Advertisment

ତିନି ମୁଣ୍ଡିଆ ସାପ ନା ଆଉ କିଛି!

ସୋସିଆଲ ମିଡିଆ ହେଉଛି ଏକ ମହାସାଗର, ଆପଣ ଯେତେ ଗଭୀରକୁ ଯିବେ ସେତେ ଅଧିକ ନୂଆ ନୂଆ ଜିନିଷ ଦେଖିବାକୁ ପାଇବେ। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଫଟୋରେ ଏକ ତିନି ମୁଣ୍ଡିଆ ସାପ ଦେଖିବାକୁ ମିଳେ। ଏହି ସାପକୁ ଦେଖିବା ପରେ ଲୋକମାନେ ବହୁତ ଡରି ଯାଇଛନ୍ତି। ଭାଇରାଲ୍ ହେଉଥିବା ଏହି ଫଟୋକୁ ଭଲଭାବେ ଦେଖିବା ପରେ ଆପଣ ଜାଣିବେ ଯେ ଏହା ସାପ ନୁହେଁ ବରଂ ଅନ୍ୟ କିଛି।

author-image
Pramod Behera
Three headed snake is something else

Three headed snake is something else

ସୋସିଆଲ ମିଡିଆ ହେଉଛି ଏକ ମହାସାଗର, ଆପଣ ଯେତେ ଗଭୀରକୁ ଯିବେ ସେତେ ଅଧିକ ନୂଆ ନୂଆ ଜିନିଷ ଦେଖିବାକୁ ପାଇବେ। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଫଟୋରେ ଏକ ତିନି ମୁଣ୍ଡିଆ ସାପ ଦେଖିବାକୁ ମିଳେ। ଏହି ସାପକୁ ଦେଖିବା ପରେ ଲୋକମାନେ ବହୁତ ଡରି ଯାଇଛନ୍ତି। ଭାଇରାଲ୍ ହେଉଥିବା ଏହି ଫଟୋକୁ ଭଲଭାବେ ଦେଖିବା ପରେ ଆପଣ ଜାଣିବେ ଯେ ଏହା ସାପ ନୁହେଁ ବରଂ ଅନ୍ୟ କିଛି। ତେବେ ଏହା କ’ଣ, ଜାଣିବା ଦରକାର।

Advertisment
Three headed snake is something elseତିନି ମୁଣ୍ଡିଆ ସାପ ନା ଆଉ କିଛି!

ଏହି ଫଟୋରେ ସୋସିଆଲ ମିଡିଆରେ ମଧ୍ୟ ଅନେକ ପ୍ରତିକ୍ରିୟା ଆସୁଛି। କେହି ଏହା ଭୟଙ୍କର ସାପ କହୁଛନ୍ତି ତ ପୁଣି କେହି ଏହାକୁ ଚମତ୍କାର ବୋଲି ମତ ଦେଉଛନ୍ତି। ଫଟୋକୁ ଭଲ ଭାବେ ଦେଖିଲା ପରେ ଜଣାପଡୁଛି ଯେ ଏହି ଚିତ୍ର ସାପର ନୁହେଁ ବରଂ ଏକ ପତଙ୍ଗର, ଯାହା ପ୍ରଜାପତି ପରି ଦେଖାଯାଉଛି। ଏହି ପତଙ୍ଗର ନାମ ହେଉଛି ଆଟାକ୍ସ ଆଟ୍‌ଲାସ୍। ଏହାକୁ ଆଟଲାସ୍ ମଥ୍ ନାମରେ ମଧ୍ୟ ଜଣାଯାଏ। ଏହା ହେଉଛି ସର୍ବ ବୃହତ ଲେପିଡୋପ୍ଟେରା। ଏହି ଶ୍ରେଣୀରେ ଅନ୍ୟ ପ୍ରଜାପତି ଏବଂ ପୋକ ଅଛନ୍ତି।

Three headed snake is something elseତିନି ମୁଣ୍ଡିଆ ସାପ ନା ଆଉ କିଛି!

ଭାଇରାଲ ହେଉଥିବା ଏହି ଫଟୋ ଟ୍ୱିଟରରେ @ hegallowboob ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଛି। ଏହି ଫଟୋ ସହିତ ଏକ କ୍ୟାପ୍‌ସନ୍ ମଧ୍ୟ ଲେଖାଯାଇଛି। ଏହି କ୍ୟାପ୍‌ସନ୍‌ରେ ଲେଖା ହୋଇଛି ଯେ ଆଟାକ୍ସ ଆଟ୍‌ଲାସ୍ ହେଉଛି ଦୁନିଆର ସବୁଠୁ ବଡ ପ୍ରଜାପତି, ଏହା ମାତ୍ର ଦୁଇ ସପ୍ତାହ ବଞ୍ଚେ ଏବଂ ଅଣ୍ଡା ଦେବା ପରେ ପିଲା ଆସିବା ପର୍ଯ୍ୟନ୍ତ ସେମାନଙ୍କର ଯତ୍ନ ନିଏ। ତେବେ ସବୁଠାରୁ ବଡ କଥା ହେଲା ଏହି ପତଙ୍ଗ ସେମାନଙ୍କର ଅଣ୍ଡାକୁ ରକ୍ଷା କରିବା ନେଇ ସାପ ଭଳି ରୂପ ନେଇଥାନ୍ତି।

Advertisment

ଏହା ପ୍ରକୃତରେ ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ଫଟୋ। ଏହିପରି ଫଟୋ କ୍ୱଚିତ୍ ଦେଖାଯାଏ। ଏଭଳି ଅଦ୍ଭୁତ ଜୀବ ଆପଣ କେବେ ଦେଖିଛନ୍ତି କି?

Social Media Viral News Three Headed Snake
Advertisment
Advertisment