Advertisment

ପଥ କଠିନ ଥିଲେ ବି ଶେଷରେ ମିଳିଲା ସଫଳତା: ନୌସେନା ଅଧିକାରୀରୁ OAS ଅଫିସର

ପରିଶ୍ରମ ହିଁ ସଫଳତାର ଚାବିକାଠି। ନୌସେନା ଅଧିକାରୀରୁ OASର ଯାତ୍ରା। ପଥ ଯେତେ କଠିନ ଥିଲେ ବି ଶେଷରେ ମିଳିଛି ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Ex-Navy Personnel Cracks OPSC Civil Examinations

ନବରଙ୍ଗପୁର: ପରିଶ୍ରମ ହିଁ ସଫଳତାର ଚାବିକାଠି। ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ନବରଙ୍ଗପୁର ସଦର ମୁହକୁମା ସ୍ଥିତ ନୀଳକଣ୍ଠଗୁଡ଼ାର ଅଜୟ କୁମାର ମାଡାଙ୍ଗି। ନୌସେନା ଅଧିକାରୀରୁ OASର ଯାତ୍ରା। ପଥ ଯେତେ କଠିନ ଥିଲେ ବି ଶେଷରେ ମିଳିଛି ସଫଳତା। ଅଜୟ ହେଉଛନ୍ତି ଜଣେ ପୂର୍ବତନ ନୌସେନା ଅଧିକାରୀ। ନୌସେନାରୁ ଅବସର ନେବା ପରେ ୨୦୧୯ରେ ସେ OAS ପରୀକ୍ଷା ଦେଇଥିଲେ ଓ ଏଥିରେ କୃତକାର୍ଯ୍ୟ ମଧ୍ୟ ହୋଇଛନ୍ତି। କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ ବୋଲି ଏହାକୁ ସେ ପ୍ରମାଣ କରି ଦେଖାଇଛନ୍ତି ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। 

Advertisment

ଅଜୟ କୁମାରଙ୍କ ଘର ନବରଙ୍ଗପୁର ସଦର ମହକୁମା ନୀଳକଣ୍ଠଗୁଡ଼ାରେ। ନୌସେନାରୁ ଅବସର ନେବା ପରେ ସେ OAS ହେବା ପାଇଁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ସେ କଠିନ ପରିଶ୍ରମ ବି କରିଥିଲେ। ୨୦୧୯ରେ ସେ OAS ପରୀକ୍ଷା ଦେଇଥିଲେ। ଆଉ ରେଜଲ୍ଟ ଆସିବା ପରେ ଅଜିତଙ୍କୁ ମିଳିଛି ୧୩୧ ନମ୍ବର ରାଙ୍କ୍‌।  

୨୦୦୨ରେ ମାଟ୍ରିକ ଏବଂ ୨୦୦୪ରେ ନବରଙ୍ଗପୁର କଲେଜରୁ ବିଜ୍ଞାନରେ ଯୁକ୍ତ ଦୁଇ ପାସ୍‌ କରିଥିଲେ ଅଜୟ। ପରେ ଭାରତୀୟ ନୌସେନାରେ ପାଇଥିଲେ ଚାକିରି। ୨୦୦୪ ୩୧ ଜୁଲାଇରେ ଚିଲିକାରେ ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ହୋଇଥିଲା। ଏହାରପେ ବିଶାଖାପାଟଣା, ବମ୍ବେ, ଦିଲ୍ଲୀ, କୋଚ୍ଚି, ଆଣ୍ଡାମାନରେ କାମ କରିଥିଲେ। ୧୫ ବର୍ଷର ଚାକିରି କାଳରେ ନୌସେନାର ବିଭିନ୍ନ ଅଧିକାରୀ OAS ଏବଂ IAS ପାଇବା ଦେଖି ନିଜେ ମଧ୍ୟ OAS ହେବାକୁ ସ୍ୱପ୍ନ ଦେଖିଥିଲେ। ୨୦୧୦ରେ ଡିଷ୍ଟାନ୍ସ କୋର୍ସରେ ଗ୍ରାଜୁଏସନ ଓ ୨୦୧୩ରେ ପିଜି କୋର୍ସ ସାରିଥିଲେ ଏବଂ ଶେଷରେ କଠିନ ପରିଶ୍ରମ କରି OAS ହୋଇଥିଲେ ଅଜୟ। 

Advertisment

ନୌସେନାରେ ଶିଖିଥିବା ଧୈର୍ଯ୍ୟ ଓ ଅନୁଶାସନ ଦ୍ୱାରା ପ୍ରଶାସନିକ ଅଧିକାରୀ ଭାବରେ ଲୋକସେବା କରିବାରେ ତାଙ୍କୁ କିଛି ଅସୁବିଧା ହେବନାହିଁ ବୋଲି ଅଜୟ କହିଛନ୍ତି।  ଆଗକୁ IAS ଓ IPS ପାଇଁ ମଧ୍ୟ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। 

Nabarangpur OAS OPSC Civil Examinations Ex-Navy Personnel
Advertisment
Advertisment