Advertisment

ଏଇଠି ରହିଛି କାନ୍ଦିବା ଘର; ଯିବେ ଓ ମନଭରି କାନ୍ଦିବେ

ଗୋଟିଏ ଘରେ ବେଡ୍‌ରୁମ୍, ଲିଭିଙ୍ଗ୍‌ରୁମ୍, କିଚେନ୍ ରୁମ୍ ଥିବା କଥା ପ୍ରାୟ ସମସ୍ତେ ଜାଣନ୍ତି। ଆପଣମାନେ କ’ଣ କେବେ କ୍ରାଇଙ୍ଗ୍ ରୁମ୍ ବିଷୟରେ ଶୁଣିଛନ୍ତି କି? ବିଶ୍ୱାସ ନ ହେଉଥିଲେ ବି ଏହା ସତ। ଲୋକଙ୍କୁ ଚାପମୁକ୍ତ କରିବା ନେଇ ଏଭଳି ରୁମ୍‌ ତିଆରି ହେଉଛି। ଏଠାକୁ ଲୋକେ ଆସୁଛନ୍ତି ଆଉ ମନ ଭରି କାନ୍ଦୁଛନ୍ତି। ଏହି କ୍ରାଇଙ୍ଗ ରୁମ୍‌ରେ ମତେ ବି ତୁମ କଥା ମନେପଡେ ଲେଖାଯାଇଛି। ଏହା ଗୋଲାପି ରଙ୍ଗରେ ଚମକୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Crying Room

Crying Room

ନୂଆଦିଲ୍ଲୀ : ଗୋଟିଏ ଘରେ ବେଡ୍‌ରୁମ୍, ଲିଭିଙ୍ଗ୍‌ରୁମ୍, କିଚେନ୍ ରୁମ୍ ଥିବା କଥା ପ୍ରାୟ ସମସ୍ତେ ଜାଣନ୍ତି। ଆପଣମାନେ କ’ଣ କେବେ କ୍ରାଇଙ୍ଗ୍ ରୁମ୍ ବିଷୟରେ ଶୁଣିଛନ୍ତି କି? ବିଶ୍ୱାସ ନ ହେଉଥିଲେ ବି ଏହା ସତ। ଲୋକଙ୍କୁ ଚାପମୁକ୍ତ କରିବା ନେଇ ଏଭଳି ରୁମ୍‌ ତିଆରି ହେଉଛି। ଏଠାକୁ ଲୋକେ ଆସୁଛନ୍ତି ଆଉ ମନ ଭରି କାନ୍ଦୁଛନ୍ତି। ଏହି କ୍ରାଇଙ୍ଗ ରୁମ୍‌ରେ ମତେ ବି ତୁମ କଥା ମନେପଡେ ଲେଖାଯାଇଛି। ଏହା ଗୋଲାପି ରଙ୍ଗରେ ଚମକୁଛି। ଏହି ଘରର ଏକ କ’ଣରେ କ୍ରାଇଙ୍ଗ କର୍ଣ୍ଣର ଲେଖାଯାଇଥିବା ବେଳେ ସେଠାରେ ଫୋନ୍ ମଧ୍ୟ ଅଛି। କିଏ ଉଦାସ ଅନୁଭବ କରିବ ସେ ଏଠାକୁ ଆସି ଫୋନ୍ କରିପାରିବ। ଏଠାରେ ମନୋବୈଜ୍ଞାନିକ ଓ ଡାକ୍ତରମାନେ ମଧ୍ୟ ସାମିଲ ଅଛନ୍ତି। ସେମାଙ୍କ ସହ ଆପଣ କଥା ହୋଇପାରିବେ।

Advertisment

କେନ୍ଦ୍ରୀୟ ମାଡ୍ରିଡ୍‌ରେ ଏକ କୋଠାରେ ନିର୍ମିତ ଏହି ସ୍ୱତନ୍ତ୍ର କୋଠରୀରେ ଯେ କେହି ସାମିଲ ହୋଇପାରିବେ, ଯାହାର ଲକ୍ଷ୍ୟ ମାନସିକ ସ୍ୱାସ୍ତ୍ୟରେ ପୀଡିତ ଲୋକଙ୍କୁ ମୁକ୍ତି ଦେବା। ସାହାଯ୍ୟ ମାଗିବା ଠାରୁ ସେମାନଙ୍କର ଦ୍ୱିଧା ଦୂର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସ୍ପେନ୍‌ର ରାଜଧାନୀରେ ରହୁଥିବା ସ୍ୱିଡେନର ଛାତ୍ର ଜନ୍ ନେଲସମ୍ କହିଛନ୍ତି, “ମାନସିକ ସ୍ୱାସ୍ଥ୍ୟ ସମସ୍ୟାର କଳ୍ପନା କରିବା ପ୍ରକୃତରେ ଏକ ଉତ୍ତମ ଚିନ୍ତାଧାରା। ଅନ୍ୟ ଦେଶମାନଙ୍କ ପରି ସ୍ପେନ୍‌ରେ କାନ୍ଦିବା ଭୁଲ ବୋଲି ଧରାଯାଏ।”

Crying room built in this countryଏଇଠି ରହିଛି କାନ୍ଦିବା ଘର; ଯିବେ ଓ ମନଭରି କାନ୍ଦିବେ

ଏକ ସପ୍ତାହ ପୂର୍ବରୁ ସ୍ପେନ୍‌ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଏକ ଭିନ୍ନ ଧରଣର ୧୦୦ ମିଲିୟନ ୟୁରୋ (୧୧୬ ମିଲିୟନ ଡଲାର)ର ମାନସିକ ସ୍ୱାସ୍ଥ୍ୟ ଅଭିଯାନ ଘୋଷଣା କରିଥିଲେ ଯେଉଁଥିରେ ୨୪ ଘଣ୍ଟାର ଆତ୍ମହତ୍ୟା ହେଲ୍ପଲାଇନ ଭଳି ସେବା ଏବଂ ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ ହେବ। ସ୍ପେନ୍‌ରେ ‘କ୍ରାଇଙ୍ଗ ରୁମ୍'ର ଉଦ୍ଦେଶ୍ୟ ହେଉଛି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହଟାଇବା। ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ (ଅକ୍ଟୋବର 10) ଅବସରରେ ଏହି ଯୋଜନା ଆରମ୍ଭ କରି ସେ ମାନସିକ ରୋଗ ବିଷୟରେ କହିଛନ୍ତି ଯେ ଏହା ବାରଣଯୋଗ୍ୟ ନୁହେଁ ବରଂ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ଯାହା ବିଷୟରେ ଆଲୋଚନା କରିବା ଏବଂ ସମାଧାନର ରାସ୍ତା ଖୋଜିବା ଉଚିତ୍।

Advertisment

୨୦୧୯ ମସିହାରେ, ସ୍ପେନ୍‌ରେ ୩,୬୭୧ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ। ସରକାରୀ ଆକଳନ ଅନୁଯାୟୀ, ସେଠାରେ ଥିବା ୧୦ ଜଣ କିଶୋରଙ୍କ ମଧ୍ୟରୁ ଜଣଙ୍କର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ରହିଛି।

Crying Room Mental Health Spain
Advertisment
Advertisment