Advertisment

ବୃଦ୍ଧ-ବୃଦ୍ଧା ସାଜିଲେ ବର-କନ୍ୟା, ପିନ୍ଧେଇଲେ ବରଣମାଳା

ବିବାହ ଏମିତି ଏକ ସ୍ମୃତି ଯାହାକୁ ମନେରଖିବା ନେଇ ଲୋକେ ଅନେକ କିଛି କରିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିବାହକୁ ନେଇ ଏମିତି ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ ଯେଉଁଥିରେ ବର-କନ୍ୟା ବହୁତ ଉତ୍ସାହିତ ଥିବା ଦେଖାଯାଆନ୍ତି। ସେମାନଙ୍କର ଖୁସୀର ସୀମାକୁ ସହଜରେ କଳନା କରିହୁଏ ନାହିଁ, କାରଣ ସେମାନେ ଗୋଟିଏ ଦୁନିଆରୁ ଆଉ ଏକ ଦୁନିଆକୁ ଯାଆନ୍ତି। ଗୋଟିଏ ନୂଆ ଜୀବନର ଆରମ୍ଭରେ ନିଜକୁ ପ୍ରସ୍ତୁତ କରନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Elderly bride-groom wearing garlands

Elderly bride-groom wearing garlands

ବିବାହ ଏମିତି ଏକ ସ୍ମୃତି ଯାହାକୁ ମନେରଖିବା ନେଇ ଲୋକେ ଅନେକ କିଛି କରିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିବାହକୁ ନେଇ ଏମିତି ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ ଯେଉଁଥିରେ ବର-କନ୍ୟା ବହୁତ ଉତ୍ସାହିତ ଥିବା ଦେଖାଯାଆନ୍ତି। ସେମାନଙ୍କର ଖୁସୀର ସୀମାକୁ ସହଜରେ କଳନା କରିହୁଏ ନାହିଁ, କାରଣ ସେମାନେ ଗୋଟିଏ ଦୁନିଆରୁ ଆଉ ଏକ ଦୁନିଆକୁ ଯାଆନ୍ତି। ଗୋଟିଏ ନୂଆ ଜୀବନର ଆରମ୍ଭରେ ନିଜକୁ ପ୍ରସ୍ତୁତ କରନ୍ତି।

Advertisment

ସେମାନଙ୍କ ସାମ୍ନାରେ ଥାଆନ୍ତି ଏମିତି ଜଣେ ବ୍ୟକ୍ତି ଯାହା ସହିତ ତାଙ୍କୁ କାଟିବାକୁ ହେବ ସାରା ଜୀବନ। ଶେଷ ସମୟ ପର୍ଯ୍ୟନ୍ତ ସୁଖ ଦୁଃଖର ସାଥୀ ହେବାକୁ ପଡିବ। ବର୍ଷ ବର୍ଷ ଧରି ପତି-ପତ୍ନୀଙ୍କ ଏହି ସଂପର୍କ ଚାଲେ। ଯେତେବେଳେ ସେମାନେ ବୟସର ଶେଷ ସୀମାରେ ପହଞ୍ଚନ୍ତି ଏହି ପୁରୁଣା ସ୍ମୃତିକୁ ମନେପକେଇ ପ୍ରଫୁଲିତ ହୁଅନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଅତୀତର କାହାଣୀ ବଖାଣନ୍ତି।

Advertisment

ଯେତେବେଳେ ଆସିଯାଏ ନିଜ ପିଲାମାନଙ୍କର ବିବାହର ସମୟ ସେତିକିବେଳେ ମନେପଡିଯାଏ ନିଜ ବିବାହର ସ୍ମୃତି। ମାନସପଟ୍ଟରେ ଭାସିଆସେ ଅତୀତର ସେଇ ମୁହୂର୍ତ୍ତ, କେମିତି ସେମାନଙ୍କ ପିତା-ମାତା କରେଇଥିଲେ ତାଙ୍କୁ ବିବାହ। ମନେପଡିଯାଏ ସେହି ବେଦୀ, ସେହି ଯଜ୍ଞ କୁଣ୍ଡ, ବ୍ରାହ୍ମଣର ମନ୍ତ୍ର, ହାତ ଗଣ୍ଠି ଆଉ ଶଙ୍ଖା ସିନ୍ଦୂରର ଦୃଶ୍ୟ। ହେଲେ ସେତେବେଳର ସମୟ ଚାଲିଯାଇଥାଏ, କେବଳ କେଇ ବୁନ୍ଦା ସ୍ମୃତି ଛାଡି। ସମୟ ସହିତ ବଦଳି ବି ଯାଇଥାଏ ଲୋକଙ୍କ ଚିନ୍ତାଧାରା। ସେହି ସମୟ ଝୁରି ହେଲେ ବି ଆଉ ଫେରେନି।

