Advertisment

ନିଜ ବାପାକୁ ଭେଟିବା ପାଇଁ ସବୁ ସୀମା ଡେଇଁଗଲା କୁନି ପୁଅ

ସାଧାରଣତଃ ଛୋଟ ପିଲାମାନେ ସେମାନଙ୍କ ବାପା-ମାଆଙ୍କୁ ବହୁତ ଭଲ ପାଇଥାନ୍ତି। ବାପା-ମାଆମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ବହୁତ ସ୍ନେହ କରିଥାନ୍ତି। ଏହି ସଂପର୍କ ଏତେ ଘନିଷ୍ଠ ହୋଇଥାଏ ଯେ ଏହାକୁ ଶବ୍ଦରେ କହିହେବ ନାହିଁ। ବାପା-ମାଆ ସେମାନଙ୍କ ପିଲାମାନଙ୍କୁ ସ୍ନେହ ଓ ପ୍ରେମ ଦେବାର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳେ। କିଛି ଭିଡିଓ ଆଶ୍ଚର୍ଯ୍ୟ କରୁଥିବା ବେଳେ ଆଉ କିଛି ଭିଡିଓ ମନରେ ଖୁସି ଆଣିଥାଏ ପୁଣି କେତେକ ଭିଡିଓ ଭାବନାତ୍ମକ ଦୁନିଆକୁ ନେଇଯାଇଥାଏ।

author-image
Pramod Behera
Child love for father

Child love for father

ସାଧାରଣତଃ ଛୋଟ ପିଲାମାନେ ସେମାନଙ୍କ ବାପା-ମାଆଙ୍କୁ ବହୁତ ଭଲ ପାଇଥାନ୍ତି। ବାପା-ମାଆମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ବହୁତ ସ୍ନେହ କରିଥାନ୍ତି। ଏହି ସଂପର୍କ ଏତେ ଘନିଷ୍ଠ ହୋଇଥାଏ ଯେ ଏହାକୁ ଶବ୍ଦରେ କହିହେବ ନାହିଁ। ବାପା-ମାଆ ସେମାନଙ୍କ ପିଲାମାନଙ୍କୁ ସ୍ନେହ ଓ ପ୍ରେମ ଦେବାର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳେ। କିଛି ଭିଡିଓ ଆଶ୍ଚର୍ଯ୍ୟ କରୁଥିବା ବେଳେ ଆଉ କିଛି ଭିଡିଓ ମନରେ ଖୁସି ଆଣିଥାଏ ପୁଣି କେତେକ ଭିଡିଓ ଭାବନାତ୍ମକ ଦୁନିଆକୁ ନେଇଯାଇଥାଏ। ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ଗୋଟେ ଛୋଟ ପିଲା ନିଜ ବାପାଙ୍କୁ ଭେଟିବା ନେଇ କ’ଣ ନ କରୁଛି। ସେ ତା’ର ବାପାଙ୍କୁ ଭେଟିବା ନେଇ ଏତେ ବ୍ୟଗ୍ର ଯେ ସେ ସବୁ ସୀମା ପାର ହେଇଯାଉଛି। ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ଛୋଟ ପିଲାର ବାପା ଯେତେବେଳେ ଟ୍ରକ୍‌ରୁ ଓହ୍ଲାଉଛନ୍ତି କୁନି ପିଲାଟିଏ ତାଙ୍କୁ ଦେଖିନେଇଛି। ବାପାଙ୍କୁ ଭେଟିବା ନେଇ ସେ ଏତେ ବ୍ୟାକୁଳ ହୋଇଯାଉଛି ଯେ କିଛି ନ ମାନି କ୍ଷୀପ୍ର ଗତିରେ ବାପାଙ୍କ ପାଖକୁ ଦୌଡି ଯାଉଛି। ଦୌଡିବା ଆରମ୍ଭରେ ସେ ମୁଣ୍ଡରେ ଏକ ଟୋପି ପିନ୍ଧିଥିବା ବେଳେ ମଝିରେ କାଢି ଫୋପାଡି ଦେଉଥିବା ଦେଖାଯାଏ। ଏଥିରୁ ଲାଗେ ସତେଯେପରି ଏହି ଟୋପିଟି ତାକୁ ତା’ ବାପାଙ୍କ ସହ ଭେଟିବାରେ ବାଧକ ହେଉଛି!

Advertisment

ସେପଟରେ ବାପା ମଧ୍ୟ ନିଜ କୁନି ପିଲାକୁ ଧରିବା ନେଇ ଆଗ୍ରହର ସହିତ ଚାହିଁ ବସିଛନ୍ତି। ପିଲାଟି ଯେତେବେଳେ ବାପାଙ୍କ ପାଖରେ ପହଞ୍ଚିଯାଉଛି ସେ ପିଲାଟିକୁ ସ୍ନେହରେ କୋଳେଇ ନେଉଥିବା ଏହି ଭିଡିଓରେ ଦେଖାଯାଏ।

୯ ମିନିଟ୍‌ର ଏହି ଭିଡିଓକୁ Buitengebieden ନାମକ ଏକ ଟ୍ୱିଟର୍ ହ୍ୟାଣ୍ଡେଲ୍‌ରୁ ଶେୟାର କରାଯାଇଛି। ଏହି ଖବର ଲେଖାହେବା ବେଳକୁ ଭିଡିଓକୁ ୧୫.୮ ମିଲିୟନରୁ ଅଧିକ ଭିୟୁ ମିଳିସାରିଥିଲା।

ପୋଷ୍ଟ ହୋଇଥିବା ଏହି ଭିଡିଓରେ ଅନେକ କମେଣ୍ଟ ମଧ୍ୟ ଦେଖିବାକୁ ମିଳେ। ଜଣେ ଉପଭୋକ୍ତା କମେଣ୍ଟ ଦେଇ ଲେଖିଛନ୍ତି ଯେ ‘କି ପ୍ରେମ’। ସେହିପରି ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ‘ଏଭଳି ଭିଡିଓ ବାସ୍ତବରେ ବହୁତ ଭଲ ହୋଇଥାଏ।’

Viral Funny Video Father Son Relationship Viral Video
Advertisment
Advertisment