିତିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ବସଯାତ୍ରୀ ।
ଗଞ୍ଜେଇ ଚୋରା ଚାଲାଣ ନେଇ ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଛତିଶଗଡ଼ରେ ଲୋକଙ୍କ ଉପରେ ଏକ ଗଂଜେଇ ଭର୍ତ୍ତି କାର୍ ମାଡ଼ିଯିବା ଘଟଣା ଉପରେ ପ୍ରତିକ୍ରିୟା ରଖିବାବେଳେ ଏଭଳି ଉଦ୍ବେଗଜନକ ବୟାନ ଦେଇଛନ୍ତି ସେଠାକାର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯାହାକୁ ନେଇ ତେଜିଛି ଓଡ଼ିଶା ରାଜନୀତି।
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ I ୫ କୋଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉI ବ୍ରହ୍ମପୁର ଓ ଭୁବନେଶ୍ୱର ସହ ୧୫ଟି ସ୍ଥାନରେ ଏକକାଳୀନ ରେଡ୍ । ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
ଜନତାରୁ ଯାତ୍ରୀ, ସଭିଙ୍କୁ କଲବଲ କରୁଛି ମହଙ୍ଗା ତେଲI ପୁଣି ବସ୍ ଭଡ଼ା ବଢ଼ିବା ପରେ ଅସନ୍ତୋଷ ଝାଡ଼ିଲେ ଯାତ୍ରୀ I ବସ ମାଲିକ ସଂଘ କହିଲେ ଆମେ ଅସହାୟ । ପ୍ରତିଦିନ ତୈଳ ଦର ବୃଦ୍ଧିରେ ଲଗାମ ଲାଗୁନି । ବେହାଲ ହେଲେଣି ଯାତ୍ରୀ ।
ମୁଖ୍ୟମନ୍ତ୍ରୀ ବଘେଲଙ୍କ ସାଂଘାତିକ ଅଭିଯୋଗ I ଓଡ଼ିଶାରୁ ବ୍ୟାପକ ଚୋରାଚାଲାଣ ହେଉଛି ଗଂଜେଇI ପ୍ରୋତ୍ସାହନ ଦେଉଛନ୍ତି ଶାସକ ଦଳ ନେତା ଓ ପ୍ରସାଶନିକ ଅଧିକାରୀ ।
କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ପଛରେ କିଏ? ସମ୍ପର୍କୀୟ ଭାଇ ଓ ଶିକ୍ଷୟିତ୍ରୀଙ୍କ ଫୋନ୍ କଲରୁ ମିଳିଛି ସାଂଘାତିକ ତଥ୍ୟI ଝିଅଙ୍କ ସହ ଶିକ୍ଷାନୁଷ୍ଠାନ ସଭାପତିଙ୍କର ଥିଲା ଅନୈତିକ ସମ୍ପର୍କ।
ମଙ୍ଗଳଦୀପ ଧୂପକାଠି କାରଖାନା ଓ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ। ଅଗ୍ନିକାଣ୍ଡର କାରଣ ଜଣାପଡ଼ନିଥିଲେ ବି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ସୋସିଆଲ ମିଡିଆ ହେଉଛି ଏକ ମହାସାଗର, ଆପଣ ଯେତେ ଗଭୀରକୁ ଯିବେ ସେତେ ଅଧିକ ନୂଆ ନୂଆ ଜିନିଷ ଦେଖିବାକୁ ପାଇବେ। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଫଟୋରେ ଏକ ତିନି ମୁଣ୍ଡିଆ ସାପ ଦେଖିବାକୁ ମିଳେ। ଏହି ସାପକୁ ଦେଖିବା ପରେ ଲୋକମାନେ ବହୁତ ଡରି ଯାଇଛନ୍ତି। ଭାଇରାଲ୍ ହେଉଥିବା ଏହି ଫଟୋକୁ ଭଲଭାବେ ଦେଖିବା ପରେ ଆପଣ ଜାଣିବେ ଯେ ଏହା ସାପ ନୁହେଁ ବରଂ ଅନ୍ୟ କିଛି।