କିନ୍ତୁ ଏମିତି ମଧ୍ୟ କିଛି ପିଲା ଅଛନ୍ତି, ଯେଉଁମାନେ ନିଜ ପିତା-ମାତାଙ୍କ ଖୁସୀରେ ଖୁସୀ ହୁଅନ୍ତି। ସେମାନଙ୍କ ସ୍ମୃତିକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା ବି କରନ୍ତି। ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏମିତି କିଛି ଦେଖାଯାଇଛି। ଏଥିରେ ପିଲାମାନେ ନିଜ ବିବାହ ଉତ୍ସବରେ ତାଙ୍କ ପିତା-ମାତାଙ୍କ ପୁରୁଣା ଦିନକୁ ସତେଜ କରିଛନ୍ତି।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ ଏକ ବୃଦ୍ଧ ଦମ୍ପତି ବର-କନ୍ୟା ବେଶରେ ସଜ୍ଜିତ ହୋଇଛନ୍ତି। ଏହି ବୃଦ୍ଧ ଦମ୍ପତି ଷ୍ଟେଜ୍ ଉପରେ ହାତରେ ବରଣମାଳା ଧରି ଜଣେ ଅନ୍ୟଜଣଙ୍କ ବେକରେ ପକଉଛନ୍ତି। ଏହି ସମୟରେ ସେମାନଙ୍କ ଖୁସୀ କହିଲେ ନ ସରେ। ସତେ ଯେମିତି ସେମାନେ ନବ ବିବାହିତ ଦମ୍ପତି! ବୃଦ୍ଧ ଦମ୍ପତି ଯେତେବେଳେ ବରଣମାଳା ପିନ୍ଧାପିନ୍ଧି ହୋଇଛନ୍ତି ପରିବାର ଲୋକଙ୍କ ମଧ୍ୟରେ ବି ଖୁସୀର ମାହୋଲ ଖେଳିଯାଇଛି। ସମସ୍ତେ ଖୁସୀରେ ତାଳି ମାରୁଛନ୍ତି ଓ ସମସ୍ତଙ୍କ ମୁହଁରେ ହସର ଲହରୀ ଖେଳିଯାଇଛି।

ବୃଦ୍ଧ ବର-କନ୍ୟାଙ୍କ ଭିତରେ ଥିବା ସୀମାହୀନ ପ୍ରେମକୁ ଦେଖି ସମସ୍ତଙ୍କ ହୃଦୟ ତରଳି ଯାଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ‘ୱେଡିଙ୍ଗ୍ ୱିୟର୍ ଗାଇଡ୍ସ’ ନାମରେ ଥିବା ଆକାଉଣ୍ଟରୁ ଯେମିତି ଏହି ଭିଡିଓ ଶେୟାର ହୋଇଛି ଭାଇରାଲ ହେବାରେ ଲାଗିଛି। ଲୋକେ ଲାଇକ୍ ପରେ ଲାଇକ୍ କରିଚାଲିଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୧୮ ହଜାରରୁ ଅଧିକ ଲୋକ ଲାଇକ୍ କରି ସାରିଥିଲେ। ଭିଡିଓରେ ଏକ ଲକ୍ଷରୁ ଅଧିକ ଭିୟୁର୍ସ ହୋଇଥିବା ବେଳେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଥିବା ଦେଖାଯାଏ।

Viral
Advertisment
Advertisment